Quoteଟୟକୋନୋମି’ରେ ସ୍ଥିତି ସୁଦୃଢ଼ କରିବା ଲାଗି ଆହ୍ବାନ
Quoteସବୁଠୁ ବଞ୍ଚିତ ବର୍ଗଙ୍କ ବିକାଶ ଓ ଅଭିବୃଦ୍ଧି ପାଇଁ ଖେଳନା କ୍ଷେତ୍ରର ଗୁରୁତ୍ବ ଉପରେ ଆଲୋକପାତ
Quoteଆମେ ସ୍ଥାନୀୟ ଖେଳନାର ପ୍ରଚାର କରିବା ଉଚିତ୍ : ପ୍ରଧାନମନ୍ତ୍ରୀ
Quoteବିଶ୍ବ ଭାରତର ସାମର୍ଥ୍ୟ, କଳା ଓ ସଂସ୍କୃତି ଏବଂ ସମାଜ ବିଷୟରେ ଜାଣିବାକୁ ଚାହୁଁଛି; ଖେଳନାଗୁଡ଼ିକ ଏ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିପାରିବେ : ପ୍ରଧାନମନ୍ତ୍ରୀ
Quoteଡିଜିଟାଲ ଗେମିଂ ପାଇଁ ଭାରତରେ ଯଥେଷ୍ଟ ବିଷୟବସ୍ତୁ ଏବଂ ଦକ୍ଷତା ରହିଛି : ପ୍ରଧାନମନ୍ତ୍ରୀ
Quoteଦେଶ ସ୍ବାଧୀନତାର 75ତମ ଜନ୍ମବାର୍ଷିକୀ ଖେଳନା କ୍ଷେତ୍ରର ଉଦ୍ଭାବକ ଓ ନିର୍ମାତାମାନଙ୍କ ପାଇଁ ଏକ ବଡ଼ ସୁଯୋଗ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକ୍ୟାଥନ-2021ର ପ୍ରତିଯୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଏବଂ ଶ୍ରୀ ସଞ୍ଜୟ ଧୋତ୍ରେ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 5-6 ବର୍ଷ ଧରି, ଦେଶର ଯୁବପିଢ଼ି ହ୍ୟାକାଥନ ଭଳି ପ୍ଲାଟଫର୍ମ ଜରିଆରେ ଦେଶର ପ୍ରମୁଖ ଆହ୍ବାନଗୁଡ଼ିକ ସହ ଯୋଡ଼ି ହୋଇଛନ୍ତି। ଏହା ପଛରେ ଥିବା ଚିନ୍ତାଧାରାଟି ହେଉଛି ଦେଶର ସାମର୍ଥ୍ୟକୁ ସଂଗଠିତ କରିବା ଏବଂ ସେମାନଙ୍କୁ ଏକ ମାଧ୍ୟମ ଯୋଗାଇଦେବା, ସେ କହିଥିଲେ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଳନା ପିଲାମାନଙ୍କର ପ୍ରଥମ ବନ୍ଧୁ, ତେବେ ଖେଳନା ଓ ଗେମିଂର ଆର୍ଥିକ ଦିଗ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେବା ସହିତ ‘ଟୟକୋନୋମି’ ବା ଖେଳନା ଅର୍ଥବ୍ୟବସ୍ଥା ଦିଗରେ ଅଗ୍ରସର ହେବା ନିମନ୍ତେ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ବ ଖେଳନା ବଜାରର ଆକାର 100 ବିଲିୟନ ଡଲାର ହୋଇଥିବା ବେଳେ ଏଥିରେ ଭାରତର ଯୋଗଦାନ ମାତ୍ର 1.5 ପ୍ରତିଶତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏହାର 80 ପ୍ରତିଶତ ଖେଳନା ଆମଦାନୀ କରିଥାଏ। ଯାହାର ଅର୍ଥ ହେଉଛି ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଦେଶରୁ ଚାଲି ଯାଇଥାଏ। ଏହାକୁ ବଦଳାଇବାର ଆବଶ୍ୟକତା ରହିଛି, ପ୍ରଧାନମନ୍ତ୍ରୀ କହିଥିଲେ।  ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ ଯେ, ସଂଖ୍ୟାଗୁଡ଼ିକ ବ୍ୟତୀତ, ଏହି କ୍ଷେତ୍ର ନିକଟରେ ସମାଜର ସବୁଠୁ ବଞ୍ଚିତବର୍ଗଙ୍କ  ବିକାଶ ଓ ଅଭିବୃଦ୍ଧି ଆଣିବା ପାଇଁ ସାମର୍ଥ୍ୟ ରହିଛି। ଖେଳନା ଉଦ୍ୟୋଗର ଏକ ନିଜସ୍ବ କ୍ଷୁଦ୍ର ଧରଣର ଉଦ୍ୟୋଗ ରହିଛି ଯେଉଁଥିରେ ଗ୍ରାମୀଣ ଜନସଂଖ୍ୟାର କାରିଗର, ଦଳିତ, ଗରିବ ଓ ଜନଜାତିର ଲୋକମାନେ ସାମିଲ ରହିଛନ୍ତି। ଏହି କ୍ଷେତ୍ରରେ ମହିଳାମାନଙ୍କର ପ୍ରମୁଖ ଯୋଗଦାନ ମଧ୍ୟ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହି ବର୍ଗର ଲୋକମାନଙ୍କୁ ଲାଭବାନ କରିବାକୁ ହେଲେ, ଆମକୁ ସ୍ଥାନୀୟ ଖେଳନାର ପ୍ରଚାର (ଭୋକାଲ ଫର୍ ଲୋକାଲ ଟୟଜ୍) କରିବାର ଆବଶ୍ୟକତା ରହିଛି। ବିଶ୍ବସ୍ତରରେ ଭାରତୀୟ ଖେଳନାଗୁଡ଼ିକୁ ପ୍ରତିଦ୍ବନ୍ଦ୍ବିତା ମୂଳକ କରିବାକୁ ହେଲେ ଉଦ୍ଭାବନ ଓ ନିବେଶର ନୂଆ ମଡେଲ ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ। ନୂତନ ଉପାୟ ଅବଲମ୍ବନ କରିବା, ନୂଆ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଦେବା, ପାରମ୍ପରିକ ଖେଳନା ନିର୍ମାତାମାନଙ୍କୁ ନୂଆ ପ୍ରଯୁକ୍ତି ଦିଗରେ ନେବା ଏବଂ ନୂଆ ବଜାର ଚାହିଦା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଟୟକ୍ୟାଥନ ଭଳି କାର୍ଯ୍ୟକ୍ରମ ଆୟୋଜନ ପଛରେ ଏହି ପ୍ରେରଣା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

|

ପ୍ରଧାନମନ୍ତ୍ରୀ ଶସ୍ତା ଡାଟା ଏବଂ ଇଣ୍ଟରନେଟ୍‌ ବାହିତ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିବା ସହିତ ଭର୍ଚୁଆଲ୍‌, ଡିଜିଟାଲ୍‌ ଓ ଅନ୍‌ଲାଇନ୍‌ ଗେମିଂ ପାଇଁ ଭାରତରେ ରହିଥିବା ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ଆହ୍ବାନ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ବାସ୍ତବତା ପ୍ରତି ଧ୍ୟାନ ଆକର୍ଷଣ କରି କହିଥିଲେ ଯେ ବର୍ତ୍ତମାନ ବଜାରରେ ଉପଲବ୍ଧ ରହିଥିବା ଅଧିକାଂଶ ଅନ୍‌ଲାଇନ୍‌ ଓ ଡିଜିଟାଲ୍‌ ଗେମ୍‌ଗୁଡ଼ିକ ଭାରତୀୟ ବିଷୟବସ୍ତୁ ଉପରେ ଅଧାରିତ ନୁହନ୍ତି, ତେଣୁ ସେଗୁଡ଼ିକ ହିଂସାକୁ ପ୍ରୋତ୍ସାହନ ଦେଇଥାନ୍ତି ଏବଂ ମାନସିକ ଚାପ ସୃଷ୍ଟି କରିଥାନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ବିଶ୍ବ ଭାରତର ସାମର୍ଥ୍ୟ, କଳା ଓ ସଂସ୍କୃତି ବିଷୟରେ ଜ୍ଞାନ ଆହରଣ କରିବା ଲାଗି ଚାହୁଁଛି। ଖେଳନାଗୁଡ଼ିକ ଏହି କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରିପାରିବେ। ଡିଜିଟାଲ ଗେମିଂ ପାଇଁ ଭାରତରେ ଯଥେଷ୍ଟ ବିଷୟବସ୍ତୁ ଏବଂ କ୍ଷମତା ରହିଛି। ଶ୍ରୀ ମୋଦୀ ଏହି ଅବସରରେ ଭାରତର ସାମର୍ଥ୍ୟ ଓ ବିଚାରର ବାସ୍ତବ ଚିତ୍ର ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବାର ଦାୟିତ୍ବ ନେବା ନିମନ୍ତେ ଯୁବ ଉଦ୍ଭାବକ ଓ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ଆହ୍ବାନ କରିଥିଲେ।

 

|

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ବାଧୀନତାର 75ତମ ବର୍ଷ ପୂର୍ତ୍ତି ଖେଳନା ଉଦ୍ଭାବକ ଓ ନିର୍ମାତାମାନଙ୍କ ପାଇଁ ଏକ ବୃହତ ସୁଯୋଗ ଆଣିଛି। ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ଜୀବନର ବହୁ ଘଟଣା, କାହାଣୀ ଏବଂ ସେମାନଙ୍କ ସାହସ ଓ ନେତୃତ୍ବକୁ ଗେମିଂ ବିଷୟବସ୍ତୁରେ ପରିଣତ କରାଯାଇପାରିବ। ‘ଲୋକକଥାକୁ ଭବିଷ୍ୟତ’ ସହ ଯୋଡ଼ିବାରେ ଏହିସବୁ ଉଦ୍ଭାବକମାନେ ବଡ଼ ଭୂମିକା ନିର୍ବାହ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଏପରି ରୋଚକ ଓ ଯୋଗାଯୋଗ ଆଧାରିତ ଗେମ୍ ବିକଶିତ କରିବାର ଆବଶ୍ୟକତା ରହିଛି ଯାହା ପିଲାମାନଙ୍କୁ ସମ୍ପୃକ୍ତ କରୁଥିବ, ସେମାନଙ୍କର ମନୋରଞ୍ଜନ କରିବା ସହିତ ଶିକ୍ଷା ପ୍ରଦାନ କରୁଥିବ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Enrolment of women in Indian universities grew 26% in 2024: Report

Media Coverage

Enrolment of women in Indian universities grew 26% in 2024: Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi to visit Mauritius from March 11-12, 2025
March 08, 2025

On the invitation of the Prime Minister of Mauritius, Dr Navinchandra Ramgoolam, Prime Minister, Shri Narendra Modi will pay a State Visit to Mauritius on March 11-12, 2025, to attend the National Day celebrations of Mauritius on 12th March as the Chief Guest. A contingent of Indian Defence Forces will participate in the celebrations along with a ship from the Indian Navy. Prime Minister last visited Mauritius in 2015.

During the visit, Prime Minister will call on the President of Mauritius, meet the Prime Minister, and hold meetings with senior dignitaries and leaders of political parties in Mauritius. Prime Minister will also interact with the members of the Indian-origin community, and inaugurate the Civil Service College and the Area Health Centre, both built with India’s grant assistance. A number of Memorandums of Understanding (MoUs) will be exchanged during the visit.

India and Mauritius share a close and special relationship rooted in shared historical, cultural and people to people ties. Further, Mauritius forms an important part of India’s Vision SAGAR, i.e., Security and growth for All in the Region.

The visit will reaffirm the strong and enduring bond between India and Mauritius and reinforce the shared commitment of both countries to enhance the bilateral relationship across all sectors.