PM Fasal Bima Yojana is continuously playing an important role in protecting the economic interests of the hardworking farmers by reducing the risk associated with weather uncertainties: PM
Through comprehensive coverage and transparent claim redressal process over the last five years, Fasal Bima scheme has emerged as an example of our determined efforts for farmers' welfare: PM Modi
Today the country is rapidly moving towards building a strong, prosperous and self-reliant India with a vision of all-round development: PM Modi

ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିନଚର୍ଯ୍ୟା ଅତ୍ୟନ୍ତ ବ୍ୟସ୍ତବହୁଳ ରହିଥାଏ, କିନ୍ତୁ ଖୁବ କମ ଲୋକ ଏହା ଜାଣନ୍ତି ଯେ ତାଙ୍କୁ ସୁଯୋଗ ମିଳିବା ମାତ୍ରେ ସେ ବ୍ୟସ୍ତ ଦିନଚର୍ଯ୍ୟାରୁ ସମୟ ବାହାର କରି ଲୋକମାନଙ୍କୁ ଚିଠି ଲେଖିଥାନ୍ତି ଏବଂ ସେମାନଙ୍କ ବାର୍ତ୍ତାର ଜବାବ ଦେଇଥାନ୍ତି। ଏପରି ଏକ ପତ୍ର ମିଳିଛି ଉତ୍ତରାଖଣ୍ଡ ନୈନୀତାଲର ଖୀମାନନ୍ଦଙ୍କୁ ଯିଏକି ନରେନ୍ଦ୍ର ମୋଦୀ ଆପ୍ (ନମୋ ଆପ୍) ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ବାର୍ତ୍ତା ପଠାଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ ୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏବଂ ସରକାରଙ୍କ ଅନ୍ୟ ପ୍ରୟାସ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ଖୀମାନନ୍ଦକୁ ପତ୍ର ଲେଖି ତାଙ୍କୁ ତାଙ୍କର ବହୁମୂଲ୍ୟ ବିଚାର ବ୍ୟକ୍ତ କରିବା ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦୀ ପତ୍ରରେ ଲେଖିଛନ୍ତି, “କୃଷି ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଏବଂ ଦେଶକୁ ବିକାଶର ନୂତନ ଉଚ୍ଚତାକୁ ନେଇ ଯିବା ଲାଗି ସରକାରଙ୍କ ପକ୍ଷରୁ କରାଯାଉଥିବା ନିରନ୍ତର ପ୍ରୟାସ ଉପରେ ନିଜର ବହୁମୂଲ୍ୟ ବିଚାର ବ୍ୟକ୍ତ କରିଥିବାରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି। ଏପରି ଆତ୍ମୀୟତାପୂର୍ଣ୍ଣ ବାର୍ତ୍ତା ମୋତେ ଦେଶ ସେବାରେ ଆପ୍ରାଣ ଭାବେ ନିୟୋଜିତ ରହିବା ଲାଗି ପ୍ରେରଣା ଦେଇଥାଏ।”

 

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଋତୁକାଳୀନ ଅନିଶ୍ଚିତତା ସହ ଜଡ଼ିତ ବିପଦକୁ ହ୍ରାସ କରି ପରିଶ୍ରମୀ କୃଷକଭାଇମାନଙ୍କର ଆର୍ଥିକ ସ୍ୱାର୍ଥ ରକ୍ଷା କରିବା ଲାଗି ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କୃଷକ କଲ୍ୟାଣକାରୀ ବୀମା ଯୋଜନାର ଲାଭ ଆଜି କୋଟି କୋଟି କୃଷକମାନଙ୍କୁ ମିଳିପାରୁଛି।”

 

କୃଷି ଓ କୃଷକ କଲ୍ୟାଣ ପ୍ରତି ସଂକଳ୍ପିତ ସରକାରଙ୍କ ପ୍ରୟାସ ବିଷୟରେ ଉଲ୍ଲେଖ କରି ମୋଦୀ ଆହୁରି ପତ୍ରରେ ଲେଖିଛନ୍ତି, “ବିଗତ ପାଞ୍ଚ ବର୍ଷ ଧରି ବ୍ୟାପକ କଭରେଜ ଏବଂ ପାରଦର୍ଶୀ ଦାବି ସମାଧାନ ପ୍ରକ୍ରିୟା ମାଧ୍ୟମରେ ଏହି ଯୋଜନା କୃଷକ କଲ୍ୟାଣ ପ୍ରତି ସମର୍ପିତ ଆମର ସଂକଳ୍ପବଦ୍ଧ ପ୍ରୟାସ ଏବଂ ଦୃଢ଼ ମନୋବଳର ଏକ ମହତ୍ୱପୂର୍ଣ୍ଣ ଉଦାହରଣ ଭାବେ ଉଭା ହୋଇଛି। ଆଜି ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ କୃଷକ ଭାଇ-ଭଉଣୀଙ୍କ ପ୍ରତ୍ୟେକ ଛୋଟବଡ଼ ଅସୁବିଧାକୁ ଦୂର କରିବା ଏବଂ ଅନ୍ନଦାତାଙ୍କ ସମୃଦ୍ଧି ଓ କୃଷିର ପ୍ରଗତି ସୁନିଶ୍ଚିତ କରିବା ଲାଗି ନିରନ୍ତର ପ୍ରୟାସ କରାଯାଉଛି।”

 

ଏଥିସହିତ ପ୍ରଧାନମନ୍ତ୍ରୀ ଦେଶର ପ୍ରଗତିରେ ଦେଶବାସୀଙ୍କର ଯୋଗଦାନ ଏବଂ ସେମାନଙ୍କର ଭୂମିକାକୁ ପ୍ରଶଂସା କରି ଲେଖିଛନ୍ତି, “ସର୍ବାଙ୍ଗୀନ ଏବଂ ସର୍ବସ୍ପର୍ଶୀ ବିକାଶ ଦୃଷ୍ଟିକୋଣ ସହିତ ଆଜି ଦେଶ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ସମସ୍ତ ଦେଶବାସୀଙ୍କ ବିଶ୍ୱାସର ଶକ୍ତିରେ ସଶକ୍ତ ଦେଶ ରାଷ୍ଟ୍ରୀୟ ଲକ୍ଷ୍ୟ ପ୍ରାପ୍ତି ଲାଗି ଏକନିଷ୍ଠ ରହିଛି ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଦେଶକୁ ବିଶ୍ୱ ପରିଦୃଶ୍ୟରେ ନୂତନ ଉଚ୍ଚତାକୁ ନେଇଯିବା ଲାଗି ଆମର ପ୍ରୟାସ ଆଗକୁ ଆହୁରି ଗତିଶୀଳ ହେବ।”

 

ଏଥିପୂର୍ବରୁ ଖୀମାନନ୍ଦ ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫସଲ ବୀମା ଯୋଜନା ସଫଳତାପୂର୍ବକ ପାଞ୍ଚ ବର୍ଷ ସମ୍ପୂର୍ଣ୍ଣ କରିବା ଲାଗି ଅଭିନନ୍ଦନ ଜଣାଇଥିଲେ। ଏଥିସହିତ ଖୀମାନନ୍ଦ କହିଥିଲେ ଯେ ସରକାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ନାଗରିକମାନଙ୍କ ଉନ୍ନତି ଓ ରାଷ୍ଟ୍ରର ପ୍ରଗତି ନିମନ୍ତେ ନିରନ୍ତର ପ୍ରୟାସ କରୁଛି।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves minimum support price for Copra for the 2025 season

Media Coverage

Cabinet approves minimum support price for Copra for the 2025 season
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2024
December 21, 2024

Inclusive Progress: Bridging Development, Infrastructure, and Opportunity under the leadership of PM Modi