ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଡନୀରେ ଆୟୋଜିତ ଭିନ୍ନ ଭିନ୍ନ ବୈଠକରେ ଅଷ୍ଟ୍ରେଲିଆର ଅନେକ ବିଶିଷ୍ଟ ତଥା ଗଣ୍ୟମାନ୍ୟ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିଛନ୍ତି । ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି :
- ପ୍ରଫେସର ବ୍ରାୟନ ପି. ସ୍ମିଟ, ନୋବେଲ ପୁରସ୍କାର ବିଜେତା ପଦାର୍ଥ ବିଜ୍ଞାନୀ ତଥା କାନବେରା ସ୍ଥିତ ଅଷ୍ଟ୍ରେଲିୟାନ ଜାତୀୟ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଓ କୁଳପତି
- ଶ୍ରୀ ମାର୍କ ବଲ୍ଲା, ବ୍ୟବସାୟ ବିଶେଷଜ୍ଞ ଏବଂ ମାନବୀୟ ପ୍ରସଙ୍ଗରେ ଦକ୍ଷ ସାର୍ବଜନିନ ବକ୍ତା
- ସୁଶ୍ରୀ ଡାନିୟଲ ମେଟ ସୁଲିବନ, ଆଦିବାସୀ କଳାକାର
- ସୁଶ୍ରୀ ସାରା ଟୋଡ, ଅନ୍ତରାଷ୍ଟ୍ରୀୟ ସେଫ, ରେସ୍ତୋଁରା ମାଲିକ, ଟିଭି କାର୍ଯ୍ୟକ୍ରମ ସଂଚାଳିକା, ବକ୍ତା ଏବଂ ଉଦ୍ୟୋଗୀ
- ପ୍ରଫେସର ଟୋବୀ ୱାଲ୍ସ, ମୁଖ୍ୟ ବୈଜ୍ଞାନିକ, ଆର୍ଟିଫିସିଆଲ ପ୍ରତିଷ୍ଠାନ, ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟ, ସିଡନୀ
- ଶ୍ରୀ ସଲୱାଟୋର ବାବୋନ୍ସ, ସହଯୋଗୀ ପ୍ରାଧ୍ୟାପକ, ସମାଜ ବିଜ୍ଞାନୀ, ଗବେଷକ ଏବଂ ଲେଖକ
- ଶ୍ରୀ ଗାୟ ଥିୟୋଡୋର ସେବଷ୍ଟିୟାନ, ଅଷ୍ଟ୍ରଲିଆର ପ୍ରମୁଖ ଗାୟକ
ପ୍ରଧାନମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇବା ସହିତ ଭାରତ- ଅଷ୍ଟ୍ରେଲିଆ ସମ୍ପର୍କକୁ ସୁଦୃଢ଼ କରିବାରେ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିଛନ୍ତି ।