ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସରେ ସମସ୍ତ ରେଡିଓ ଶ୍ରୋତାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ରେଡିଓ ଏକ ଚମତ୍କାର ମାଧ୍ୟମ, ଯାହା ସାମାଜିକ ସଂଯୋଗକୁ ଦୃଢୀଭୂତ କରିଥାଏ ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା! ସମସ୍ତ ରେଡିଓ ଶ୍ରୋତା ଏବଂ ନୂତନ ପ୍ରଯୁକ୍ତି ଓ ସଙ୍ଗୀତ ସହିତ ରେଡିଓକୁ ଖ୍ୟାତିସମ୍ପନ୍ନ କରିଥିବା ସମସ୍ତଙ୍କୁ ମୋର ଅଭିନନ୍ଦନ । ଏହା ଏକ ଚମତ୍କାର ମାଧ୍ୟମ, ଯାହା ସାମାଜିକ ସମ୍ପର୍କକୁ ଦୃଢୀଭୂତ କରୁଛି । ମୁଁ ବ୍ୟକ୍ତିଗତ ଭାବରେ ମନ କି ବାତ ମାଧ୍ୟମରେ ରେଡିଓର ସକାରାତ୍ମକ ପ୍ରଭାବକୁ ଅନୁଭବ କରିଛି” ।
Happy World Radio Day! Greetings to all radio listeners and kudos to all those who keep the radio buzzing with innovative content and music. This is a fantastic medium, which deepens social connect. I personally experience the positive impact of radio thanks to #MannKiBaat.
— Narendra Modi (@narendramodi) February 13, 2021