ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 3, 2019ରେ 35ତମ ଆସିଆନ ଶିଖର ସମ୍ମିଳନୀ, 14ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (EAS) ଏବଂ 16ତମ ଭାରତ-ଆସିଆନ ଶିଖର ସମ୍ମିଳନୀ ଅବସରରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଜେନେରାଲ (ସେବା ନିବୃତ୍ତ) ପ୍ରାୟୁତ ଚାନ-ଓ-ଚାଙ୍କୁ ଭେଟିଥିଲେ ।

|

ବୈଠକ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ସମସ୍ତ ସ୍ତରରେ ନିୟମିତ ଉଚ୍ଚସ୍ତରୀୟ ବୈଠକ ଓ ଭାବ ବିନିମୟ, ସମ୍ପର୍କରେ ସକାରାତ୍ମକ ପ୍ରଗତି ଆଣିଛି । ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗର ଅବସର ସମ୍ବନ୍ଧରେ ଅନ୍ୱେଷଣ କରିବା ପାଇଁ ଉଭୟ ସହମତି ଜଣାଇଥିଲେ । ଗତ ବର୍ଷ ଦ୍ୱିପାକ୍ଷିକ ବ୍ୟବସାୟରେ ହୋଇଥିବା 20 ପ୍ରତିଶତ ବୃଦ୍ଧିକୁ ସ୍ୱାଗତ କରି, ଦୁଇ ନେତା ବ୍ୟବସାୟିକ ଅଧିକାରୀମାନଙ୍କ ଉପରେ ବ୍ୟବସାୟ ଓ ନିବେଶକୁ ବୃଦ୍ଧି କରିବାର ଉପାୟ ଏବଂ ସାଧନ ଉପରେ ଚର୍ଚ୍ଚା କରିବାର ଦାୟିତ୍ୱ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାର ଉପାୟ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ ଯେଉଁଥିରେ ଡିଜିଟାଲ ସଂଯୋଗର କ୍ଷେତ୍ର ସାମିଲ ରହିଛି । ଦୁଇ ନେତା ବୃଦ୍ଧି ପାଉଥିବା ବାୟୁ ସଂଯୋଗ ଏବଂ ବ୍ୟାଙ୍କକ ଓ ଗୌହାଟୀ ମଧ୍ୟରେ ସିଧାସଳଖ ଉଡାଣ ଆରମ୍ଭ କରିବା ତଥା ଥାଇଲାଣ୍ଡର ରାନୋଙ୍ଗ ବନ୍ଦର ଓ କୋଲକାତା, ଚେନ୍ନାଇ ଏବଂ ବିଶାଖାପାଟଣା ବନ୍ଦର ମଧ୍ୟରେ ସହଯୋଗ ପାଇଁ ବୁଝାମଣା ପତ୍ରକୁ ଶେଷ ରୂପରେଖ ପ୍ରଦାନ କରାଯିବାକୁ ସ୍ୱାଗତ କରିଥିଲେ ।

|

ଉଭୟ ନେତା ପାରସ୍ପରିକ ହିତ ସମ୍ବନ୍ଧୀୟ କ୍ଷେତ୍ରୀୟ ଏବଂ ବହୁପକ୍ଷୀୟ ବିଷୟ ଉପରେ ବିଚାର ଆଦାନ-ପ୍ରଦାନ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆସିଆନ ସହିତ ସମ୍ବନ୍ଧିତ ବୈଠକରେ ସାମିଲ ହେବା ପାଇଁ ତାଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପାଇଁ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ, ଏଥିସହିତ ତାଙ୍କୁ ଆସିଆନର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ ଏହି ସମ୍ପର୍କକୁ ଅଧିକ ମଜଭୁତ କରିବା ନେଇ ଭାରତ-ଆସିଆନ ରଣନୈତିକ ଭାଗିଦାରିତା ପାଇଁ ଥାଇଲାଣ୍ଡର ଯୋଗଦାନକୁ ସକାରାତ୍ମକ ଭାବେ ମୂଲ୍ୟାଙ୍କନ କରିଥିଲେ ।

ଭାରତ ଓ ଥାଇଲାଣ୍ଡ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରଖୁଥିବା ନିକଟତର ସାମୁଦ୍ରିକ ପଡୋଶୀ । ସମକାଳୀନ ସନ୍ଦର୍ଭରେ, ଭାରତର ‘ଆକ୍ଟ ଇଷ୍ଟ’ ନୀତି ଥାଇଲାଣ୍ଡର ‘ଲୁକ ୱେଷ୍ଟ’ ନୀତିର ପରିପୂରକ ଯାହା ଏହି ସମ୍ବନ୍ଧକୁ ଗଭୀର, ମଜଭୁତ ଓ ବହୁପକ୍ଷୀୟ କରିଛି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Govt saved 48 billion kiloWatt of energy per hour by distributing 37 cr LED bulbs

Media Coverage

Govt saved 48 billion kiloWatt of energy per hour by distributing 37 cr LED bulbs
NM on the go

Nm on the go

Always be the first to hear from the PM. Get the App Now!
...
PM Modi greets the people of Mauritius on their National Day
March 12, 2025

Prime Minister, Shri Narendra Modi today wished the people of Mauritius on their National Day. “Looking forward to today’s programmes, including taking part in the celebrations”, Shri Modi stated. The Prime Minister also shared the highlights from yesterday’s key meetings and programmes.

The Prime Minister posted on X:

“National Day wishes to the people of Mauritius. Looking forward to today’s programmes, including taking part in the celebrations.

Here are the highlights from yesterday, which were also very eventful with key meetings and programmes…”