ଭାରତ ରତ୍ନ ଏମ.ଏସ.ସୁବୁଲକ୍ଷ୍ମୀଙ୍କ ଦୁଇ ଅଣନାତୁଣୀ ଏସ. ଐଶ୍ଵର୍ଯ୍ୟ। ଏବଂ ଏସ. ସୌନ୍ଦର୍ଯ୍ୟ। ତାଙ୍କ ପିତାମାତା ଭି. ଶ୍ରୀନିବାସନ ଏବଂ ଗୀତା ଶ୍ରୀନିବାସନଙ୍କ ସହିତ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତ କାଳରେ ସୁଶ୍ରୀ ଐଶ୍ଵର୍ଯ୍ୟ। ଏବଂ ସୁଶ୍ରୀ ସୌନ୍ଦର୍ଯ୍ୟ। “ମୈତ୍ରୀମ୍ ଭଜଥା” (Maithreem Bhajatha) ସଂକ୍ଷିପ୍ତରେ ପରିବେଷଣ କରିଥିଲେ । ଏହା ଏକ ଧାର୍ମିକ ଆଶୀର୍ବଚନ ଯାହାକି ଏମ.ଏସ.ସୁବୁଲକ୍ଷ୍ମୀ ଅକ୍ଟୋବର 1966ରେ ଜାତିସଙ୍ଘରେ ପରିବେଷଣ କରିଥିଲେ ।
ବିଶିଷ୍ଟ ସଂସ୍କୃତ ବିଦ୍ଵାନ ତଥା କାଞ୍ଚିର ଆଚାର୍ଯ୍ୟ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ଵତୀ ଏହି ଆଶୀର୍ବଚନର ମୌଳିକ ରଚୟିତା ।
ଏହା ବିଶ୍ଵ ଶାନ୍ତି ଓ ଭ୍ରାତୃତ୍ଵଭାବର ଏକ ଗାନ ଯାହାକି ଏମ.ଏସ.ସୁବୁଲକ୍ଷ୍ମୀ, ଜାତିସଂଘ ବୃନ୍ଦଗାନ ପରେ ତାଙ୍କର ସମସ୍ତ ସଙ୍ଗୀତାୟନରେ ପରିବେଷଣ କରିଥିଲେ । ଏହି ଗାନର ଅନ୍ତିମ ଶବ୍ଦଗୁଡିକ ହେଉଛି "ଶ୍ରେୟ ଓ ଭୂୟତ ସକଳ ଜନନମ", ଯାହାର ଅର୍ଥ - ମାନବ ସମାଜ ପାଇଁ ସୁଖ ଓ ବିଭୂକୃପା ଭରିଯାଉ ।