ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ଼ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପିୟୁଷ ଗୋୟଲ ମହାଶୟ, ମନ୍ତ୍ରିପରିଷଦରେ ମୋର ସାଥୀ ଶ୍ରୀ ବାବୁଲ ସୁପ୍ରିୟୋ ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ପଶ୍ଚିମବଙ୍ଗରେ ରେଳ ଏବଂ ମେଟ୍ରୋ ଯୋଗାଯୋଗର ସମ୍ପ୍ରସାରଣ ପାଇଁ ବହୁତ ବହୁତ ଶୁଭେଚ୍ଛା !! ଆଜି ଯେଉଁ ପ୍ରକଳ୍ପ ଗୁଡିକର ଲୋକାର୍ପଣ ଏବଂ ଉଦଘାଟନ କରାଯାଇଛି, ତାହା ଦ୍ୱାରା ହୁଗୁଳି ସହିତ ଅନେକ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହଜ ହେବାକୁ ଯାଉଛି ।

ସାଥୀଗଣ,

ଆମ ଦେଶରେ ପରିବହନ ମାଧ୍ୟମ ଯେତେ ଉନ୍ନତ ହେବ, ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଆମର ସଂକଳ୍ପ ସେତିକି ସଶକ୍ତ ହେବ । ମୁଁ ଖୁସି ଯେ କୋଲକାତା ବ୍ୟତୀତ ହୁଗୁଳି, ହାୱଡା ଏବଂ ଉତର 24 ପ୍ରଗଣା ଜିଲ୍ଳାର ସାଥୀମାନଙ୍କୁ ମଧ୍ୟ ଏବେ ମେଟ୍ରେ ସେବା ସୁବିଧାର ଲାଭ ମିଳିବାକୁ ଯାଉଛି । ଆଜି ନାଓପାଡାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ଯେଉଁ ଅଂଶର ଉଦଘାଟନ କରାଯାଇଛି, ଏହାଦ୍ୱାରା ଦେଢ ଘଣ୍ଟାର ଦୂରତା କେବଳ 25-35 ମିନିଟ ମଧ୍ୟରେ ସିମୀତ ରହିବ । ଦକ୍ଷିଣେଶ୍ୱରରୁ କୋଲକାତାର ‘କବି ସୁଭାଷ’ ଅବା ‘ନ୍ୟୁ ଗଡିୟା’ ପର୍ଯ୍ୟନ୍ତ ମେଟ୍ରୋରେ ଏବେ କେବଳ ଏକ ଘଣ୍ଟାରେ ପହଞ୍ଚିବା ସମ୍ଭବ ହୋଇଯିବ, ଯାହାର କି ସଡ଼କ ପଥରେ ଦୂରତା ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଲାଗୁଛି । ଏହି ସୁବିଧା ଦ୍ୱାରା ସ୍କୁଲ-କଲେଜ ଯାଉଥିବା ଯୁବକମାନଙ୍କୁ, ଅଫିସ-କାରଖାନାଗୁଡିକୁ କାର୍ଯ୍ୟ କରିବାକୁ ଯାଉଥିବା କର୍ମଚାରୀମାନଙ୍କୁ, ଶ୍ରମିକମାନଙ୍କୁ ବହୁତ ଲାଭ ହେବ । ବିଶେଷ ଭାବେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ, ବାରାନଗର କ୍ୟାମ୍ପସ, ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟ ଏବଂ କଲକତା ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ପର୍ଯ୍ୟନ୍ତ ପହଞ୍ଚିବା ଏବେ ସହଜ ହେବ। କେବଳ ଏତିକି ନୁହେଁ, କାଳୀଘାଟ ଏବଂ ଦକ୍ଷିଣେଶ୍ୱରରେ ମା କାଳୀଙ୍କ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟ ଏବେ ଶ୍ରଦ୍ଧାଳୁମାନଙ୍କ ପାଇଁ ବହୁତ ସହଜ ହୋଇଗଲା ।

ସାଥୀଗଣ,

କୋଲକାତା ମେଟ୍ରୋକୁ ଦଶନ୍ଧି ପୂର୍ବରୁ ଦେଶର ପ୍ରଥମ ମେଟ୍ରୋ ହେବାର ଗୌରବ ପ୍ରାପ୍ତ ହୋଇଥିଲା । କିନ୍ତୁ ଏହି ମେଟ୍ରୋର ଆଧୁନିକ ଅବତାର ଏବଂ ସଂପ୍ରସାରଣ ବିଗତ ବର୍ଷ ମାନଙ୍କରେ ହିଁ ଆରମ୍ଭ ହୋଇଛି । ଆଉ ମୁଁ ଖୁସି ଯେ ମେଟ୍ରୋ ହେଉ କିମ୍ବା ରେଳ ବ୍ୟବସ୍ଥା, ଆଜି ଭାରତରେ ଯାହା ମଧ୍ୟ ନିର୍ମାଣ ହେଉଛି ସେଥିରେ ‘ମେଡ ଇନ୍ ଇଣ୍ଡିଆ’ର ଛାପ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଟ୍ରାକ୍ ବିଛାଇବା ଠାରୁ ଆରମ୍ଭ କରି ରେଳଗାଡିମାନଙ୍କର ଆଧୁନିକ ଇଞ୍ଜିନ ଏବଂ ଆଧୁନିକ କୋଚ୍ ପର୍ଯ୍ୟନ୍ତ ବିପୁଳ ପରିମାଣର ବ୍ୟବହୃତ ହେଉଥିବା ସାମଗ୍ରୀ ଏବଂ ଟେକ୍ନୋଲୋଜି ହେଉଛି ବର୍ତ୍ତମାନ ଭାରତର ନିଜସ୍ବ । ଏହି କାରଣରୁ, ଆମ କାର୍ଯ୍ୟର ଗତି ମଧ୍ୟ ବୃଦ୍ଧି ପାଇଛି, ଗୁଣବତ୍ତା ମଧ୍ୟ ଉନ୍ନତ ହୋଇଛି, ବ୍ୟୟ ମଧ୍ୟ ହ୍ରାସ ପାଇଛି ଏବଂ ଟ୍ରେନର ଗତି ମଧ୍ୟ ବୃଦ୍ଧି ପାଉଛି ।

ସାଥୀଗଣ,

ପଶ୍ଚିମବଙ୍ଗ ଦେଶର ଆତ୍ମନିର୍ଭରତାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ରହି ଆସିଛି ଏବଂ ଏଠାରୁ ଉତ୍ତର ପୂର୍ବାଞ୍ଚଳ ପର୍ଯ୍ୟନ୍ତ, ଆମର ପଡୋଶୀ ଦେଶମାନଙ୍କ ସହିତ ବାଣିଜ୍ୟ-ବ୍ୟବସାୟର ଅପାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଗତ ବର୍ଷଗୁଡିକରେ ଏଠାକାର ରେଳ ନେଟୱାର୍କକୁ ସୁଦୃଢ କରିବା ପାଇଁ ଏକ ଗମ୍ଭୀରତାର ସହିତ ପ୍ରୟାସ କରାଯାଉଛି । ଏବେ ଯେପରି ସିବୋକ-ରୌଙ୍ଗପୋ ଭଳି ନୂତନ ଲାଇନ, ସିକ୍କିମ ରାଜ୍ୟକୁ ରେଳ ନେଟୱାର୍କ ସହାୟତାରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ସହିତ ସଂଯୋଗ ହେବାକୁ ଯାଉଛି । କୋଲକାତାରୁ ବାଂଲାଦେଶ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରୁଛି । ନିକଟରେ ହିଁ ହଲଡିବାଡୀ ଠାରୁ ଭାରତ-ବାଂଲାଦେଶ ସୀମା ପର୍ଯ୍ୟନ୍ତ ଏହି ଲାଇନ କାର୍ଯ୍ୟକ୍ଷମ ହୋଇଛି । ବିଗତ 6 ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ଅନେକ ଓଭର ବ୍ରିଜ୍ ଏବଂ ଅଣ୍ଡର ବ୍ରିଜର କାର୍ଯ୍ୟ ଆରମ୍ଭ କରାଯାଇଛି ।

ସାଥୀଗଣ,

ଆଜି ଯେଉଁ 4ଟି ପ୍ରକଳ୍ପର ଉଦଘାଟନ ଏବଂ ଲୋକାର୍ପଣ ହୋଇଛି, ଏହାଦ୍ବାରା ଏଠାରେ ରେଳ ନେଟୱାର୍କ ଆହୁରି ସଶକ୍ତ ହେବ । ଏହି ତୃତୀୟ ଲାଇନ ଆରମ୍ଭ ହେବା ସହିତ ଖଡ଼ଗପୁର-ଆଦିତ୍ୟପୁର ଅଂଶରେ ରେଳ ଚଳାଚଳରେ ବହୁତ ଉନ୍ନତି ଘଟିବ ଏବଂ ହାୱଡା-ମୁମ୍ବାଇ ରୁଟରେ ଟ୍ରେନ ଚଳାଚଳରେ ହେଉଥିବା ବିଳମ୍ବ ହ୍ରାସ ପାଇବ। ଆଜିମଗଞ୍ଜରୁ ଖଗଡାଘାଟ ରୋଡ ମଧ୍ୟରେ ଲାଇନ ଦେହରୀକରଣ ସୁବିଧା ମିଳିବା ଦ୍ବାରା ମୁର୍ସିଦାବାଦ ଜିଲ୍ଲାର ବ୍ୟସ୍ତବହୁଳ ରେଳ ନେଟୱାର୍କକୁ ବ୍ୟସ୍ତତାରୁ ରକ୍ଷା ମିଳିବ । ଏହି ରୁଟରେ କୋଲକାତା-ନ୍ୟୁ ଜାଲପାଇଗୁଡୀ-ଗୁଆହାଟି ପାଇଁ ଏକ ବିକଳ୍ପ ମାର୍ଗ ମଧ୍ୟ ମିଳିବ ଏବଂ ଉତ୍ତର ପୂର୍ବାଞ୍ଚଳ ସହିତ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେବ । ଡାନକୁନୀ-ବାରୁଇପଡା ମଧ୍ୟରେ ଚତୁର୍ଥ ଲାଇନର ପ୍ରକଳ୍ପ ଏଭଳି ଭାବରେ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ନିର୍ମାଣ ହେବା ପରେ ହୁଗୁଳିର ବ୍ୟସ୍ତ ନେଟୱାର୍କ ଉପରେ କମ୍ ଚାପ ପଡିବ । ସେହିଭଳି, ରସୁଲପୁର ଏବଂ ମଗରା ସେକ୍ସନ, ଏକ ପ୍ରକାରରେ, କୋଲକାତା ପାଇଁ ହେଉଛି ପ୍ରବେଶ ଦ୍ୱାର, କିନ୍ତୁ ଏହା ହେଉଛି ବହୁତ ଭିଡ ହେଉଥିବା ଅଞ୍ଚଳ। ନୂତନ ଲାଇନ ଗୁଡ଼ିକ ଆରମ୍ଭ ହେବା ଦ୍ବାରା, ଏହି ଭିଡ ସମସ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ।

ସାଥୀଗଣ,a

ଏହି ସମସ୍ତ ପ୍ରକଳ୍ପ ପଶ୍ଚିମବଙ୍ଗକୁ ସେହି ଅଞ୍ଚଳ ସହିତ ସଂଯୋଗ କରୁଛି, ଯେଉଁଠାରେ କୋଇଲା ଶିଳ୍ପ, ଇସ୍ପାତ ଉଦ୍ୟୋଗ, ଯେଉଁଠାରେ ସାର ଉତ୍ପାଦନ ହେଉଛି, ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି । ଅର୍ଥାତ ଏହି ନୂତନ ରେଳ ଲାଇନ ଦ୍ବାରା ଜୀବନ ସହଜ ହେବ, ଉଦ୍ୟୋଗ ପାଇଁ ମଧ୍ୟ ନୂତନ ବିକଳ୍ପ ମିଳିବ ଏବଂ ଏହା ହେଉଛି ଉନ୍ନତ ଭିତ୍ତିଭୂମିର ଲକ୍ଷ୍ୟ । ଏହା ହିଁ ହେଉଛି ସମସ୍ତଙ୍କ ବିଶ୍ୱାସ, ସମସ୍ତଙ୍କର ବିକାଶ, ସମସ୍ତଙ୍କ ବିଶ୍ୱାସ। ଏହା ମଧ୍ୟ ଆତ୍ମନିର୍ଭର ଭାରତର ମୂଳ ଲକ୍ଷ୍ୟ । ଏହି ଲକ୍ଷ୍ୟ ପାଇଁ ଆମେ ସମସ୍ତେ କାର୍ଯ୍ୟ କରୁଛୁ, ଏହି କାମନା ସହିତ ମୁଁ ପୀୟୁଷ ମହାଶୟଙ୍କୁ, ତାଙ୍କର ପୁରା ଟିମକୁ ସାଧୁବାଦ ଜଣାଉଛି, ଶୁଭେଚ୍ଛା ଜଣାଉଛି ଏବଂ ପଶ୍ଚିମବଙ୍ଗର ରେଳ କ୍ଷେତ୍ରରେ, ରେଳ ଭିତ୍ତିଭୂମି କ୍ଷେତ୍ରରେ ବିଗତ କିଛି ବର୍ଷ ଧରି ଯେଉଁ ଅଭାବ ରହି ଆସିଛି, ସେହି ଅଭାବ ଗୁଡିକୁ ପୂରଣ କରିବା ପାଇଁ ଆମେ କଷ୍ଟ ଉଠାଇଛୁ, ଏହାକୁ ଅବଶ୍ୟ ଆମେ ପୂରଣ କରିବୁ ଏବଂ ବଙ୍ଗଳାର ସ୍ବପ୍ନକୁ ମଧ୍ୟ ପୂରଣ କରିବୁ।

ଏହି ଆଶା ସହିତ ଆପଣଙ୍କୁ ବହୁତ ଧନ୍ୟବାଦ !!

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”