ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିହାଟୁ ଗ୍ରାମକୁ ଗସ୍ତ କରିଛନ୍ତି ଏବଂ ତାଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରଛନ୍ତି । ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମ ଗସ୍ତ କରିବାରେ ଶ୍ରୀ ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଭଗବାନ ବିର୍ସା ମୁଣ୍ଡା ଜୀଙ୍କ ଗ୍ରାମ ଉଲିହାଟୁରେ ତାଙ୍କୁ ପ୍ରଣାମ କରିବାର ସୌଭାଗ୍ୟ ପାଇଲି । ଏଠାକୁ ଆସି ଅନୁଭବ କଲି ଯେ ଏହି ପବିତ୍ର ଭୂମି କେତେ ଶକ୍ତି-ଉର୍ଜାରେ ପରିପୂର୍ଣ୍ଣ । ଏହି ମାଟିର ପ୍ରତି କଣିକା ସାରା ଦେଶର ମୋର ପରିବାରଜନଙ୍କୁ ପ୍ରେରିତ କରୁଛି’
भगवान बिरसा मुंडा जी के गांव उलिहातू में उन्हें शीश झुकाकर नमन करने का सौभाग्य प्राप्त हुआ। यहां आकर अनुभव हुआ कि इस पावन भूमि में कितनी ऊर्जा-शक्ति भरी है। इस मिट्टी का कण-कण देशभर के मेरे परिवारजनों को प्रेरित कर रहा है। pic.twitter.com/ystNxiHm13
— Narendra Modi (@narendramodi) November 15, 2023