ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଆଜି ମସ୍କୋରେ ଥିବା ଅଲ୍‍ ୟ ପ୍ରଦର୍ଶନୀ କେନ୍ଦ୍ରଭିଡିଏନକେଏଚ୍ ପରିଦର୍ଶନ କରିଛନ୍ତି ।

 

ଉଭୟ ନେତା ଭିଡିଏନକେଏଚ୍‍ରେ ଥିବା ରୋଜାଟମ୍ ପ୍ୟାଭିଲିୟନ ପରିଦର୍ଶନ କରିଥିଲେ। ନଭେମ୍ବର ୨୦୨୩ରେ ଉଦଘାଟିତ ହୋଇଥିବା ରୋଜାଟମ୍ ମଣ୍ଡପ ବୈଜ୍ଞାନିକ ଏବଂ ବୈଷୟିକ ବିକାଶର ଇତିହାସ ଉପରେ ଏକ ବୃହତ୍ତମ ପ୍ରଦର୍ଶନୀ । ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ-ରୁଷ୍ ସହଯୋଗକୁ ସମର୍ପିତ ଏକ ଫଟୋ ପ୍ରଦର୍ଶନୀ କୁ ପ୍ରଧାନମନ୍ତ୍ରୀ ଦେଖିଥିଲେ । ପ୍ରଧାନମନ୍ତ୍ରୀଙ୍କୁ "ଆଟମିକ୍ ସିମ୍ଫନି" ମଧ୍ୟ ଦେଖାଯାଇଥିଲା - ଭିଭିଇଆର -୧୦୦୦ ରିକ୍ଟରର ଏକ ସ୍ଥାୟୀ କାର୍ଯ୍ୟ ମଡେଲ ଯାହା ଭାରତର କୁଡାନକୁଲମ ଆଣବିକ ଶକ୍ତି କେନ୍ଦ୍ର (କେକେଏନପିପି)ର ଉତ୍ସ ଅଟେ ।

 

ପ୍ୟାଭିଲିୟନରେ ପ୍ରଧାନମନ୍ତ୍ରୀ ଭାରତ ଓ ରୁଷର କିଛି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଭବିଷ୍ୟତ ପିଢ଼ି ଏବଂ ପୃଥିବୀ ପାଇଁ ଉପଯୋଗ କରାଯାଇପାରୁଥିବା ବିଜ୍ଞାନ ଓ ବୈଷୟିକ ବିଜ୍ଞାନ କ୍ଷେତ୍ରରେ ଭବିଷ୍ୟତର ସମ୍ଭାବନା ଉପରେ ଦୃଷ୍ଟି ଦେବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 21, 2024
November 21, 2024

PM Modi's International Accolades: A Reflection of India's Growing Influence on the World Stage