ପ୍ରତିଷ୍ଠିତ କାଶୀ ବିଶ୍ୱନାଥ ଧାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନବୀକରଣର ଏକ ନୂତନ ଯୁଗ ଦେଖିବାକୁ ମିଳୁଛି।
ଭାରତର ଅନ୍ୟତମ ପବିତ୍ର ସହରରେ ଭାରତର ଅନ୍ୟତମ ପବିତ୍ର ମନ୍ଦିରକୁ ବର୍ତ୍ତମାନ ଏକ ଐତିହ୍ୟ କରିଡର ମିଳିଯାଇଛି ଯାହା ଏହାର ଗୌରବମୟ ଇତିହାସର ଅନୁରୂପ ।
ଭବ୍ୟ ପ୍ରବେଶ ଦ୍ୱାରଠାରୁ ଆରମ୍ଭ କରି ମନ୍ଦିରର ଚାରିପାଖରେ ଥିବା ପ୍ରଶସ୍ତ ଅଞ୍ଚଳ ପର୍ଯ୍ୟନ୍ତ ,ଯେଉଁଠି ଏକ ସମୟରେ ହଜାର ହଜାର ଲୋକ ଏକାଠି ହୋଇପାରିବେ, କାନ୍ଥରେ ସୁନ୍ଦର ଖୋଦନଠାରୁ ଆରମ୍ଭ କରି ସ୍ୱଚ୍ଛ ଏବଂ ପ୍ରଶସ୍ତ ପଥ ଠାରୁ ଆରମ୍ଭ କରି ଗଙ୍ଗା ପର୍ଯ୍ୟନ୍ତ, ବାବା ବିଶ୍ୱନାଥଙ୍କ ମନ୍ଦିର ପରିବର୍ତ୍ତନ ହୋଇଛି |
ଆଧୁନିକ ସୁବିଧା ସହିତ କାଶୀ ବିଶ୍ୱନାଥ ଧାମ ପ୍ରାଚୀନତା ଏବଂ ଆଧୁନିକତାର ସର୍ବୋତ୍ତମ ସଙ୍ଗମ ପ୍ରଦର୍ଶନ କରୁଛି ।
ଏହି ଫୋଟଗୁଡ଼ିକ ମାଧ୍ୟମରେ ମହାନ କାଶୀ, ଭବ୍ୟ କାଶୀକୁ ନିକଟରୁ ଦେଖନ୍ତୁ ।