Quote“Central Government is standing alongside the State Government for all assistance and relief work”
QuoteShri Narendra Modi visits and inspects landslide-hit areas in Wayanad, Kerala

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୱାୟନାଡରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଆମର ପ୍ରାର୍ଥନା ରହିଛି ଏବଂ ରିଲିଫ ପ୍ରୟାସରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରତିଶ୍ରୁତି ଦେଇଛି । କେନ୍ଦ୍ର ସରକାର ପ୍ରତ୍ୟେକ ସହାୟତା ଓ ରିଲିଫ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି କେରଳର ୱାୟନାଡରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।

 

|

ପ୍ରଧାନମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆହତ ହୋଇଥିବା ରୋଗୀମାନଙ୍କୁ ଭେଟିବା ସହ ରିଲିଫ ଶିବିରରେ ରହୁଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏକ ସମୀକ୍ଷା ବୈଠକରେ ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି ଯେ ଏହି ଦୁଃଖ ସମୟରେ କେନ୍ଦ୍ର ସରକାର ଏବଂ ସାରା ଦେଶ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିସ୍ତୃତ ସ୍ମାରକପତ୍ର ପଠାଯିବ ବୋଲି ସେ କହିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୱାୟନାଡରେ ଉଦ୍ଧାର କାର୍ଯ୍ୟ ଉପରେ ସେ ନଜର ରଖିଛନ୍ତି ଏବଂ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସେ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପ୍ରଦାନ କରାଯାଇ ସାରିଛି ଏବଂ ଅବଶିଷ୍ଟ ଭାଗ ମଧ୍ୟ ତୁରନ୍ତ ପ୍ରଦାନ କରାଯିବ।

 

|

ଶ୍ରୀ ମୋଦୀ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା କରିପାରୁଥିବା ସମସ୍ତ କେନ୍ଦ୍ରୀୟ ଏଜେନ୍ସିକୁ ଏକତ୍ରିତ କରାଯାଇଛି ଏବଂ ସେମାନେ ପ୍ରଭାବିତଙ୍କୁ ସାହାଯ୍ୟ କରୁଛନ୍ତି। ଏନଡିଆରଏଫ, ଏସଡିଆରଏଫ, ସେନା, ରାଜ୍ୟ ପୋଲିସ, ସ୍ଥାନୀୟ ଚିକିତ୍ସା ବଳ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସେବା ଭିତ୍ତିକ ଅନୁଷ୍ଠାନର ଯବାନମାନେ ତୁରନ୍ତ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ ।

 

|

ବିଶେଷ କରି ପରିବାରବର୍ଗଙ୍କୁ ହରାଇଥିବା ପିଲାମାନଙ୍କ ସମେତ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ନୂତନ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରରୁ ଆବଶ୍ୟକ ସମସ୍ତ ସହଯୋଗରେ ରାଜ୍ୟ ସରକାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

 

|
|

ପ୍ରଧାନମନ୍ତ୍ରୀ ୱାୟନାଡବାସୀଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଘର, ସ୍କୁଲ, ସଡ଼କ ଭିତ୍ତିଭୂମି ଏବଂ ପିଲାଙ୍କ ଭବିଷ୍ୟତ ହେଉ ଏହି ଅଞ୍ଚଳରେ ଜୀବିକା ପୁନରୁଦ୍ଧାର କରିବା ପାଇଁ ଦେଶ ଏବଂ କେନ୍ଦ୍ର ସରକାର ଯଥାସମ୍ଭବ ଉଦ୍ୟମ କରିବେ ।

 

 

Click here to read full text speech

  • Aniket Malwankar October 08, 2024

    #NaMo
  • Lal Singh Chaudhary October 07, 2024

    झुकती है दुनिया झुकाने वाला चाहिए शेर ए हिन्दुस्तान मोदी जी को बहुत-बहुत बधाई एवं हार्दिक शुभकामनाएं 🙏🙏🙏
  • Vivek Kumar Gupta October 06, 2024

    नमो ..🙏🙏🙏🙏🙏
  • Vivek Kumar Gupta October 06, 2024

    नमो ............................🙏🙏🙏🙏🙏
  • Aman Singh Rajput September 29, 2024

    ॐ नमो भगवते वासुदेवाय नमः 🙏🙏
  • Dheeraj Thakur September 27, 2024

    जय श्री राम..
  • Dheeraj Thakur September 27, 2024

    जय श्री राम. ,
  • கார்த்திக் September 22, 2024

    🪷ஜெய் ஸ்ரீ ராம்🌸जय श्री राम🪷જય શ્રી રામ🪷 🪷ಜೈ ಶ್ರೀ ರಾಮ್🪷జై శ్రీ రామ్🪷🌸JaiShriRam🪷🌸 🪷জয় শ্ৰী ৰাম🪷ജയ് ശ്രീറാം🪷ଜୟ ଶ୍ରୀ ରାମ🪷🌸
  • Bantu Indolia (Kapil) BJP September 19, 2024

    jay shree ram
  • Himanshu Adhikari September 18, 2024

    ❣️❣️❣️
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
For PM Modi, women’s empowerment has always been much more than a slogan

Media Coverage

For PM Modi, women’s empowerment has always been much more than a slogan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 8, 2025
March 08, 2025

Citizens Appreciate PM Efforts to Empower Women Through Opportunities