ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ସହିତ ସାକ୍ଷାତ କରିଛନ୍ତି।
ଭାରତର ଜି -20 ଅଧ୍ୟକ୍ଷତାର ସଫଳତା ପାଇଁ ରାଷ୍ଟ୍ରପତି ଲୁଲା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା ବର୍ଷ ବ୍ରାଜିଲରେ ଜି -20 ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବା ସୁନିଶ୍ଚିତ କରିଛନ୍ତି।
ଭାରତ - ବ୍ରାଜିଲ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍, ଜୈବ-ଇନ୍ଧନ, ଔଷଧ, କୃଷି ଭିତ୍ତିକ ଶିଳ୍ପ, ସ୍ପେସ୍ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଆଦି ବିଷୟ ଉପରେ ଏହି ଅବସରରେ ଆଲୋଚନା ହୋଇଥିଲା |
ବୈଠକ ଶେଷରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି।
Uma excelente reunião com o Presidente @LulaOficial. Os laços entre a Índia e o Brasil estão muito fortes. Falámos sobre formas de estimular o comércio e a cooperação na agricultura, tecnologia e muito mais. Também transmiti os meus melhores votos para a próxima presidência do… pic.twitter.com/YTxwaz690Q
— Narendra Modi (@narendramodi) September 10, 2023
Excellent meeting with President @LulaOficial. Ties between India and Brazil are very strong. We talked about ways to boost trade and cooperation in agriculture, technology and more. I also conveyed my best wishes for Brazil’s upcoming G20 Presidency. pic.twitter.com/XDMjLdfyUi
— Narendra Modi (@narendramodi) September 10, 2023