ସଫଳତାର ସହିତ ଭାରତ ପରିକ୍ରମା ପଦଯାତ୍ରା ସମ୍ପନ୍ନ କରି ଶ୍ରୀ ସୀତାରାମ କେଦିଲାୟା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀ କେଦିଲାୟା ଅଗଷ୍ଟ 9, 2012 ରେ କନ୍ୟାକୁମାରୀରୁ ତାଙ୍କ ପଦଯାତ୍ରା ଆରମ୍ଭ କରିଥିଲେ ଏବଂ ତାହା ପୁଣି ସେହି କନ୍ୟାକୁମାରୀରେ ହିଁ ଜୁଲାଇ 9 ତାରିଖରେ ପରିସମାପ୍ତି ହୋଇଥିଲା ।
ପରିକ୍ରମା ଯାତ୍ରା କାଳରେ, ଶ୍ରୀ କେଦିଲାୟା 9,000 ଗ୍ରାମକୁ ପ୍ରତ୍ୟକ୍ଷ ଭାବେ ପହଞ୍ଚିଥିଲେ । ତାଙ୍କ ଯାତ୍ରାର ସନ୍ଦେଶ ପରୋକ୍ଷ ଭାବେ ଅତିରିକ୍ତ 20,000 ଗ୍ରାମରେ ପହଞ୍ଚି ପାରିଥିଲା । ଏହି ଭାରତ ପରିକ୍ରମା ବେଳେ ଶ୍ରୀ କେଦିଲାୟା ଲକ୍ଷାଧିକ ଚାଷୀ ଓ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ଭେଟି ମତ ବିନିମୟ କରିବାର ଅପୂର୍ବ ସୁଯୋଗ ପାଇଥିଲେ ।
ଶ୍ରୀ କେଦିଲାୟାଙ୍କ ପ୍ରୟାସକୁ ବେଶ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କ ଭବିଷ୍ୟତ କାର୍ଯ୍ୟକ୍ରମ ଲାଗି ଶୁଭକାମନା ଜଣାଇଥିଲେ ।