ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳ ଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ।
![](https://cdn.narendramodi.in/cmsuploads/0.94534700_1652688674_684-shilanyaas-of-india-international-centre-for-buddhist-culture-and-heritage-in-lumbini-nepal.jpg)
ଏହି କେନ୍ଦ୍ର ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ, ନୂଆଦିଲ୍ଲୀଙ୍କ ଦ୍ୱାରା ଲୁମ୍ବିନୀ ଡେଭେଲପମେଣ୍ଟ ଟ୍ରଷ୍ଟ (ଏଲଡିଟି)ଙ୍କୁ ପ୍ରଦାନ କରାଯାଇଥିବା ଏକ ଜମିରେ ନିର୍ମିତ ହେବ । ମାର୍ଚ୍ଚ, ୨୦୨୨ରେ ଆଇବିସି ଓ ଏଲଡିଟିଙ୍କ ମଧ୍ୟରେ ହୋଇଥିବା ରାଜିନାମା ଅନ୍ତର୍ଗତ ଏହି ଜମି ଆବଣ୍ଟିତ ହୋଇଥିଲା ।
![](https://cdn.narendramodi.in/cmsuploads/0.42107800_1652688691_1-684-shilanyaas-of-india-international-centre-for-buddhist-culture-and-heritage-in-lumbini-nepal.jpg)
ତିନି ପ୍ରମୁଖ ବୌଦ୍ଧ ପରମ୍ପରା ଥେରବାଦ, ମହାଯାନ ଓ ବଜ୍ରଯାନ ସନ୍ୟାସୀମାନଙ୍କ ଦ୍ୱାରା ଶିଳାନ୍ୟାସ ସମାରୋହ ପରେ ଦୁଇ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ଏକ ମଡେଲ ଉନ୍ମୋଚନ କରିଥିଲେ ।
![](https://cdn.narendramodi.in/cmsuploads/0.12699200_1652688710_2-684-shilanyaas-of-india-international-centre-for-buddhist-culture-and-heritage-in-lumbini-nepal.jpg)
ନିର୍ମାଣ ସରିବା ପରେ ସାରା ବିଶ୍ୱର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ଦିଗକୁ ସ୍ୱାଗତ କରିବାରେ ଏହା ବିଶ୍ୱସ୍ତରୀୟ କେନ୍ଦ୍ର ପାଲଟିବ । ଏହି କେନ୍ଦ୍ରରେ ଶକ୍ତି, ଜଳ ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ନେଟଜିରୋ ମାନକ ଅନୁରୂପ ଆଧୁନିକ କୋଠା ତଥା ପ୍ରାର୍ଥନା ଗୃହ, ଧ୍ୟାନ କେନ୍ଦ୍ର, ପାଠାଗାର, ପ୍ରଦର୍ଶନୀ ହଲ, କ୍ୟାଫେଟେରିଆ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ।
![](https://cdn.narendramodi.in/cmsuploads/0.84058500_1652688723_shilanyaas-of-india-international-centre-for-buddhist-culture-and-heritage-in-lumbini-nepal.jpg)