ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଭାରତ ଓମାନକୁ ଯୋଗାଇଥିବା କୋଭିଡ-19 ଟୀକା ପାଇଁ ମହାମହିମ ସୁଲତାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଘନିଷ୍ଠ ସହଯୋଗରେ ମିଳିତ ଭାବେ ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିବା ଲାଗି ଉଭୟ ନେତା ସହମତ ହୋଇଥିଲେ ।
ସୁଲତାନ ତାଙ୍କ ଶାସନର ଏକ ବର୍ଷ ପୂରଣ କରିଥିବା ସହିତ ଓମାନ ପାଇଁ ତାଙ୍କ ଭିଜନ 2040 ଲାଗି ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।
ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି ସମସ୍ତ କ୍ଷେତ୍ରରେ ବୃଦ୍ଧି ପାଉଥିବା ଭାରତ-ଓମାନ ସହଯୋଗ ନେଇ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ ।
ଉଭୟ ନେତା ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ଓ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କ ବୃଦ୍ଧିରେ ପ୍ରବାସୀ ଭାରତୀୟଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।