ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଆପ୍ଲାଏଡ୍ ମାଟେରିଆଲ୍ସର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ଗ୍ୟାରି ଇ. ଡିକରସନଙ୍କୁ ଭେଟିଛନ୍ତି ।
ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମଜଭୁତ କରିବାରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଆପ୍ଲାଏଡ୍ ମାଟେରିଆଲ୍ସକୁ ଆମନ୍ତ୍ରଣ କରିଛନ୍ତି । ଏଥିସହ ଭାରତରେ ପ୍ରକ୍ରିୟା ପ୍ରଯୁକ୍ତି ଏବଂ ଉନ୍ନତ ପ୍ୟାକେଜିଂ ଦକ୍ଷତାର ବିକାଶ ପାଇଁ ମଧ୍ୟ ଆପ୍ଲାଏଡ୍ ମାଟେରିଆଲ୍ସକୁ ଆମନ୍ତ୍ରଣ କରିଛନ୍ତି ।
କୁଶଳ କର୍ମଜୀବୀ ସୃଷ୍ଟି କରିବା ନିମନ୍ତେ ଭାରତର ଶିକ୍ଷା ଅନୁଷ୍ଠାନ ସହ ଆପ୍ଲାଏଡ୍ ମାଟେରିଆଲ୍ସର ସହଯୋଗ କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଡିକରସନ୍ ଆଲୋଚନା କରିଥିଲେ ।
President & CEO of @Applied4Tech, Mr. Gary E. Dickerson, had a meeting with PM @narendramodi in Washington DC. They discussed ways to strengthen the semiconductor ecosystem in India. pic.twitter.com/y34TIcwtuh
— PMO India (@PMOIndia) June 22, 2023