ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 27, 2018ରେ ହିମାଚଳ ପ୍ରଦେଶ ଗସ୍ତ କରିବେ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହରେ ସେ ଯୋଗଦେବେ । ସରକାରଙ୍କ ସଫଳତାର ମୁଖ୍ୟାଂଶ ସମ୍ବଳିତ ଦସ୍ତାବିଜକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ କାଙ୍ଗ୍ରା ଜିଲ୍ଲାର ଧରମଶାଳାଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।