ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ କାରିଗରମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ସେ ‘ଭୋକାଲ୍ ଫର୍ ଲୋକାଲ୍’ ପଦକ୍ଷେପ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଜାତୀୟ ହସ୍ତତନ୍ତ ଦିବସରେ ଶୁଭେଚ୍ଛା । ଆମ ଦେଶର ସମୃଦ୍ଧ ଐତିହ୍ୟ ଏବଂ ହସ୍ତତନ୍ତର ଜୀବନ୍ତ ପରମ୍ପରା ପାଇଁ ଆମେ ଗର୍ବ ଅନୁଭବ କରୁଛୁ । ଆମେ ମଧ୍ୟ ଆମର କାରିଗରମାନଙ୍କର ଉଦ୍ୟମକୁ ପ୍ରଶଂସା କରୁଛୁ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ହେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ ।”
Greetings on National Handloom Day! We take immense pride in the rich heritage and vibrant tradition of handlooms across our nation. We also cherish the efforts of our artisans and reiterate our commitment to be ‘Vocal for Local.’ pic.twitter.com/5M0LPxPFgr
— Narendra Modi (@narendramodi) August 7, 2024