ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । 

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଦକ୍ଷିଣ ଏସିଆ ଦେଶଗୁଡିକର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି! 

|

ଇତିହାସ ସୃଷ୍ଟିର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣରୁ ତା'ର ସମ୍ଭାବିତ କାର୍ଯ୍ୟ ଉପରେ ପୁରା ବର୍ଣ୍ଣନା କରିଥିଲେ ।

|

ସେ କହିଲେ,ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଫଳପ୍ରଦ ଯୋଗାଯୋଗ,ଉତ୍ତମ ପ୍ରଶାସନ,ଉତ୍ତମ ବ୍ୟାଙ୍କିଙ୍ଗ୍ ଓ ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା,ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ହୋଇପାରିବ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଲେ ,''ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।''

  • Behara yaswanthkumar July 29, 2025

    ఓం గణేశాయ నమః
  • Umesh Sharma July 29, 2025

    om
  • Satadal Nath July 29, 2025

    hind
  • ram Sagar pandey July 29, 2025

    🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹जय श्रीकृष्णा राधे राधे 🌹🙏🏻🌹जय माँ विन्ध्यवासिनी👏🌹💐जय श्रीराम 🙏💐🌹जय माता दी 🚩🙏🙏🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹ॐनमः शिवाय 🙏🌹🙏जय कामतानाथ की 🙏🌹🙏🌹🌹🙏🙏🌹🌹
  • Jitendra Kumar July 29, 2025

    thg
  • Dipu Kumar Das July 29, 2025

    জয় হো মোদী জী
  • Dipu Kumar Das July 29, 2025

    ভারতীয় জনতা পার্টি জিন্দাবাদ
  • Ramesh Lalawas Bhiwani July 29, 2025

    जय श्री श्याम
  • Pankaj Das July 29, 2025

    jay ho Modi ji
  • ram Sagar pandey July 29, 2025

    🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹जय माँ विन्ध्यवासिनी👏🌹💐ॐनमः शिवाय 🙏🌹🙏जय कामतानाथ की 🙏🌹🙏🌹🌹🙏🙏🌹🌹जय श्रीकृष्णा राधे राधे 🌹🙏🏻🌹जय माता दी 🚩🙏🙏🌹🌹🙏🙏🌹🌹🌹🙏🏻🌹जय श्रीराम🙏💐🌹🌹🌹🙏🙏🌹🌹
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
How NEP facilitated a UK-India partnership

Media Coverage

How NEP facilitated a UK-India partnership
NM on the go

Nm on the go

Always be the first to hear from the PM. Get the App Now!
...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରାକଙ୍କ ପ୍ରଗତିକୁ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଓ ସଂଗଠନ ଭୂୟସୀ ପ୍ରଶଂସା କରିଛନ୍ତି ଏହାର କାରଣ ହେଲା ଭାରତରେ ପରିବର୍ତ୍ତନର ଚକ ଆଗକୁ ନେବା ପାଇଁ ସରକାର ଗ୍ରହଣ କରିଥିବା ନୀତି

ବିଶ୍ଵବ୍ୟାଙ୍କ ଆଶା ପ୍ରକଟ କରିଥିଲା ଯେ 2014-15 ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି 5.6 ପ୍ରତିଶତ ହୋଇଥିବାବେଳେ 2015-16 ରେ ତାହା 6.4 ପ୍ରତିଶତ ଛୁଇଁବ । ବିଶ୍ଵ ବ୍ୟାଙ୍କ ଏଥିସହ ମତ ଦେଇଥିଲା ଯେ ଏହାକୁ “ମୋଦୀ ଲାଭାଂଶ” ଭାବେ ଯୋଡାଯାଇପାରେ । ବିଶ୍ଵ ବ୍ୟାଙ୍କ ମତରେ ସରକାରଙ୍କ ସଂସ୍କା ନୀତି ଯୋଗୁ ନିବେଶ ବୃଦ୍ଧି ପାଇବା ଆରମ୍ଭ କରିଛି ଏବଂ ତାହା ପୁଣି ତୈଳଦର ହ୍ରାସ ପାଇବା ସତ୍ତ୍ୱେ


ଏଭଳି ସକାରାତ୍ମକ ବିବୃତି ପ୍ରକାଶ କରିଥିଲେ ବିଶ୍ଵବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ଜିମ ୟୋଙ୍ଗ କିମ । ଶ୍ରୀ କିମଙ୍କ ଭାଷାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ବଳିଷ୍ଠ ଦୂରଦର୍ଶୀ ନେତୃତ୍ଵ” ଦ୍ୱାରା ଭାରତ ଏହାର ଜନସାଧାରଣଙ୍କ ନିମନ୍ତେ ଆର୍ଥିକ ସମାଯୋଜନ କ୍ଷେତ୍ରରେ ଅଦ୍ଭୂତପୂର୍ବ ପ୍ରୟାସ ଆରମ୍ଭ କରିଛି । ଆର୍ଥିକ ସମାଯୋଜନ ସମ୍ପର୍କରେ ଉଲ୍ଲେଖ କରି ସେ ସରକାରଙ୍କ ଜନ ଧନ ଯୋଜନାର ଭୂୟସୀ ପ୍ରଶଂସା କରିଥିଲେ ।

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF) ସୂଚାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସ୍କାର କାର୍ଯ୍ୟକ୍ରମ ଯୋଗୁଁ ଏବଂ ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ହ୍ରାସ ଫଳରେ ଭାରତୀୟ ଅର୍ଥବ୍ୟବସ୍ଥା ପୂର୍ବ ପ୍ରତ୍ୟାଶାଠାରୁ ଅଧିକ ଗତିରେ ପ୍ରଗତି ହାସଲ କରିବ ଏବଂ ଏପରିକି ଚୀନକୁ ଟପିଯିବ । IMF ମଧ୍ୟ ଏହି ସଂସ୍କାର ପ୍ରକ୍ରିୟାକୁ ନିବେଶକଙ୍କ ବିଶ୍ଵାସ ବୃଦ୍ଧି ସହ ଯୋଡିଥିଲେ ।

ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ (OECD) ମତ ଦେଇଛନ୍ତି ଯେ ଭାରତରେ ଘଟିଥିବା ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼, ଏବଂ ଦୀର୍ଘସ୍ଥାୟୀ ବିକାଶ ପଥରେ ଆଗେଇ ନେବାରେ ସହାୟକ ହେବ । ପୁଣି ଏହି ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାରବାଦୀ ଆଭିମୁଖ୍ୟକୁ ଭୂୟସୀ ପ୍ରଶଂସା କରିଥିଲା ।

ବିଶ୍ଵର ଏକ ପ୍ରମୁଖ ଏବଂ ସମ୍ମାନସ୍ପଦ ଆର୍ଥିକ ବିଶ୍ଳେଷକ ସଂସ୍ଥା ‘ମୁଡି’ ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥାକୁ ‘ସ୍ଥିର’ ବୋଲି ମତ ଦେଇଥିବା ବେଳେ ଏବେ ଏହାକୁ “ସକାରାତ୍ମକ” ବୋଲି ମାନ୍ୟତା ପ୍ରଦାନ କରିଛି । ନିବେଶକମାନଙ୍କୁ ଏହା ବିଶେଷ ଭାବେ ପ୍ରୋତ୍ସାହନ ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଟିମର ସଂସ୍କାର କାର୍ଯ୍ୟକ୍ରମ ବାସ୍ତବିକ ଏଥିଲାଗି ପ୍ରଶଂସାର୍ହ ।

ଭାରତର ବିକାଶ ଧାରା ସମ୍ପର୍କରେ ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ଏକ ଅନୁରୂପ ସକାରାତ୍ମକ ମତ ପ୍ରକାଶ ପାଇଛି । ଜାତିସଂଘ ତାର ବାର୍ଷିକ “ବିଶ୍ଵ ଆର୍ଥିକ ସ୍ଥିତି ଓ ସମ୍ଭାବନା” ମଧ୍ୟବର୍ତ୍ତୀ ସମୀକ୍ଷା ରିପୋର୍ଟରେ ଚଳିତ ବର୍ଷ ତା ପରବର୍ଷ ଭାରତର ଆର୍ଥିକ ପ୍ରଗତି 7%ରୁ ଉପରେ ରହିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ।

ଅତଃ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାରଧର୍ମୀ ମାନସିକତା ଏବଂ ସଂସ୍କାର ପ୍ରକ୍ରିୟାର କ୍ଷିପ୍ରଗତି, ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛି । ସେମାନେ ସଭିଏଁ ଭାରତ ଓ ଭାରତୀୟ ଅର୍ଥବ୍ୟବସ୍ଥାକୁ ଉଚ୍ଚସ୍ଵରରେ ପ୍ରଶଂସା କରିଛନ୍ତି ।