ମହାମହିମ ଡଃ ଆଞ୍ଜେଲା ମର୍କେଲ
ବିଶ୍ୱ ବାଣିଜ୍ୟ ସମୁଦାୟର ନେତୃମଣ୍ଡଳୀ
ଦେବୀ ଓ ସଜ୍ଜନମଣ୍ଡଳୀ
ଆପଣ ସମସ୍ତଙ୍କୁ ଭେଟି ଅତ୍ୟନ୍ତ ଖୁସି ଲାଗୁଛି । ଚାନ୍ସେଲର ମେର୍କେଲଙ୍କ ଭଳି ସୁଜ୍ଞାନୀ ନେତାଙ୍କ ଉପସ୍ଥିତିରେ ଆପଣ ସମସ୍ତଙ୍କ ସହ କଥା ହେବା ଅଧିକ ଆନନ୍ଦର କଥା । ବାସ୍ତବରେ ତାଙ୍କ ସହ ଭେଟିବାର କୌଣସି ସୁଯୋଗକୁ ମୁଁ ହାତଛଡ଼ା କରେ ନାହିଁ । 2015 ଏପ୍ରିଲରେ ହାନୋଭର ମେଳାକୁ ମୋର ଗସ୍ତ ସମୟରେ ତାଙ୍କ ସହ କଥାବାର୍ତ୍ତା ମୁଁ ନିର୍ଦ୍ଦିଷ୍ଟ ଭାବେ ସ୍ମରଣ କରୁଛି । ଭାରତ ସେହି ମେଳାର ଭାଗିଦାରୀ ରାଷ୍ଟ୍ର ଥିଲା । ଏହାପରେ ଚାନ୍ସେଲର ମର୍କେଲ 2015 ଅକ୍ଟୋବର ମାସରେ ଭାରତ ଗସ୍ତ କରିଥିଲେ । ଏକାଠି ଆମେ ଅନେକ ଥର ଜର୍ମାନୀ ଓ ଭାରତୀୟ ସିଇଓଙ୍କ ସହ ଆଲୋଚନା କରିଛୁ । ଆଜି ପୁଣି ଏହି ହଲ୍ ରେ ବହୁତ ଉର୍ଜା ଓ ଉତ୍ସାହ ଦେଖିବାକୁ ପାଉଛି । ମୁଁ ଏଠାରେ ଉପସ୍ଥିତ କେତେକ ଭାରତୀୟ ସିଇଓଙ୍କୁ ମଧ୍ୟ ଦେଖିପାରୁଛି ।
ବନ୍ଧୁଗଣ,
ଉଭୟ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପରିଦୃଶ୍ୟରେ ଭାରତର ପ୍ରମୁଖ ଭାଗିଦାର ରାଷ୍ଟ୍ର ତାଲିକାରେ ଜର୍ମାନୀ ରହିଛି । ଭାରତର ଅଭିବୃଦ୍ଧି କାହାଣୀରେ ଜର୍ମାନୀ କମ୍ପାନୀଗୁଡ଼ିକର ଭଗିଦାରୀରେ ମୁଁ ଅତ୍ୟନ୍ତ ଖୁସି । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖିଥିବା ଦେଖି ମଧ୍ୟ ସେତିକି ଉତ୍ସାହିତ । ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଜର୍ମାନୀର ମାନ୍ୟତା ସପ୍ତମ ସ୍ଥାନରେ ରହିଛି । ଜର୍ମାନୀରୁ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରବାହକୁ ଆକର୍ଷିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ, କେମିକାଲସ୍ ଓ ସେବା । ପ୍ରାୟ 600 ଇଣ୍ଡୋ-ଜର୍ମାନୀ ମିଳିତ ଉଦ୍ୟୋଗ ଏବେ ଭାରତରେ କାର୍ଯ୍ୟ କରୁଛନ୍ତି । ସେମାନେ ପ୍ରାୟ 2ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ତେବେ ଭାରତ-ର୍ଜମାନୀ ଆର୍ଥିକ ସହଯୋଗରେ ଆହୁରି ଅନେକ ସମ୍ଭାବନା ରହିଛି । ଆମର ଆର୍ଥିକ ଭାଗିଦାରୀ ଏବେ ବି ତା’ର ପୂର୍ଣ୍ଣ କ୍ଷମତାଠୁ ନିମ୍ନରେ ରହିଛି । ଏହାର ବୃଦ୍ଧି ପାଇଁ ଆମେ ଭାରତରେ ଜର୍ମାନୀ କମ୍ପାନୀଗୁଡ଼ିକୁ ଖୋଲା ହୃଦୟରେ ସ୍ୱାଗତ କରିବାକୁ ପ୍ରସ୍ତୁତ । ଜର୍ମାନୀ କମ୍ପାନୀଗୁଡ଼ିକୁ ସହାୟତା ପାଇଁ ଆମେ ଏକ ଫାଷ୍ଟ ଟ୍ରାକ୍ ବ୍ୟବସ୍ଥା କରିଛୁ । ଏହି ବ୍ୟବସ୍ଥା ମାଧ୍ୟମରେ ଅନେକ ପ୍ରସଙ୍ଗର ସମାଧାନ ହୋଇପାରିଛି । ଆମେ ଏହାକୁ ଗୁରୁତ୍ୱର ସହ ନେଉଛୁ କାରଣ ଜର୍ମାନୀ ଭାଗିଦାରୀକୁ ଅତ୍ୟନ୍ତ ମହତ୍ୱ ପ୍ରଦାନ କରୁଛୁ ।
ବନ୍ଧୁଗଣ,
ଆମେ ଭାରତକୁ ଆନ୍ତର୍ଜାତିକ ନିର୍ମାଣ ହବ୍ ଭାବେ ବିକଶିତ କରିବା ମାର୍ଗରେ ଚାଲିଛୁ । ଉତ୍ପାଦନ ପାଇଁ ଭାରତରେ ପୂର୍ବରୁ ଏକ ଭଲ ଇକୋ-ସିଷ୍ଟମ ରହିଛି । ଭାରତ ମଧ୍ୟ ପୂର୍ବରୁ ଦେଉଛି..
- ବିଶ୍ୱସ୍ତରୀୟ ମୂଲ୍ୟର ପ୍ରତିଯୋଗିତାମୂଳକ ନିର୍ମାଣ ପାଇଁ ଇକୋ-ସିଷ୍ଟମ
- ଜ୍ଞାନ ଓ ଦକ୍ଷତା ସହ କୁଶଳୀ ପେଷାଦାରଙ୍କ ଏକ ବିଶାଳ ସଂଖ୍ୟା
- ବିଶ୍ୱସ୍ତରର ଇଞ୍ଜିନିୟରିଂ ଶିକ୍ଷାର ଭିତ୍ତିଭୂମି ଓ ସୁଦୃଢ଼ R&D ସୁବିଧା
- ଜିଡିପିରେ ବୃଦ୍ଧି ଓ ଘରୋଇ ବଜାରରେ କ୍ରୟ ଶକ୍ତିକୁ ଅଧିକ ବୃଦ୍ଧି କିରବା ପାଇଁ,
- ବିଶ୍ୱରେ ସବୁଠାରୁ ଉଦାର ଏଫଡିଆଇ ନୀତି ବ୍ୟବସ୍ଥା ମଧ୍ୟରୁ ଏକ
- ବ୍ୟବସାୟିକ ପରିବେଶକୁ ସରଳ କରିବା ପାଇଁ ସରକାରଙ୍କ ଗୁରୁତ୍ୱ
ଏସବୁ ସାମର୍ଥ୍ୟ ଯୋଗୁ ୟୁଏନ୍ଆଇଡିଓ ପୂର୍ବରୁ କହିସାରିଛି ଯେ ଭାରତ ହେଉଛି ବିଶ୍ୱର ଷଷ୍ଠ ସର୍ବବୃହତ୍ ନିର୍ମାଣକାରୀ ରାଷ୍ଟ୍ର । ଏହାକୁ ଅଧିକ ଭଲ କରିବା ପାଇଁ ଆମେ ବିଭିନ୍ନ ମାଧ୍ୟମରେ କଠିନ ପରିଶ୍ରମ କରିଛୁ ।
ଆମର ‘ମେକ୍ ଇନ୍ ଇଣ୍ଡିଆ’ ପ୍ରୟାସ ମାଧ୍ୟମରେ ଆମେ ଗ୍ଲୋବାଲ୍ ଭେଲୁ ଚେନ୍ ରେ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାକିରି ସୃଷ୍ଟି ଓ ସମାଜର ସମୃଦ୍ଧ ଓ ନିମ୍ନ ବର୍ଗ ମଧ୍ୟରେ ପାର୍ଥକ୍ୟକୁ ହ୍ରାସ କରିବା । ମେକ୍ ଇନ୍ ଇଣ୍ଡିଆ ପୂର୍ବରୁ ଏକ ସୁଦୃଢ଼ ପ୍ରଭାବ ସୃଷ୍ଟି କରିସାରିଛି ।
ମେକ୍ ଇନ୍ ଇଣ୍ଡିଆକୁ ସଫଳତାରେ ଜର୍ମାନୀର ବହୁତ ବଡ଼ ଯୋଗଦାନ ରହିଛି । ବିଶେଷକରି ହାନୋଭର ମେଳାରେ ଭାଗିଦାରୀ ରାଷ୍ଟ୍ର ଭାବେ ଭାରତ ସାମିଲ ହେବା ଦ୍ୱାରା ଭାରତ-ର୍ଜମାନୀର ଭାଗିଦାରୀକୁ ଅଧିକ ପ୍ରୋତ୍ସାହନ ମିଳିଛି । ହାନୋଭର ମେଳା ସମୟରେ ସହଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ପାରସ୍ପରିକ ଚିହ୍ନଟ କରାଯାଇଛି । ଏଥିରେ ନିର୍ମାଣ, ଦକ୍ଷତା ବିକାଶ, ରେଳବାଇ, ନଦୀ ପରିଚ୍ଛନ୍ନତା, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରହିଛି । ଏହା ସହିତ ଆମେ 2015 ସେପ୍ଟେମ୍ବରରୁ ରଣନୀତିକ ବଜାରରେ ପ୍ରବେଶ ସହାୟତା କାର୍ଯ୍ୟକ୍ରମକୁ ମଧ୍ୟ କାର୍ଯ୍ୟକାରୀ କରିଛୁ । ଏହାକୁ ଏମ୍ଆଇଆଇଏମ୍(Make in India Mittelstand) କୁହାଯାଉଛି । ଏହା ମୁଖ୍ୟତଃ ଭାରତୀୟ ବଜାରରେ ଜର୍ମାନୀ Mittelstand କମ୍ପାନୀଗୁଡ଼ିକର ପ୍ରବେଶ ପାଇଁ ସହାୟତା ଯୋଗାଇଥାଏ ।
ଏମ୍ଆଇଆଇଏମ୍ କାର୍ଯ୍ୟକ୍ରମ ବ୍ୟବସାୟିକ ସହାୟତା ସେବାର ଏକ ବ୍ୟାପକ ଦିଗକୁ ଉପସ୍ଥାପିତ କରୁଛି । ଏହି ପଦକ୍ଷେପର ପରିଣାମସ୍ୱରୂପ ଭାରତରେ ଜର୍ମାନୀ କମ୍ପାନୀଗୁଡ଼ିକର ଆଗ୍ରହ ବୃଦ୍ଧି ପାଉଛି ।
ସ୍ୱଳ୍ପ ଅବଧିରେ ମିଳିଥିବା ପରିମାଣ
- 83ଟି କମ୍ପାନୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ।
-73ଟି କମ୍ପାନୀ ଆନୁଷ୍ଠାନିକ ସଦସ୍ୟ ହେବାକୁ ପଞ୍ଜିକରଣ କରିଛନ୍ତି ।
-47ଟି କମ୍ପାନୀ ଏବେ ନିବେଶ କାର୍ଯ୍ୟକାରିତା ପାଇଁ ଅଗ୍ରୀମ ପର୍ଯ୍ୟାୟରେ ରହିଛନ୍ତି । ଭାରତ ଓ ଜର୍ମାନୀ ମଧ୍ୟରେ ଅନ୍ୟ ଏକ ସଫଳ କାର୍ଯ୍ୟକ୍ରମ ହେଉଛି ଇଣ୍ଡୋ-ଜର୍ମାନ ମ୍ୟାନେଜରସ୍ ଟ୍ରେନିଂ ପ୍ରୋଗ୍ରାମ । ଏହା ବିଶେଷକରି ଭାରତର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବ୍ୟବସାୟିକ ଅଧିକାରୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେବା ପାଇଁ ଉଦ୍ଦିଷ୍ଟ । ଏହି କାର୍ଯ୍ୟକ୍ରମ ପରିଣାମସ୍ୱରୂପ :
- ଦୁଇ ଦେଶ ମଧ୍ୟରେ ନିବେଶ ବୃଦ୍ଧି, ନୂଆ ଯୌଥ ଉଦ୍ୟୋଗର ସୃଷ୍ଟି ଓ B2B ସମ୍ପର୍କ ବୃଦ୍ଧି
- ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ 500ରୁ ଅଧିକ ଭାରତୀୟ ମ୍ୟାନେଜର୍ ଲାଭାନ୍ୱିତ ହୋଇଛନ୍ତି ।
ଏହା ବ୍ୟତୀତ ପୂର୍ବରୁ ପ୍ରଚଳିତ ଭଲ ବ୍ୟବସ୍ଥା ମଧ୍ୟ ରହିଛି । ଏହାର ଉଦାହରଣ ହେଲା :
- ବୋସ୍, ସିମେନ୍ସ, ବିଏଏସ୍ଏଫ୍ ଓ ଏସ୍ଏପି ଭାରତରେ ସ୍ୱତନ୍ତ୍ର ଭାବେ ଆରଏଣ୍ଡଡି (ଗବେଷଣା ଓ ବିକାଶ) କାର୍ଯ୍ୟ ଆରମ୍ଭ କରିସାରିଲେଣି
- ମର୍ସିଡିଜ୍ ବେଞ୍ଜ ଇଣ୍ଡିଆ 2015 ଜୁଲାଇରେ ଚାକନ୍ ରେ ନିଜର ଦ୍ୱିତୀୟ ନିର୍ମାଣ କେନ୍ଦ୍ରର ଉଦ୍ଘାଟନ କରିଛି । ଏହି ପ୍ଲାଂଟ୍ ରେ କ୍ଷମତା ପ୍ରତିବର୍ଷ 20ହଜାର ୟୁନିଟ୍ କୁ ଦ୍ୱିଗୁଣ କରିବ । ଆମର ପ୍ରୟାସ ଯୋଗୁ ଆମକୁ ଭଲ ଆନ୍ତର୍ଜାତିକ ସ୍ୱୀକୃତି ମିଳିଛି । ମୁଁ ସେଥିରୁ କିଛି ଉଲ୍ଲେଖ କରିବାକୁ ଚାହୁଁଛି ।
- ଭାରତ ସମଗ୍ର ବିଶ୍ୱର ଆର୍ଥିକ ପରିଦୃଶ୍ୟରେ ଏକ ଉଜ୍ୱଳ ସ୍ଥାନ ହୋଇ ରହିଛି ।
- ଭାରତ ପ୍ରଥମ 3ବର୍ଷ ମଧ୍ୟରେ 7%ରୁ ଅଧିକ ଜିଡିପି ବିକାଶ ଦର ସହ ସବୁଠୁ ଦ୍ରୁତ ଓ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ।
ଆମେ ଗତ ଦୁଇବର୍ଷ ମଧ୍ୟରେ 32ଟି ରାଷ୍ଟ୍ରକୁ ବିଶ୍ୱ ଆର୍ଥିକ ମଂଚରେ ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ସୂଚକାଙ୍କରେ ସ୍ଥାନାନ୍ତର କରିଛୁ । ଏହା କୌଣସି ରାଷ୍ଟ୍ର ପାଇଁ ସବୁଠାରୁ ଅଧିକ ।
- ଭାରତ ବିଶ୍ୱବ୍ୟାଙ୍କର 2016 ଲଜିଷ୍ଟିକ ପ୍ରଦର୍ଶନ ସୂଚକାଙ୍କରେ 19ତମ ସ୍ଥାନକୁ ମଧ୍ୟ ସ୍ଥାନାନ୍ତର ହୋଇଛି ।
-2016ରେ WIPOର ବିଶ୍ଵ ନବସୃଜନ ସୂଚକାଙ୍କରେ ଆମେ 16ତମ ସ୍ଥାନକୁ ବୃଦ୍ଧି ପାଇଛୁ ।
- ଆମେ UNCTAD ଦ୍ୱାରା ତାଲିକାବଦ୍ଧ ଶୀର୍ଷ 10 ଏଫଡିଆଇ ସ୍ଥଳୀ ମଧ୍ୟରେ ତୃତୀୟ ସ୍ଥାନରେ ରହିଛୁ ।
ଏହା ତ କିଛି ମାତ୍ର ଉଦାହରଣ । ଆମର ଗୁରୁତ୍ୱ ସରକାରଙ୍କ କାମକୁ ହ୍ରାସ କରିବା ଓ ଶାସନକୁ ଆଗେଇ ନେବା । ମୁଁ କେତେକ ଉଦାହରଣ ଦେଉଛି :
- ଆମେ ଗୋଟିଏ ଡିଜିଟାଲ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ଯାଉଛୁ
- ଜିଏସଟି ଭାରତର ସବୁଠାରୁ ଐତିହାସିକ ଟିକସ ସଂସ୍କାର ମଧ୍ୟରୁ ଗୋଟଏ ଓ ଏହା ଆସନ୍ତା ମାସରେ ଲାଗୁ ହେବାକୁ ଯାଉଛି ।
- ଗତ ଦୁଇବର୍ଷ ମଧ୍ୟରେ ଆମେ ବ୍ୟକ୍ତିଗତ ଓ କର୍ପୋରେଟ କ୍ଷେତ୍ରରେ କମ୍ ଟିକସ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଛି ।
- ଆମେ କର୍ପୋରେଟ୍ ଟିକସକୁ 30%ରୁ 25%କୁ ହ୍ରାସ କରିଛୁ । ବିଶେଷକରି ନୂଆ ନିବେଶ ଓ ଛୋଟ ଉଦ୍ୟୋଗ ପାଇଁ ।
- ଦେବାଳିଆପଣ ଓ ଅମୀମାଂସା ସହ ଆଇପିଆର ଓ ମଧ୍ୟସ୍ଥତା ପାଇଁ ନୂଆ ଆଇନ ଓ ସଂସ୍ଥାନ କାର୍ଯ୍ୟ କରିବ ।
-ଇଜ ଅଫ୍ ଡୁଇଙ୍ଗ୍ ବିଜିନେସ ପାଇଁ ପ୍ରାୟ 7ହଜାରରୁ ଉର୍ଦ୍ଧ୍ଵ ସଂସ୍କାର ଲାଗୁ କରାଯାଇଛି ।
- ପରିବେଶ ମଞ୍ଜୁରିର ଆବଶ୍ୟକତାରୁ 36ଟି ପ୍ରମୁଖ ଉଦ୍ୟୋଗକୁ ବାହାରେ ରଖାଯାଇଛି ।
- ସେହିପରି 50 ରୁ ଅଧିକ ସାମଗ୍ରୀକୁ ପ୍ରତିରକ୍ଷା ତାଲିକାରୁ ବାହାରେ ରଖାଯାଇଛି ।
- ଔଦ୍ୟୋଗିକ ଲାଇସେନ୍ସର ବୈଧତା ଅବଧି 15ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
- 19ଟି ବନ୍ଦର ଓ 17ଟି ବାୟୁ ପରିବହନ କମ୍ପ୍ଲେକ୍ସରେ 24ଘଂଟିଆ କଷ୍ଟମ କ୍ଲିଅରାନ୍ସ ବ୍ୟବସ୍ଥା ହୋଇଛି ।
- ଡିଆଇଏନ୍, ପିଏଏନ୍, ଟିଏଏନ୍ ଓ ସିଆଇଏନ୍ ଆଦି ନମ୍ବର ଆବଂଟନ ସହ ଗୋଟିଏ କମ୍ପାନୀକୁ ସାମିଲ କରିବା ଏବେ କେବଳ ଗୋଟିଏ ଦିନର କଥା ହୋଇଛି ।
- 15ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଉଛି ।
- ଭାରତର ମାନ୍ୟତା ଏବେ ବିଶ୍ୱ ବ୍ୟାଙ୍କର ‘ବିଦ୍ୟୁତ୍ ଉପଲବ୍ଧି’ରେ 111 ତମ ସ୍ଥାନରେ ରହିଛି ।
ଉପରୋକ୍ତ ଉଦାହରଣ ବ୍ୟତୀତ ରାଜ୍ୟଗୁଡ଼ିକ ଦ୍ୱାରା ଅତିରିକ୍ତ ଭାବେ ହଜାର ହଜାର ସୁଧାର ହୋଇଛି । ସଂଘୀୟ ସରକାର ସହ ରାଜ୍ୟଗୁଡ଼ିକ ମଧ୍ୟ ଏଭଳି ସୁଧାର ଲାଗୁ କରିବା ପାଇଁ ଗଭୀର ଆଗ୍ରହ ଦେଖାଇଛନ୍ତି । ମୁଁ ସେଥିରୁ କେତେକ ଉଦାହରଣ ହେଉଛି :
- ଏଠି, ମୁଁ କିଛି ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରୁଛି । କିନ୍ତୁ ପ୍ରତିଯୋଗିତାମୂଳକ ଭାବନା ଯୋଗୁ ସୁଧାରର ମାନସିକତା ରାଜ୍ୟଗୁଡ଼ିକ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
- ସୁଧାରରେ ସାମିଲ ଅଛି :
-16ଟି ରାଜ୍ୟରେ ପୈଠ ଓ ଅନୁମୋଦନ ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମର 100 ପ୍ରତିଶତ କାର୍ଯ୍ୟକାରିତା
- 13ଟି ରାଜ୍ୟରେ ଟିକସ ରିଟର୍ଣ୍ଣର ଇ-ଫାଇଲିଂ 100% କାର୍ଯ୍ୟକାରୀ ହୋଇଛି
- 13ଟି ରାଜ୍ୟରେ ସ୍ୱୟଂଚାଳିତ ଅନ୍-ଲାଇନ୍ ବିଲଡିଙ୍ଗ ପ୍ଲାନକୁ ଅନୁମୋଦନ
-11ଟି ରାଜ୍ୟରେ ବାଣିଜ୍ୟିକ ବିବାଦ ପାଇଁ ଇ-ଫାଇଲ୍ ବ୍ୟବସ୍ଥା ଲାଗୁ କରାଯାଇଛି
-13ଟି ରାଜ୍ୟରେ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ବାଣିଜ୍ୟିକ ନ୍ୟାୟାଳୟ ସ୍ଥାପିତ କରାଯାଇଛି ।
ବନ୍ଧୁଗଣ
ଏବେ ଭାରତ ବିଶ୍ୱର ସବୁଠାରୁ ଉଦାର FDI ନୀତି ବ୍ୟବସ୍ଥା ମଧ୍ୟରୁ ଏକ । 90 ପ୍ରତିଶତରୁ ଅଧିକ ବିଦେଶୀ ପୁଞ୍ଜିନିବେଶ ପ୍ରବାହ ସ୍ୱୟଂଚାଳିତ ମାର୍ଗ ଆଧାରରେ ଆସୁଛି । FDI ପ୍ରସ୍ତାବର ଯାଞ୍ଚ ପାଇଁ 1990ରେ କରାଯାଇଥିବା ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡକୁ ଗତ ସପ୍ତାହରେ ଆମେ ଆନୁଷ୍ଠାନିକ ଭାବେ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଭାରତୀୟ ଅର୍ଥବ୍ୟବସ୍ଥାରେ ବିଦେଶୀ ନିବେଶକଙ୍କ ଗତିବିଧିକୁ ବ୍ୟାପକ କରିବା ପାଇଁ ଏଭଳି ଚିନ୍ତାଧାରା ନିଆଯାଇଛି । ଏହି ଦୃଷ୍ଟିକୋଣ ଯୋଗୁ ବିଭିନ୍ନ ଆନ୍ତର୍ଜାତିକ ଏଜେନ୍ସୀ ଦ୍ୱାରା ଆମର FDI ପ୍ରବେଶକୁ ଅତ୍ୟଧିକ ସକରାତ୍ମକ ସ୍ଥାନ ଦିଆଯାଇଛି । ଗତ 3 ବର୍ଷ ମଧ୍ୟରେ ଏଫଡ଼ିଆଇ ପ୍ରବାହରେ ମଧ୍ୟ ଅତ୍ୟଧିକ ଅଭିବୃଦ୍ଧି ହୋଇଛି । 2016-17ରେ ଏହା 60 ବିଲିୟନ ଆମେରିକୀୟ ଡଲାରରେ ପହଂଚିଛି ।
ବନ୍ଧୁଗଣ
ଭାରତ ହେଉଛି ବୃହତ୍ ରାଷ୍ଟ୍ର । ତେଣୁ ବିକାଶ କଥା ଆସିଲେ, କିଛି ବି ପର୍ଯ୍ୟାପ୍ତ ନୁହେଁ । ଆମ ପାଖରେ ଅନେକ ସ୍ୱପ୍ନ ଅଛି ଓ ଏସବୁ ସ୍ୱପ୍ନ ବହୁତ ବଡ଼ । ମାତ୍ର ସମୟ ସ୍ୱଳ୍ପ ଓ ଏହା ଆପଣମାନଙ୍କ ପାଇଁ ସୁଯୋଗ ।
ଏହି ସୁଯୋଗ ଲକ୍ଷ ଲକ୍ଷ ଘର ନିର୍ମାଣଠାରୁ ଆରମ୍ଭ କରି ଶତାଧିକ ସ୍ମାର୍ଟ ସିଟିର ସ୍ଥାପନ ପାଇଁ । ରେଳବାଇ ନେଟୱାର୍କ ଓ ଷ୍ଟେସନର ଆଧୁନିକୀକରଣ, ହାଇସ୍ପିଡ୍ ରେଲ୍ କରିଡରର ନିର୍ମାଣ, ଅକ୍ଷୟ ଶକ୍ତିର ଉତ୍ପାଦନ ସହ ଏହାର ଯୋଗାଣ ନେଟୱାର୍କ ରହିଛି । ଏହା ବ୍ୟତୀତ ଜାତୀୟ ରାଜପଥ, ବ୍ରିଜ୍ ଓ ସାମଗ୍ରିକ ସହରାଂଚଳ ପରିବହନ ବ୍ୟବସ୍ଥା, ସ୍କୁଲ, ହସ୍ପିଟାଲ ଓ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧିକ ଆବଶ୍ୟକତା ରହିଛି ।
ଆମେ ଆମର ଲୋକଙ୍କୁ ଡିଜିଟାଲ ଭାରତ ଓ ଦକ୍ଷତା ଭାରତ ଭଳି ଅଭିଯାନ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରୁଛୁ । ଯୁବ ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିବା ପାଇଁ ଆମେ ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଷ୍ଟାଣ୍ଡଅପ୍ ଇଣ୍ଡିଆ ଅଭିଯାନ ଚଳାଇଛୁ ।
ଚାନ୍ସେଲର ମର୍କେଲ ଓ ବନ୍ଧୁଗଣ
2015 ଏପ୍ରିଲରେ ମୁଁ ଯେତେବେଳେ କହିଥିଲି, ସେତେବେଳେ ଆମର ସୁଧାର ପ୍ରକ୍ରିୟା ମାତ୍ର ଆରମ୍ଭ ହୋଇଥିଲା । ଏବେ ମୁଁ କହିପାରିବି ଯେ ଆମେ ଏହାର ଏକ ବୃହତ୍ ଅଂଶବିଶେଷକୁ ପୂରଣ କରିସାରିଛୁ । ଅବଶ୍ୟ ଦ୍ରୁତ ଓ ଉନ୍ନତ ଶୈଳୀରେ ଆମେ ଅଧିକରୁ ଅଧିକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୋର ଦୃଢ଼ ବିଶ୍ୱାସ କରେ ଯେ ଆମେ ଏଭଳି ପ୍ରକାରର ସୁଧାରକୁ ବୁଝିବା ପାଇଁ ଆମକୁ ସଂସ୍ଥାଗତ ନେଟୱାର୍କ ସ୍ଥାପନ କରିବା ଉଚିତ୍ । ଆମର ଦୁଇ ଦେଶର ଅନ୍ତର୍ନିହିତ ଆର୍ଥିକ କ୍ଷମତାର ଲାଭ ଉଠାଇବାର ଆବଶ୍ୟକତା ରହିଛି । ଶେଷରେ ମୁଁ ଅଧିକରୁ ଅଧିକ ଜର୍ମାନ ସହଯୋଗୀ ଓ କମ୍ପାନୀକୁ ଭାରତକୁ ଆମନ୍ତ୍ରିତ କରୁଛି ।
ଆମର ଗତି, ଇଚ୍ଛା ଓ ସ୍ୱପ୍ନ ଯୋଗୁ ଉଲ୍ଲେଖନୀୟ ବ୍ୟବସାୟିକ ସୁଯୋଗ ସୃଷ୍ଟି ହୋଇଛି । ପୂର୍ବରୁ କେବେ ଭାରତ ଏଭଳି ବ୍ୟବସାୟ ପାଇଁ ପ୍ରସ୍ତୁତ ନଥିଲା । ଆମେ ଏବେ ଉଡ଼ିବା ସ୍ଥିତିରେ ରହିଛୁ । ତେଣୁ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଚେତ ନ୍ୟାୟପାଳିକା ବ୍ୟବସ୍ଥା ଆପଣଙ୍କ ନିବେଶର ସୁରକ୍ଷାକୁ ସୁନିଶ୍ଚିତ କରାଇବ ।
ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି ଯେ ଆମେ ଆପଣମାନଙ୍କ ପ୍ରୟାସକୁ ସଫଳ କରିବା ପାଇଁ ଆପଣଙ୍କ ସହ ହାତରେ ହାତ ମିଳାଇ କାମ କରିବୁ ।
ଧନ୍ୟବାଦ
A great pleasure to meet you all. It is an added pleasure to talk to you in the presence of an enlightened leader like Chancellor Merkel: PM
— PMO India (@PMOIndia) May 30, 2017
Germany is among India’s most important partners both bilaterally and in the global context: PM @narendramodi pic.twitter.com/Oi5TZSm9ZF
— PMO India (@PMOIndia) May 30, 2017
There is tremendous potential in India-Germany economic collaboration. Our economic partnership is still below its full potential: PM pic.twitter.com/gzPg8cNxmS
— PMO India (@PMOIndia) May 30, 2017
With a view to help the German companies, we have put in place a Fast Track Mechanism: PM @narendramodi
— PMO India (@PMOIndia) May 30, 2017
A number of issues have already been resolved through this mechanism: PM @narendramodi
— PMO India (@PMOIndia) May 30, 2017
Through our ‘Make in India’ initiative, we are committed to transform India as a major player in the global value chain: PM @narendramodi
— PMO India (@PMOIndia) May 30, 2017
We are also implementing a strategic market entry support Programme, since September 2015. It is called MIIM (Make in India Mittelstand): PM
— PMO India (@PMOIndia) May 30, 2017
Another ongoing and very successful programme between India and Germany is the Indo-German Managers Training Programme: PM @narendramodi
— PMO India (@PMOIndia) May 30, 2017
India has emerged as the fastest growing major economy the last three years with GDP growth rate of over 7%: PM @narendramodi
— PMO India (@PMOIndia) May 30, 2017
Our emphasis has been on reducing Government and enhancing Governance: PM @narendramodi pic.twitter.com/GnjSXikDqe
— PMO India (@PMOIndia) May 30, 2017
The trend of reforms is spreading fast to all the states: PM @narendramodi
— PMO India (@PMOIndia) May 30, 2017
Now, India has one of the most liberal FDI Policy regimes in the world: PM @narendramodi pic.twitter.com/J52t3g0s5v
— PMO India (@PMOIndia) May 30, 2017
When I spoke in April 2015, our process of reform had just started. Now, I can safely say that we have completed a sizeable part of it: PM
— PMO India (@PMOIndia) May 30, 2017