ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଭାରତୀୟ ଚେସ୍ ଗ୍ରାଣ୍ଡ ମାଷ୍ଟର ଅର୍ଜୁନ ଏରିଗାଇସିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଦି ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ ମଧ୍ୟ ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଭାରତକୁ ଗର୍ବିତ କରିଥିବାରୁ ତାହାକୁ ପ୍ରଶଂସା କରିବା ସହ ଏହା ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଲାଇଭ ଚେସ୍ ରେଟିଙ୍ଗରେ ୨୮୦୦ ମାର୍କ ଅତିକ୍ରମ କରିଥିବାରୁ ଅର୍ଜୁନ ଏରିଗାଇସିଙ୍କୁ ଶୁଭେଚ୍ଛା! ଏହା ଏକ ଅଭୂତପୂର୍ବ ସଫଳତା । ତାଙ୍କର ଅସାଧାରଣ ଦକ୍ଷତା ଏବଂ ଦୃଢ଼ତା ଆମର ସମଗ୍ର ରାଷ୍ଟ୍ରକୁ ଗର୍ବିତ କରିଛି । ଏହା ମଧ୍ୟ ବ୍ୟକ୍ତିଗତ ଭାବେ ଏକ ମାଇଲଖୁଣ୍ଟ । ଏହା ମଧ୍ୟ ଅନେକ ଯୁବ ପିଢ଼ିଙ୍କୁ ଚେସ୍ ଖେଳିବା ସହିତ ବିଶ୍ୱ ମଞ୍ଚରେ ସଫଳ ହେବାକୁ ପ୍ରେରଣା ଯୋଗାଇବ । ଭବିଷ୍ୟତର ସଫଳତା ପାଇଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ।”
Congratulations to Arjun Erigaisi for crossing the 2800 mark in live chess ratings! This is a phenomenal feat. His exceptional talent and perseverance make our entire nation proud. In addition to being a great personal milestone, it will also inspire many more youngsters to play…
— Narendra Modi (@narendramodi) October 27, 2024