କୋଭିଡ ପାଇଁ ଟୀକା ବିକାଶ ଓ ଉତ୍ପାଦନ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବା ଲାଗି ତିନୋଟି ସହର ଗସ୍ତ କରିବାର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ସୁବିଧାସ୍ଥଳ ପରିଦର୍ଶନ କରିଛନ୍ତି ।
ଶ୍ରୀ ମୋଦୀ ଟୁଇଟ୍ କରିଛନ୍ତି “ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ ସୁବିଧା ସ୍ଥଳରେ ସେମାନଙ୍କର ସ୍ୱଦେଶୀ କୋଭିଡ-19 ଟୀକା ବିଷୟରେ ଜାଣିବାକୁ ପାଇଲି । ବର୍ତ୍ତମାନ ସୁଦ୍ଧା ହୋଇଥିବା ପରୀକ୍ଷଣରେ ଅଗ୍ରଗତି ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ସେମାନଙ୍କ ଟିମ୍ ଦ୍ରୁତ ପ୍ରଗତି ପାଇଁ ଆଇସିଏମଆର ସହିତ ମିଶି କାମ କରୁଛି ।”
ଏଥିପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦଠାରେ ଥିବା ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କରିଥିଲେ ।
At the Bharat Biotech facility in Hyderabad, was briefed about their indigenous COVID-19 vaccine. Congratulated the scientists for their progress in the trials so far. Their team is closely working with ICMR to facilitate speedy progress. pic.twitter.com/C6kkfKQlbl
— Narendra Modi (@narendramodi) November 28, 2020