ମୁଁ ଯୁକ୍ତରାଷ୍ଟ୍ର ଆମେରିକାର ମହାମହିମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆମନ୍ତ୍ରଣରେ ୨୦୨୧ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବି ।

ନିଜର ଏହି ଗସ୍ତ ଅବସରରେ ମୁଁ ରାଷ୍ଟ୍ରପତି ବାଇଡେନଙ୍କ ସହ ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୀତିକ ସହଯୋଗିତା ଓ ଆପୋସ ହିତ ସହ ଜଡ଼ିତ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବି । ନିଜର ଏହି ଗସ୍ତ ସମୟରେ ମୁଁ ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ସାକ୍ଷାତକୁ ନେଇ ଅତ୍ୟନ୍ତ ଉତ୍ସୁକ ଅଛି ଏବଂ ଏହି ଅବସରରେ ଉଭୟ ଦେଶ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ କଥାବାର୍ତ୍ତା କରିବି ।

|

ମୁଁ ରାଷ୍ଟ୍ରପତି ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ବ୍ୟକ୍ତିଗତ ପ୍ରଥମ କ୍ୱାଡ ନେତା ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବି । ଏହି ସମ୍ମିଳନୀ ଚଳିତବର୍ଷ ମାର୍ଚ୍ଚରେ ଆମ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ଶିଖର ସମ୍ମିଳନୀର ନିର୍ଯାସଗୁଡ଼ିକର ପ୍ରଗତି ସଂକ୍ରାନ୍ତରେ ବିଚାରବିମର୍ଶ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ନିମନ୍ତେ ଆମର ମିଳିତ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ କାର୍ଯ୍ୟକଳାପର ପ୍ରାଥମିକତାଗୁଡ଼ିକୁ ରେଖାଙ୍କିତ ପାଇଁ ସୁଯୋଗ ପ୍ରଦାନ କରିବ ।

ମୁଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କ ସହ ସାକ୍ଷାତ କରିବି । ଏହି ଅବସରରେ ସେମାନଙ୍କ ଦେଶଗୁଡ଼ିକ ସହ ମଜଭୁତ ଦ୍ୱିପାକ୍ଷିକ ସମ୍ପର୍କ ବାବଦରେ ତଥା ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ସହ ଜଡ଼ିତ ଉପଯୋଗୀ ବିଷୟ ଉପରେ ବିଚାର ଆଦାନ ପ୍ରଦାନ କରାଯିବ ।

ଜାତିସଂଘ ମହା ସମ୍ମିଳନୀରେ ଉଦବୋଧନ ଦେଇ ମୁଁ ନିଜ ଗସ୍ତର ସମାପନ କରିବି ଏବଂ ସେଠାରେ ମୁଁ କୋଭିଡ-୧୯ ମହାମାରୀ, ଆତଙ୍କବାଦ ମୁକାବିଲାର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭଳି ବିଭିନ୍ନ ଅନ୍ତର୍ଜାତୀୟ ଆହ୍ୱାନଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବି ।

ମୋର ଆମେରିକା ଗସ୍ତ ଆମେରିକା ସହ ବ୍ୟାପକ ଅନ୍ତର୍ଜାତୀୟ ରଣନୀତିକ ସହଯୋଗିତାକୁ ମଜଭୁତ କରିବା ତଥା ଆମର ରଣନୀତିକ ସହଯୋଗୀ- ଜାପାନ ଓ ଅଷ୍ଟ୍ରେଲିଆ ସହ ସମ୍ପର୍କକୁ ସୁଦୃଢ଼ କରିବା ନେଇ ସୁଯୋଗ ପ୍ରଦାନ କରିବ ଏବଂ ମହତ୍ତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆମ ସହଯୋଗକୁ ଆଗେଇ ନେବ ।

 

  • krishangopal sharma Bjp January 10, 2025

    नमो नमो 🙏 जय भाजपा 🙏🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
  • krishangopal sharma Bjp January 10, 2025

    नमो नमो 🙏 जय भाजपा 🙏🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷🌷
  • G.shankar Srivastav August 11, 2022

    नमस्ते
  • Shivkumragupta Gupta July 02, 2022

    नमो नमो नमो नमो नमो🌹🌷🌹
  • Jayanta Kumar Bhadra May 23, 2022

    Jay Jay Sri Krishna
  • Jayanta Kumar Bhadra May 23, 2022

    Jay Jay Ganesh
  • Jayanta Kumar Bhadra May 23, 2022

    Jay Jay Ram
  • Laxman singh Rana May 16, 2022

    नमो नमो 🇮🇳🌷🌹
  • Laxman singh Rana May 16, 2022

    नमो नमो 🇮🇳🌷
  • Laxman singh Rana May 16, 2022

    नमो नमो 🇮🇳
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Raj Kapoor’s Iconic Lantern Donated To PM Museum In Tribute To Cinematic Icon

Media Coverage

Raj Kapoor’s Iconic Lantern Donated To PM Museum In Tribute To Cinematic Icon
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi to participate in the Post-Budget Webinar on "Agriculture and Rural Prosperity"
February 28, 2025
QuoteWebinar will foster collaboration to translate the vision of this year’s Budget into actionable outcomes

Prime Minister Shri Narendra Modi will participate in the Post-Budget Webinar on "Agriculture and Rural Prosperity" on 1st March, at around 12:30 PM via video conferencing. He will also address the gathering on the occasion.

The webinar aims to bring together key stakeholders for a focused discussion on strategizing the effective implementation of this year’s Budget announcements. With a strong emphasis on agricultural growth and rural prosperity, the session will foster collaboration to translate the Budget’s vision into actionable outcomes. The webinar will engage private sector experts, industry representatives, and subject matter specialists to align efforts and drive impactful implementation.