ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ୍ ଯୋଗେ ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଗୋଟବାୟା ରାଜପକ୍ଷେଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ।
ଉଭୟ ନେତା ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ମଞ୍ଚରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ସହଯୋଗର ସମୀକ୍ଷା କରିଥିଲେ। ଜାରି ରହିଥିବା କୋଭିଡ-19 ଆହ୍ଵାନ ପରିପ୍ରେକ୍ଷୀରେ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ନିୟମିତ ଯୋଗାଯୋଗ ଜାରି ରଖିବାକୁ ସେମାନେ ସହମତ ହୋଇଥିଲେ ।
ଭାରତର “ପଡୋଶୀ ପ୍ରଥମ” ନୀତିରେ ଶ୍ରୀଲଙ୍କାର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।