ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ୨୦୨୩ ଡିସେମ୍ବର ୧ରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ବୈଠକ କରିଛନ୍ତି ।
ଦୁଇ ନେତା ଜଳବାୟୁ ଲାଗି ପଦକ୍ଷେପ, ଜଳବାୟୁ ଆର୍ଥିକ ସହାୟତା, କ୍ରୀଡ଼ା, ଶକ୍ତି, ପ୍ରତିରକ୍ଷା ଏବଂ ନାଗରିକ ସହଯୋଗ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।