ଯକ୍ଷ୍ମା ରୋଗର ଲୋପ ଦିଗରେ ଭାରତର ପ୍ରଚେଷ୍ଟାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯକ୍ଷ୍ମା ରୋଗ ହ୍ରାସ ଦିଗରେ ଭାରତର ଉପଲବ୍ôଧ ଉପରେ ଗୁରୁତ୍ୱ ଦେଇଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ୨୦୧୫ରୁ ୨୦୨୩ ମଧ୍ୟରେ ଯକ୍ଷ୍ମା ରୋଗକୁ ୧୭.୭% ପର୍ଯ୍ୟନ୍ତ ହ୍ରାସ କରିବା ଦିଗରେ ଭାରତର ଉଲ୍ଲେଖନୀୟ ପ୍ରଗତିକୁ ମାନ୍ୟତା ପ୍ରଦାନ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କର ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପ୍ରଶଂସନୀୟ ପ୍ରଗତି! ଯକ୍ଷ୍ମା ରୋଗରେ ହ୍ରାସ ଭାରତର ସମର୍ପିତ ଏବଂ ଅଭିନବ ପ୍ରୟାସର ପରିଣତି । ସାମୂହିକ ଭାବନା ମାଧ୍ୟମରେ ଆମେ ଆମେ ଯକ୍ଷ୍ମା ମୁକ୍ତ ଭାରତ ଗଠନ ଦିଗରେ କାମ କରିଚାଲିଥିବା ।”
Commendable progress!
— Narendra Modi (@narendramodi) November 3, 2024
The decline in TB incidence is an outcome of India’s dedicated and innovative efforts. Through a collective spirit, we will keep working towards a TB-free India. https://t.co/qX4eM0kj3n