ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର କିବ୍ରେ ଥିବା ଜାତୀୟ ଇତିହାସ ସଂଗ୍ରହାଳୟରେ ଶହୀଦ ପିଲାମାନଙ୍କ ସ୍ମୃତିରେ ଆୟୋଜିତ ମଲ୍ଟିମିଡିଆ ଶହୀଦ ବିଶେଷଜ୍ଞ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ତାଙ୍କ ସହ ୟୁକ୍ରେନ୍ର ରାଷ୍ଟ୍ରପତି ଶ୍ରୀ ଭୋଲୋଡିମିର୍ ଜେଲେନସ୍କି ମଧ୍ୟ ରହିଥିଲେ ।
ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାମାନଙ୍କ ସ୍ମୃତିରେ ଆୟୋଜିତ ଏହି ହୃଦୟସ୍ପର୍ଶୀ ପ୍ରଦର୍ଶନୀ ଦ୍ୱାରା ପ୍ରଧାନମନ୍ତ୍ରୀ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ପିଲାମାନଙ୍କର ଦୁଃଖଦ ମୃତ୍ୟୁରେ ସେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ ଖେଳଣା ପ୍ରଦାନ କରିଥିଲେ ।