ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟକୁ ସରକାରୀ ଗସ୍ତ ସମୟରେ ୨୪ ଜୁନ୍ ୨୦୨୩ରେ ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହିତ କଥା ହୋଇଛନ୍ତି ।
ଭାରତୀୟ ସମୁଦାୟ ସହିତ କଥା ହେବା ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଇଜିପ୍ଟ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ ।
ଛାତ୍ରଛାତ୍ରୀ, ପେସାଦାର, ବ୍ୟବସାୟୀଙ୍କୁ ନେଇ ଭାରତୀୟ ସମୁଦାୟର ୩୦୦ରୁ ଅଧିକ ସଦସ୍ୟ ଏହି ସମାରୋହରେ ଅଂଶଗ୍ରହଣ କରିଥିଲେ ।