ମହାମହୀମମାନେ,
ଦୁର୍ଭାଗ୍ୟବଶତଃ, ଏହା ବିବେଚନା କରାଯାଏ ଯେ ବିଶ୍ୱର ବିକାଶ ଲକ୍ଷ୍ୟ ଓ ପରିବେଶ ସୁରକ୍ଷା ମଧ୍ୟରେ ଏକ ମୌଳିକ ବିବାଦ ରହିଛି । ଆହୁରି ମଧ୍ୟ ଏକ ଭ୍ରାନ୍ତ ଧାରଣା ରହିଛି ଯେ ଗରିବ ରାଷ୍ଟ୍ର ଓ ଦରିଦ୍ର ଲୋକମାନେ ପରିବେଶକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି । କିନ୍ତୁ, ଭାରତର ହଜାର ହଜାର ବର୍ଷର ଇତିହାସ ଏହି ଅଭିମତକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛି । ପ୍ରାଚୀନ ଭାରତ ଅପାର ସମୃଦ୍ଧିର ସମୟ ଦେଇ ଗତି କରିଛି; ଏହାପରେ ଆମେ ଶତାବ୍ଦୀ ଶତାବ୍ଦୀର ଦାସତ୍ୱକୁ ମଧ୍ୟ ବରଦାସ୍ତ କରିଛୁ, ଏବଂ ବର୍ତ୍ତମାନର ସ୍ୱାଧୀନ ଭାରତ ସମଗ୍ର ବିଶ୍ୱରେ ଦ୍ରୁତତମ ବିକାଶଶୀଳ ଅର୍ଥ ବ୍ୟବସ୍ଥା ପାଲଟିଛି । କିନ୍ତୁ ଏହି ତମାମ ଅବଧି ମଧ୍ୟରେ, ଭାରତ କୌଣସି ଗୋଟିଏ କ୍ଷେତ୍ରରେ ପରିବେଶ ପ୍ରତି ଥିବା ପ୍ରତିଶ୍ରୁତିବଦ୍ଧତାକୁ ହେୟ ମନେକରି ନାହିଁ । ବିଶ୍ୱ ଜନସଂଖ୍ୟାର ୧୭% ଭାରତରେ ବାସ କରୁଛନ୍ତି । କିନ୍ତୁ, ବିଶ୍ୱ ଅଙ୍ଗାରକ ନିର୍ଗମନରେ ଭାରତର ଯୋଗଦାନ ମାତ୍ର ୫% ରହିଛି । ଏହା ପଛରେ ମୁଖ୍ୟ କାରଣ ହେଉଛି ଆମ ଜୀବନଶୈଳୀ, ଯାହା କି ପ୍ରକୃତି ସହିତ ଆପୋସ ସମ୍ବନ୍ଧ ବିଷୟ ଉପରେ ପର୍ଯ୍ୟବସିତ ।
ଆପଣମାନେ ସମସ୍ତେ ଏଥିରେ ଏକମତ ହେବେ ଯେ ଶକ୍ତି ଉପଲବ୍ଧତା କେବଳ ଧନୀଙ୍କ ବିଶେଷାଧିକାର ହେବା ଉଚିତ ନୁହେଁ- ଶକ୍ତି ଉପରେ ଏକ ଗରିବ ପରିବାରର ମଧ୍ୟ ସମାନ ଅଧିକାର ରହିଛି । ଏବଂ ଆଜି ଭୂ-ରାଜନୈତିକ ବିବାଦ ଯୋଗୁ ଶକ୍ତି ଦର ଯେତେବେଳେ ଆକାଶଛୁଆଁ ହୋଇଛି, ଏହାକୁ ମନେରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଛି । ଏହି ତତ୍ତ୍ୱରୁ ପ୍ରେରଣା ନେଇ, ଆମେ ଭାରତରେ ପ୍ରତ୍ୟେକ ଦ୍ୱାରଦେଶରେ ଏଲଇଡି ବଲବ ଓ ସ୍ୱଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେଇଛୁ ଏବଂ ଏହା ଦର୍ଶାଇଛି ଯେ ଗରିବଙ୍କ ପାଇଁ ଶକ୍ତି ଉପଲବ୍ଧତା ସୁନିଶ୍ଚିତତା ସାଙ୍ଗକୁ କୋଟି କୋଟି ଟନର ଅଙ୍ଗାରକ ନିର୍ଗମନ କମାଯାଇ ପାରିବ ।
ଜଳବାୟୁ ପ୍ରତିବଦ୍ଧତା ପାଇଁ ଥିବା ଆମର ସମର୍ପଣଭାବ ଆମ କାର୍ଯ୍ୟଧାରାରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଧାର୍ଯ୍ୟ ସମୟର ୯ ବର୍ଷ ପୂର୍ବରୁ ଆମେ ଅଣ-ଜୀବାଶ୍ମ ଉତ୍ସରୁ ୪୦% ଶକ୍ତି କ୍ଷମତା ଲକ୍ଷ୍ୟ ପୂରଣ କରିପାରିଛୁ । ସେହିଭଳି ଧାର୍ଯ୍ୟଲକ୍ଷ୍ୟର ୫ ମାସ ପୂର୍ବରୁ ଆମେ ପେଟ୍ରୋଲରେ ୧୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ବି ପୂରଣ କରିଛୁ । ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ପରିଚାଳିତ ବିମାନବନ୍ଦର ଭାରତରେ ରହିଛି । ଚଳିତ ଦଶନ୍ଧିରେ ଭାରତର ବିଶାଳ ରେଳ ବ୍ୟବସ୍ଥା ନେଟ ଜିରୋ ହେବାକୁ ଯାଉଛି ।
ମହାମହୀମମାନେ,
ଭାରତ ଭଳି ଏକ ବୃହତ ଦେଶ ଯେତେବେଳେ ଏଭଳି ମହତ୍ତ୍ୱାକାଂକ୍ଷା ପ୍ରଦର୍ଶନ କରୁଛି, ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ଏଥିରୁ ପ୍ରେରଣା ପାଉଛନ୍ତି । ଭାରତର ଏହି ଉଦ୍ୟମକୁ ଜି-୭ ଧନୀ ରାଷ୍ଟ୍ରଗୁଡ଼ିକ ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ । ଆଜି, ଭାରତରେ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ପାଇଁ ଏକ ବିଶାଳ ବଜାର ରହିଛି । ଏହି କ୍ଷେତ୍ରରେ ଗବେଷଣା, ଅଭିନବକରଣ, ଏବଂ ବିନିର୍ମାଣ ଆଦିରେ ଜି-୭ ରାଷ୍ଟ୍ରଗୁଡ଼ିକ ନିବେଶ କରିପାରିବେ । ପ୍ରତ୍ୟେକ ନୂଆ ପ୍ରଯୁକ୍ତି ନିମନ୍ତେ ଭାରତ ଯେଉଁ ଯୋଗଦାନ ଦେଇପାରିବ, ତାହାଦ୍ୱାରା ଉକ୍ତ ପ୍ରଯୁକ୍ତି ସମଗ୍ର ବିଶ୍ୱ ପାଇଁ ସୁଲଭ୍ୟ ହୋଇପାରିବ । ସର୍କୁଲାର ଅର୍ଥନୀତିର ମୂଳ ସିଦ୍ଧାନ୍ତ ଭାରତୀୟ ସଂସ୍କୃତି ଓ ଜୀବନଶୈଳୀର ଅଭିନ୍ନ ଅଂଶ ହୋଇରହିଛି ।
ଗତବର୍ଷ ମୁଁ ଗ୍ଲାସଗୋରେ ‘ଲାଇଫ- ପରିବେଶ ପାଇଁ ଜୀବନଶୈଳୀ’ ନାମକ ଏକ ଅଭିଯାନ ନିମନ୍ତେ ଆହ୍ୱାନ ଦେଇଥିଲି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସରେ, ଆମେ ‘ଲାଇଫ’ ଅଭିଯାନ ଲାଗି ଅନ୍ତର୍ଜାତୀୟ ପଦକ୍ଷେପ ଆରମ୍ଭ କରିଛୁ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ପରିବେଶ ଅନୁକୂଳ ଜୀବନଶୈଳୀକୁ ଉତ୍ସାହିତ କରିବା । ଏହି ଅଭିଯାନକୁ ଆପଣାଉଥିବା ଲୋକଙ୍କୁ ଆମେ ‘ଟ୍ରିପଲ-ପି ବା ପ୍ରୋ ପ୍ଲାନେଟ ପିପୁଲ’ କହିପାରିବା, ଏବଂ ଆମେ ଆମ ନିଜ ଦେଶରେ ‘ଟ୍ରିପଲ-ପି’ ଲୋକ ସଂଖ୍ୟା ବୃଦ୍ଧି ପାଇଁ ଦାୟିତ୍ୱ ଉଠାଇବା ଉଚିତ । ଆଗାମୀ ପିଢ଼ିମାନଙ୍କ ପାଇଁ ଏହା ଆମର ସବୁଠୁ ବଡ଼ ଅବଦାନ ହେବ ।
ମହାମହୀମମାନେ,
ମାନବ ଓ ପୃଥିବୀର ସ୍ୱାସ୍ଥ୍ୟ ପରସ୍ପର ସହ ଜଡ଼ିତ । ତେଣୁ, ଆମେ ଗୋଟିଏ ବିଶ୍ୱ, ଗୋଟିଏ ସ୍ୱାସ୍ଥ୍ୟ ଦୃଷ୍ଟିକୋଣକୁ ଆପଣାଇଛୁ । ମହାମାରୀ ବେଳେ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କରି ଅନେକ ସୃଜନାତ୍ମକ ଉପାୟ ବାହାର କରିଥିଲା । ଜି-୭ ରାଷ୍ଟ୍ରଗୁଡ଼ିକ ଏହି ଅଭିନବକରଣକୁ ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ନିକଟରେ ପହଞ୍ଚାଇବା ପାଇଁ ଭାରତକୁ ସହଯୋଗ କରିପାରିବେ । ନିକଟରେ ଆମେ ସମସ୍ତେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛେ । କୋଭିଡ ସଂକଟ ବେଳେ, ସମଗ୍ର ବିଶ୍ୱରେ ଲୋକଙ୍କ ପ୍ରତିଷେଧକ ସ୍ୱାସ୍ଥ୍ୟ ପାଇଁ ଯୋଗ ଏକ ବଡ଼ ସାଧନ ସାଜିଥିଲା । ଏହାଦ୍ୱାରା ଅନେକ ଲୋକ ନିଜ ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟକୁ ସୁବ୍ୟବସ୍ଥିତ ରଖିବାରେ ସମର୍ଥ ହୋଇଥିଲେ ।
ଯୋଗ ବ୍ୟତୀତ ଭାରତ ସମେତ ବିଶ୍ୱର ଅନେକ ଦେଶରେ ପାରମ୍ପରିକ ଔଷଧ ଭଳି ମୂଲ୍ୟବାନ ସମ୍ପତ୍ତି ରହିଛି, ଯାହାକୁ ସମୂହ ସ୍ୱାର୍ଥ ପାଇଁ ଉପଯୋଗ କରାଯାଇ ପାରିବ । ମୁଁ ଖୁସି ଯେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ନିଜର ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନକୁ ଭାରତରେ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛି । ଏହି ସେଣ୍ଟର କେବଳ ବିଶ୍ୱର ପୃଥକ ପୃଥକ ପାରମ୍ପରିକ ଚିକିତ୍ସା ପଦ୍ଧତିଗୁଡ଼ିକର ସଂଗ୍ରାହକ ହେବନାହିଁ, ବରଂ ଏହି କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ପ୍ରୋତ୍ସାହିତ କରିବ । ଏହା ବିଶ୍ୱର ସମସ୍ତ ନାଗରିକଙ୍କ ପାଇଁ ଲାଭଦାୟକ ହେବ ।
ଧନ୍ୟବାଦ ।