ଆସାମର ଚାରାଇଦେଓ ମୈଦାମ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ଏବଂ ଗର୍ବ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଭାରତ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ ।
ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାରାଇଦେଓରେ ଥିବା ମୈଦାମ୍ ଗୌରବମୟ ଆହୋମ ସଂସ୍କୃତି ନିଦର୍ଶନ, ଯାହା ପୂର୍ବପୁରୁଷମାନଙ୍କୁ ଅତ୍ୟଧିକ ସମ୍ମାନ ଦେଇଥାଏ ।
ଉପରୋକ୍ତ ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକା ବିଷୟରେ ୟୁନେସ୍କୋର ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଭାରତ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ !
ଚାରାଇଦେଓରେ ଥିବା ମୈଦାମ୍ ଗୌରବମୟ ଆହୋମ ସଂସ୍କୃତିର ନିଦର୍ଶନ, ଯାହା ପୂର୍ବପୁରୁଷମାନଙ୍କୁ ଅତ୍ୟଧିକ ସମ୍ମାନ ଦେଇଥାଏ । ମୁଁ ଆଶା କରୁଛି ମହାନ ଅହୋମ ନିୟମ ଏବଂ ସଂସ୍କୃତି ବିଷୟରେ ଅଧିକ ଲୋକ ଜାଣିପାରିବେ ।
ଆନନ୍ଦିତ ଯେ ମୈଦାମ୍ ବିଶ୍ୱ ଐତିହ୍ୟ ତାଲିକାରେ ଯୋଗ ଦେଇଛନ୍ତି ।”
A matter of immense joy and pride for India!
— Narendra Modi (@narendramodi) July 26, 2024
The Moidams at Charaideo showcase the glorious Ahom culture, which places utmost reverence to ancestors. I hope more people learn about the great Ahom rule and culture.
Glad that the Moidams join the #WorldHeritage List. https://t.co/DyyH2nHfCF