ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଏନସିଆର କ୍ଷେତ୍ରଠାରେ ଦୁଇଟି ନବନିର୍ମିତ ଏକପ୍ରେସ-ୱେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏଥି ମଧ୍ୟରେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଫେଜ-1,ନିଜାମୁଦ୍ଦିନ ସେତୁ ଠାରୁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ପର୍ଯ୍ୟନ୍ତ 14 ଲେନ ବିଶିଷ୍ଟ ସଡକ ବିସ୍ତୃତ । ସେହିପରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଦ୍ୱିତୀୟ ପ୍ରକଳ୍ପ 135 କି.ମି ଦୈଘ୍ୟର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ (ଇପିଇ) ରାଷ୍ଟ୍ରୀୟ ରାଜମାର୍ଗ 1 ର କୁନ୍ଦଲି ଠାରୁ ରାଷ୍ଟ୍ରୀୟ ରାଜମାର୍ଗ 2 ର ପଲୱାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ।
ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେ ଦେଶର ରାଜଧାନୀରୁ ମିରଟ ଯିବା ପାଇଁ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ତଥା ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ସମୟ ହ୍ରାସ ହେବ ।
ଦିଲ୍ଲୀ-ମିରଟ ଏକ୍ସପ୍ରେସୱେର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ରାଜମାର୍ଗ ନିରୀକ୍ଷଣ ପାଇଁ କିଛି ବାଟ ଖୋଲା ଜିପ ଜରିଆରେ ଯାତ୍ରା କରିଥିଲେ ଯେଉଁଠାରେ ଏକତ୍ରୀତ ଲୋକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ (ଇପିଇ) ଦିଲ୍ଲୀ ପାଇଁ ଯାତ୍ରାର ମାର୍ଗ ବଦଳାଇ ଦେଇଥିବାରୁ ରାଜଧାନୀରେ ଟ୍ରାଫିକ ଭିଡ ଏବଂ ପ୍ରଦୂଷଣ ହ୍ରାସ କରିବା ଲକ୍ଷ୍ୟ ପ୍ରାପ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଏହି ଅବସରରେ ବାଗପତଠାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ମୋର ବିଶ୍ୱାସ । ସେ କହିଥିଲେ ଯେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ ଯୋଗୁଁ ରାଜଧାନୀରେ ଭିଡର ମାତ୍ରା କମ ହେବା ସହିତ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସାଧାରଣଙ୍କର ଜୀବନ ଶୈଳୀକୁ ଉନ୍ନତ କରିବା କ୍ଷେତ୍ରରେ ଆଧୂନିକ ଭିତ୍ତିଭୂମିର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସଡକ, ରେଲୱେ, ଆଦି ସମେତ ଢାଂଚାଗତ ବ୍ୟବସ୍ଥାର ନିର୍ମାଣ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପଗୁଡିକ ଉପରେ ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଭିତ୍ତିଭୂମି ବିକାଶର ଗତିରେ ହେଉଥିବା ବୃଦ୍ଧିର ଉଦାହରଣଦେଇଥିଲେ ।
ମହିଳା ଶସକ୍ତିକରଣ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଏଲପିଜି ସଂଯୋଗ ମହିଳାମାନଙ୍କ ଜୀବନକୁ ସହଜ କରିପାରିଛି । ସେ କହିଥିଲେ ଯେ ମୁଦ୍ରା ଯୋଜନା ଅନ୍ତର୍ଗତ ପ୍ରଦାନ କରାଯାଇଥିବା 13 କୋଟି ଋଣ ମଧ୍ୟରୁ 75 ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋକ୍ତାମାନଙ୍କୁ ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଗ୍ରାମୀଣ କୃଷି ସଂବନ୍ଧୀତ ଭିତ୍ତିଭୂମିର ବିକାଶ ପାଇଁ 14 ଲକ୍ଷ କୋଟି ଟଙ୍କା କେନ୍ଦ୍ର ବଜେଟରେ ବ୍ୟବସ୍ଥା ରଖାଯାଇଛି ।