ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱଡିଆଠାରେ ଥିବା ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସର୍ଦ୍ଦାର ପଟେଲଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଏ ।
ଏକ ଭାରତ ଶ୍ରେଷ୍ଠ ଭାରତ ଲକ୍ଷ୍ୟ ହାସଲ କରିବାର ଭାବନାରେ ସମଗ୍ର ଦେଶବ୍ୟାପୀ ଏକତାର ଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ କହିଲେ ଯେ, “ସର୍ଦ୍ଦାର ପଟେଲଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଦେଶ ପାଇଁ ତାଙ୍କ ଯୋଗଦାନ ଚିର ସ୍ମରଣୀୟ ।”
ସେ ଜଣେ ମହାନ ବ୍ୟକ୍ତି ଥିଲେ, ଯିଏକି ଭାରତକୁ ଏକତ୍ରିତ କରିପାରିଥିଲେ । ସେ ଜଣେ କୃଷକ ନେତା, ଶ୍ରେଷ୍ଠ ପ୍ରଶାସକ ଥିଲେ ଏବଂ ଗରିବଙ୍କ ଅଧିକାରକୁ ସୁରକ୍ଷା ଦେବାରେ କେବେ ବି ସାଲିସ କରୁନଥିଲେ । ଦେଶ ସବୁବେଳେ ତାଙ୍କ ଅତୁଳନୀୟ ଯୋଗଦାନକୁ ମନେ ପକାଇବ ।
ପ୍ରଧାନମନ୍ତ୍ରୀ ମଧ୍ୟ କେୱଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।