ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାଲୀରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲୋଦିମିର ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ନେଇ ଶୁଭେଚ୍ଛା ଜଣାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଉଭୟ ନେତାଙ୍କ ମଧ୍ୟରେ ଏକ ଫଳପ୍ରଦ ବୈଠକ ହୋଇଥିଲା , ଯେଉଁଥିରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ୟୁକ୍ରେନର ସ୍ଥିତି ଏବଂ ସ୍ୱିଜରଲ୍ୟାଣ୍ଡ ଦ୍ୱାରା ଆୟୋଜନ କରାଯାଉଥିବା ଆଗାମୀ ଶାନ୍ତି ଶିଖର ସମ୍ମିଳନୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ ।
ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଭାରତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ପ୍ରୋତ୍ସାହିତ କରିବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ ଏବଂ ଏକ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରିବା ପାଇଁ ଭାରତ ତା\'ର ସାମର୍ଥ୍ୟ ମଧ୍ୟରେ ସବୁକିଛି ଜାରି ରଖିବ ବୋଲି ଦୋହରାଇଥିଲେ ।
ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଥିଲେ ।
Had a very productive meeting with President Volodymyr Zelenskyy. India is eager to further cement bilateral relations with Ukraine. Regarding the ongoing hostilities, reiterated that India believes in a human-centric approach and believes that the way to peace is through… pic.twitter.com/XOKA0AHYGs
— Narendra Modi (@narendramodi) June 14, 2024
Провів дуже продуктивну зустріч з Президентом Володимиром Зеленським. Індія прагне і надалі зміцнювати двосторонні відносини з Україною. Зважаючи на триваючі бойові діі, повторив, що Індія вірить у людиноцентричний підхід та вважає, що шлях до миру лежить через діалог та… pic.twitter.com/t9x4VfuuSN
— Narendra Modi (@narendramodi) June 14, 2024