ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ବିଜ୍ଞାନ ସଞ୍ଚାରକ ଶ୍ରୀ ନୀଲ୍ ଡି ଗ୍ରାସ୍ ଟାଇସନଙ୍କୁ ଭେଟିଛନ୍ତି ।
ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଓ ଶ୍ରୀ ଟାଇସନ୍ ମତ ବିନିମୟ କରିଥିଲେ । ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ବିଭିନ୍ନ ମିଶନ ସହ ସ୍ପେସ୍ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ଉପରେ ସେମାନେ ଆଲୋଚନା କରିଥିଲେ ।
ନୂତନ ଭାବେ ଆରମ୍ଭ ହୋଇଥିବା ଜାତୀୟ ମହାକାଶ ନୀତି ଅଧୀନରେ ବେସରକାରୀ କ୍ଷେତ୍ର ଏବଂ ଶିକ୍ଷାଗତ ସହଯୋଗ ପାଇଁ ସୁଯୋଗ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଟାଇସନ୍ ଆଲୋକପାତ କରିଥିଲେ ।
Talked space, science and related issues with @neiltyson. Highlighted steps India is taking to reform the space sector and draw more youngsters towards science as well as innovation. pic.twitter.com/aeOuXEjEau
— Narendra Modi (@narendramodi) June 21, 2023