ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍ ଯୋଗେ ୟୁରୋପୀୟ ପରିଷଦର ସଭାପତି ମହା ମହିମ ଚାର୍ଲ୍ସ ମିଚେଲଙ୍କ ସହିତ କଥା ହୋଇଛନ୍ତି ।
ଉଭୟ ନେତା ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଏବଂ ଏହି ଅଞ୍ଚଳ ତଥା ବିଶ୍ୱର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଯେଉଁଥିରେ କି ଅନେକ ମୃତାହତ ହୋଇଥିଲେ ସେମାନେ ତାହାକୁ ଏକ ସ୍ୱରରେ ନିନ୍ଦା କରିଥିଲେ । ଏକ ସ୍ଥିର ଏବଂ ସୁରକ୍ଷିତ ଆଫଗାନିସ୍ତାନ ଉପରେ ଗୁରୁତ୍ୱ ଦେବା ସହିତ ଏହି ପ୍ରସଙ୍ଗରେ ଭାରତ ଏବଂ ୟୁରୋପୀୟ ପରିଷଦର ସମ୍ଭାବ୍ୟ ଭୂମିକା ବିଷୟରେ ସେମାନେ ଆଲୋଚନା କରିଥିଲେ ।
ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ, ବିଶେଷ କରି ଆଫଗାନିସ୍ତାନର ସ୍ଥିତି ଉପରେ ସମ୍ପର୍କରେ ରହିବାକୁ ଦୁଇ ନେତା ରାଜି ହୋଇଥିଲେ ।
Spoke with @eucopresident Charles Michel, President of the European Council, about the evolving situation in Afghanistan. Also reiterated our commitment to further strengthening India-EU relations.
— Narendra Modi (@narendramodi) August 31, 2021