ସେସେଲ୍ସ ସଂସଦର ଏକ 12 ଜଣିଆ ପ୍ରତିନିଧିମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ଵ ନେଇଛନ୍ତି ବାଚସ୍ପତି ମହାମାନ୍ୟ ପାଟ୍ରିକ ପିଲ୍ଲେ ଏବଂ ସରକାରୀ କାର୍ଯ୍ୟକ୍ରମ ନେତା ମହାମାନ୍ୟ ଚାଲ୍ସ ଡି କମାରମୋଂ ।
ପ୍ରଧାନମନ୍ତ୍ରୀ ଦୁଇ ଦେଶର ସଂସଦ ମଧ୍ୟରେ ବ୍ୟାପକ ମତ ବିନିମୟ ଓ ଯୋଗସୂତ୍ରକୁ ସ୍ଵାଗତ କରିଥିଲେ । ଭାରତ ଓ ସେସେଲ୍ସ ମଧ୍ୟରେ ବିଶେଷ କରି ଭାରତ ମହାସାଗର ଅଞ୍ଚଳରେ ଦୃଢ ଓ ଗତିଶୀଳ ସଂପର୍କକୁ ବୃଦ୍ଧି କରିବା କ୍ଷେତ୍ରରେ ଦୁଇ ଦେଶର ବ୍ୟବସ୍ଥାପକ ସଭାର ଭୂମିକା ଓ ଭାଗିଦାରୀତାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ମାର୍ଚ୍ଚ 2015ରେ ତାଙ୍କର ସଫଳ ସେସେଲ୍ସ ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଓ ସହଯୋଗୀତାକୁ ନିବିଡ କରିବା କ୍ଷେତ୍ରରେ ଏହି ଗସ୍ତ ଉପକାରସିଦ୍ଧ ହୋଇଛି ।
ଆଲୋଚନା କାଳରେ ସେସେଲ୍ସର ପ୍ରତିନିଧିମଣ୍ଡଳୀ ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ଯୋଗସୂତ୍ର ବୃଦ୍ଧି ଏବଂ ଦ୍ଵିପାକ୍ଷିକ ସଂପର୍କକୁ ସୁଦୃଢ କରିବା ଉପରେ ସେମାନଙ୍କର ମତାମତ ଓ ପ୍ରସ୍ତାବ ରଖିଥିଲେ ।
ଲୋକସଭା ବାଚସ୍ପତିଙ୍କ ନିମନ୍ତ୍ରଣ କ୍ରମେ ସେସେଲ୍ସର ସଂସଦୀୟ ପ୍ରତିନିଧିମଣ୍ଡଳୀ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।