ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ମାତାଙ୍କ ଜୀବନକୁ ଏକ ମହାନ ଶତାବ୍ଦୀ ବୋଲି ଦର୍ଶାଇଛନ୍ତି ଯାହା ଆଜି ଭଗବାନଙ୍କ ପାଦପଦ୍ମରେ ଶାନ୍ତି ପାଇଛି ।
ଆଜି ଶ୍ରୀମତୀ ହୀରାବେନଙ୍କର ଦେହାନ୍ତ ହେବାପରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ତାଙ୍କ ଭିତରେ ସେ ସର୍ବଦା ଏକ ତପସ୍ୱୀର ଯାତ୍ରା, ନିଃସ୍ୱାର୍ଥପର କର୍ମଯୋଗୀ ଏବଂ ମୂଲ୍ୟବୋଧ ପାଇଁ ଉତ୍ସର୍ଗୀକୃତ ଜୀବନ ଅନୁଭବ କରିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ୧୦୦ ତମ ଜନ୍ମଦିନରେ ଦେଇଥିବା ପରାମର୍ଶକୁ ମନେ ପକାଇଲେ ଯେଉଁଠାରେ ସେ କହିଥିଲେ ଯେ ବୁଦ୍ଧି ସହିତ କାର୍ଯ୍ୟ କରାଯିବା ଉଚିତ ଏବଂ ଜୀବନକୁ ଶୁଦ୍ଧତାର ସହିତ ବଞ୍ଚିବା ଉଚିତ୍ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
ଏକ ସୁନ୍ଦର ଶତାବ୍ଦୀର ଭଗବାନଙ୍କ ପାଦତଳେ ବିଶ୍ରାମ ... ମା’ ମୁଁ ସର୍ବଦା ସେହି ତ୍ରିମୂର୍ତ୍ତିକୁ ଅନୁଭବ କରିଥିଲି, ଯେଉଁଥିରେ ଏକ ତପସ୍ୱୀର ଯାତ୍ରା, ଏକ ନିଃସ୍ୱାର୍ଥପର କର୍ମାଯେ।ଗୀଙ୍କ ପ୍ରତୀକ ଏବଂ ମୂଲ୍ୟବୋଧ ପାଇଁ ପ୍ରତିବଦ୍ଧ ଜୀବନ ରହିଛି ।
ଯେତେବେଳେ ମୁଁ ତାଙ୍କ ୧୦୦ ତମ ଜନ୍ମଦିନରେ ତାଙ୍କୁ ଭେଟିଥିଲି, ସେ ଗୋଟିଏ କଥା କହିଥିଲେ, ଯାହା ସର୍ବଦା ମନେ ରହିଥାଏ ଯେ ବୁଦ୍ଧି ସହିତ କାମ କରିବା, ଶୁଦ୍ଧତା ସହିତ ଜୀବନ ବଞ୍ଚିବା ।
शानदार शताब्दी का ईश्वर चरणों में विराम... मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है। pic.twitter.com/yE5xwRogJi
— Narendra Modi (@narendramodi) December 30, 2022