ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଜଳପାଇଗୁଡି ଗସ୍ତ କରିଛନ୍ତି । ସେ ସେଠାରେ ଫଳକଟା-ସଲସଲାବାଡି (NH -31 D) ସେକ୍ସନର ଚାରି ଲେନ କାର୍ଯ୍ୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଜଳପାଇଗୁଡିରେ କୋଲକାତା ହାଇକୋର୍ଟର ସର୍କିଟ ବେଞ୍ଚକୁ ଉଦ୍ଘାଟନ କରିଛନ୍ତି ।
41.7 କିଲୋମିଟର ଲମ୍ବ ଫଳକଟା-ସଲସଲାବାଡି ସେକ୍ସନ ହେଉଛି ପୂର୍ବ-ପଶ୍ଚିମ କରିଡରର ଅଂଶବିଶେଷ ଯାହାକି ରାଷ୍ଟ୍ରୀୟ ରାଜମାର୍ଗ ବିକାଶ ପ୍ରକଳ୍ପ – ପର୍ଯ୍ୟାୟ 2 ଅନ୍ତର୍ଭୁକ୍ତ । ଉତ୍ତର-ପୂର୍ବାଞ୍ଚଳକୁ ସଂଯୋଗ ଲାଗି ଏହି ସେକ୍ସନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଡିଜାଇନ, ନିର୍ମାଣ, ବ୍ୟୟଭାର, ପରିଚାଳନା ଏବଂ ହସ୍ତାନ୍ତର ଢାଞ୍ଚା ଜରିଆରେ ନିର୍ମିତ ହେବାକୁଥିବା ଏହି ପ୍ରକଳ୍ପ ଅଢେଇ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ପ୍ରକଳ୍ପଟି ସଂପୂର୍ଣ୍ଣ ହେଲେ ସଲସଲାବାଡି ଏବଂ ଆଲିପୁରଦୁଆର ଠାରୁ ସିଲିଗୁଡିକୁ 50 କିଲୋମିଟର ସଡକ ଯାତ୍ରା ହାସ ପାଇବ ।
ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ କୋଲକାତା ହାଇକୋର୍ଟ ସର୍କିଟ ବେଞ୍ଚ ଦାର୍ଜିଲିଂ, କାଲିମପଙ୍ଗ, ଜଳପାଇଗୁଡି ଏବଂ କୋଚ ବେହାର ଅଞ୍ଚଳକୁ ନେଇ ଗଠିତ ଉତ୍ତର ବଙ୍ଗଳାର ଲୋକଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନରେ ସହାୟକ ହେବ । ଏହି ଚାରୋଟି ଜିଲ୍ଲାର ଅଧିବାସୀମାନେ 600 କିଲୋମିଟର ଦୂର କଲିକତାକୁ ଯାତ୍ରା କରିବା ପରିବର୍ତ୍ତେ 100 କିଲୋମିଟର କମ ଦୂରତାରେ ଥିବା ସର୍କିଟ ବେଞ୍ଚକୁ ଯାଇପାରିବେ ।