ଜୋର୍ଡାନ ରାଜ୍ୟର ୧୦୦ତମ ବାର୍ଷିକୀ ଅବସରରେ ମୁଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି

ମହାମହିମ ରାଜା ଅବଦୁଲ୍ଲା ଏବଂ ଜୋର୍ଡାନର ଲୋକମାନଙ୍କୁ ମୋର ଶୁଭେଚ୍ଛା

ବିଶ୍ୱର ଐତିହସିକ ଏବଂ ଧାର୍ମିକ ଐତିହ୍ୟରେ ଜୋର୍ଡାନ ଏକ ସମ୍ମାନଜନକ ନାମ ।

ମହାମହିମ ରାଜା ଅବଦୁଲ୍ଲାଙ୍କ ସୁଦୂରପ୍ରସାରୀ ନେତୃତ୍ୱରେ ଜୋର୍ଡାନ ସ୍ଥାୟୀ ଏବଂ ସମାବେଶୀ ଅଭିବୃଦ୍ଧି ହାସଲ କରିଛି ।

ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ବିକାଶରେ ଏହାର ଅଗ୍ରଗତି ଉଲ୍ଲେଖନୀୟ ।

ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଜୋର୍ଡାନ ଏକ ଶକ୍ତିଶାଳୀ ସ୍ୱର ଏବଂ ସ୍ଥିର ଏବଂ ସମାବେଶୀ ବିକାଶର ଏକ ବିଶ୍ୱସ୍ତରୀୟ ପ୍ରତୀକ ଭାବରେ ଉଭା ହୋଇଛି ।

ଏହା ପଡ଼ୋଶୀମାନଙ୍କ ସହିତ ଶାନ୍ତିରେ ବସବାସ କରୁଥିବା ଏକ ଆଦର୍ଶ ରାଷ୍ଟ୍ର ଭାବରେ ଉଭା ହୋଇଛି ଏବଂ ଏହା ସ୍ଥିରତାର ପ୍ରତୀକ ଏବଂ ସ୍ୱର ଅଟେ ।

ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାମହିମ ରାଜା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଆକ୍ୱାବା ପ୍ରକ୍ରିୟା ଆଞ୍ଚଳିକ ଶାନ୍ତି ଏବଂ ନିରାପତ୍ତା ଉପରେ ସମନ୍ୱୟ ରକ୍ଷା କରିବାରେ ସହଯୋଗ କରିଛି ।

ସେହିଭଳି, ୨୦୦୪ ର ଅମନ ବାର୍ତ୍ତା ସହନଶୀଳତା, ଏକତା ଏବଂ ମାନବିକ ସମ୍ମାନ ପାଇଁ ଏକ ଶକ୍ତିଶାଳୀ ଆହ୍ୱାନ ଥିଲା

୨୦୧୮ ରେ ମହାମହିମ ରାଜାଙ୍କ ଐତିହାସିକ ଗସ୍ତ ସମୟରେ ନୂଆଦିଲ୍ଲୀରେ ସମାନ ବାର୍ତ୍ତା ଦୋହରାଯାଇଥିଲା ।

ଧାର୍ମିକ ବିଦ୍ୱାନମାନଙ୍କର ଏକ ସମାବେଶରେ ସେ “ଭବିଷ୍ୟତର ବିଶ୍ୱରେ ବିଶ୍ୱାସର ଭୂମିକା'' ଉପରେ ନିଜର ଭାବନା ବାଣ୍ଟିବାକୁ ମୋର ନିମନ୍ତ୍ରଣକୁ ଗ୍ରହଣ କରିଥିଲେ ।

ଭାରତ ଏବଂ ଜୋର୍ଡାନ ଏହି ବିଶ୍ୱାସରେ ଏକାଠି ହୋଇଛନ୍ତି ଯେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ମଧ୍ୟମତା ଏବଂ ଶାନ୍ତିପୂର୍ଣ୍ଣ ସହଭାଗିତା ଜରୁରୀ ଅଟେ ।

ସମସ୍ତ ମାନବିକତା ପାଇଁ ଏକ ଉତ୍ତମ ଭବିଷ୍ୟତ ସକାଶେ ଆମର ମିଳିତ ପ୍ରୟାସରେ ଆମେ ଏକାଠି ଚାଲିବା ଜାରି ରଖିବୁ ।

ପୁଣି ଥରେ, ମୁଁ ଏହି ମହାନ ଅବସରରେ ମହାମହିମ ରାଜା ଏବଂ ଜୋର୍ଡାନବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି

ଆଲଫ୍ ମାବ୍ରୁକ୍‌, ଏକ ହଜାର ଅଭିନନ୍ଦନ, ଏବଂ ଶୁକ୍ରାନ୍‌,

 

ଧନ୍ୟବାଦ

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Bumper Apple crop! India’s iPhone exports pass Rs 1 lk cr

Media Coverage

Bumper Apple crop! India’s iPhone exports pass Rs 1 lk cr
NM on the go

Nm on the go

Always be the first to hear from the PM. Get the App Now!
...
ଲିସବନରେ ଭାରତୀୟ ସମୁଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
June 24, 2017
PM Modi pays historic visit to Portugal, interacts with Indian community, highlights several aspects of India-Portugal partnership
Appreciate Portugal's participation in Yoga Day celebrations and furthering it's reach: PM Modi
India is now among the fastest growing countries in the world and is touching skies of development: PM
In the field of space, our scientists have done great work. Recently 30 nano satellites were launched: PM Modi

ଐତିହାସିକ ପର୍ତ୍ତୁଗାଲ ଗସ୍ତ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିସବନଠାରେ ଭାରତୀୟ ସମୁଦାୟଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦବୋଧନ ଦେଇ ଭାରତ - ପର୍ତ୍ତୁଗାଲ ସହଭାଗୀତାର ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ପର୍ତ୍ତୁଗାଲ ଗସ୍ତକାଳରେ ଶ୍ରୀ ମୋଦୀ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ ଗୁଏଟେରେସଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗ ଏବଂ ସାମଗ୍ରୀକ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ଉଲ୍ଲେଖ କରିବା ସହ ଯୋଗର ବାର୍ତ୍ତା ପ୍ରଚାର ଏବଂ ପ୍ରସାର ଦିଗରେ ପର୍ତ୍ତୁଗାଲର ଭୂମିକାକୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏବେ ବିଶ୍ୱର ଦ୍ରୁତଗାମୀ ସମୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଇସ୍ରୋ ବୈଜ୍ଞାନିକମାନଙ୍କ ସଫଳତାକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଛନ୍ତି ଯେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମ ବୈଜ୍ଞାନିକମାନେ ମହାନ କାର୍ଯ୍ୟ କରିଦେଖାଇଛନ୍ତି । ନିକଟରେ ସେମାନେ 30 ଟି ନାନୋ ଉପଗ୍ରହକୁ ମହାଶୂନ୍ୟକୁ ପଠାଇବାରେ ସଫଳ ହୋଇଛନ୍ତି ।

ପୂର୍ବରୁ ଶ୍ରୀ ମୋଦୀ ପର୍ତ୍ତୁଗାଲରେ ସମ୍ପ୍ରତି ସଂଘଟିତ ଭୟଙ୍କର ଜଙ୍ଗଲପୋଡିରେ ଧନଜୀବନହାନି ଘଟଣାରେ ଗଭୀର ଦୁଃଖ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଏହି ଗସ୍ତ କାଳରେ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କୁ ଦରିଆପାରି ଭାରତୀୟ କାର୍ଡ ପ୍ରଦାନ କରିଛନ୍ତି ।

Click here to read full text speech