ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଜୁନ୍ ୨୦୨୩ ରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଂଟିଭ୍‌ର ବାଚସ୍ପତି ମହାମହିମ ଶ୍ରୀ କେଭିନ୍ ମ୍ୟାକକାର୍ଥୀ; ସିନେଟର ପ୍ରମୁଖ ନେତା ମହାମହିମ ଶ୍ରୀ ଚାର୍ଲ୍ସ ଶୁମର, ସିନେଟର ରିପବ୍ଲିକ୍ ନେତା ମହାମହିମ ଶ୍ରୀ ମିଚ୍ ମ୍ୟାକୋନେଲ୍‌; ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ମହାମହିମ ଶ୍ରୀ ହାକିମ୍ ଜେଫ୍ରିଙ୍କ ଆମନ୍ତ୍ରଣରେ ଏକ ମିଳିତ ବୈଠକକୁ ସମ୍ବୋଧିତ କରିଥିଲେ ।

ଏହି ଅବସରରେ ଆମେରିକାର ଉପରାଷ୍ଟ୍ରପତି ମହାମହିମ କମଳା ହାରିସ୍ ମଧ୍ୟ ଉପସ୍ଥିତ ଥିଲେ ।

କ୍ୟାପିଟଲ୍ ହିଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ନେତାମାନେ ଆନୁଷ୍ଠାନିକ ରୂପେ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ଗୃହର ବାଚସ୍ପତି କେଭିନ ମ୍ୟାକକାର୍ଥୀ ଏବଂ କଂଗ୍ରେସ ନେତାଙ୍କ ସହ ଅଲଗା ଅଲଗା ବୈଠକ କରିଥିଲେ ।

ତାଙ୍କ ସମ୍ବୋଧନରେ, ଭାରତ- ଆମେରିକା ସମ୍ପର୍କର ଗଭୀରତା ପାଇଁ ୟୁଏସ୍  କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଏବଂ ଦୃଢ ଦ୍ୱିପାକ୍ଷିକ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ କୃତଜ୍ଞତା ଜଣାଇଥିଲେ ।

ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ଦ୍ରୁତ ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀକୁ ମଧ୍ୟ ଉପସ୍ଥାପନ କରିଥିଲେ । ସେ ଆହୁରି ମଧ୍ୟ ଭାରତ ଦ୍ୱାରା ହୋଇଥିବା ଅନେକ ଅଗ୍ରଗତି ସମ୍ପର୍କରେ କହିଥିଲେ ଏବଂ ଏହା ବିଶ୍ୱ ପାଇଁ ସୁଯୋଗ ପ୍ରଦାନ କରୁଛି ବୋଲି ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ବାଚସ୍ପତି ମ୍ୟାକକାର୍ଥୀ ଏକ ଅଭ୍ୟର୍ଥନା ସମାରୋହ ଆୟୋଜନ କରିଥିଲେ । ୟୁଏସ୍ କଂଗ୍ରେସର ମିଳିତ ବୈଠକରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସମ୍ବୋଧନ ଥିଲା । ସେ ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୬ ରେ ଆମେରିକା ଗସ୍ତ ସମୟରେ ୟୁଏସ୍ କଂଗ୍ରେସକୁ ସମ୍ବୋଧିତ କରିଥିଲେ । 

 

 

 

 

 

 

 

 

 

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Enrolment of women in Indian universities grew 26% in 2024: Report

Media Coverage

Enrolment of women in Indian universities grew 26% in 2024: Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi to visit Mauritius from March 11-12, 2025
March 08, 2025

On the invitation of the Prime Minister of Mauritius, Dr Navinchandra Ramgoolam, Prime Minister, Shri Narendra Modi will pay a State Visit to Mauritius on March 11-12, 2025, to attend the National Day celebrations of Mauritius on 12th March as the Chief Guest. A contingent of Indian Defence Forces will participate in the celebrations along with a ship from the Indian Navy. Prime Minister last visited Mauritius in 2015.

During the visit, Prime Minister will call on the President of Mauritius, meet the Prime Minister, and hold meetings with senior dignitaries and leaders of political parties in Mauritius. Prime Minister will also interact with the members of the Indian-origin community, and inaugurate the Civil Service College and the Area Health Centre, both built with India’s grant assistance. A number of Memorandums of Understanding (MoUs) will be exchanged during the visit.

India and Mauritius share a close and special relationship rooted in shared historical, cultural and people to people ties. Further, Mauritius forms an important part of India’s Vision SAGAR, i.e., Security and growth for All in the Region.

The visit will reaffirm the strong and enduring bond between India and Mauritius and reinforce the shared commitment of both countries to enhance the bilateral relationship across all sectors.