Quoteପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୭୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ
Quoteପ୍ରଧାନମନ୍ତ୍ରୀ କୋଲକାତାରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ
Quoteପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୨୫୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
Quoteପ୍ରଧାନମନ୍ତ୍ରୀ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ
Quoteପ୍ରଧାନମନ୍ତ୍ରୀ କୋଲକାତା ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଉଦଘାଟନ କରିବେ
Quoteପ୍ରଧାନମନ୍ତ୍ରୀ ଅନେକ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ; ନୁ୍ୟ ଜଳପାଇଗୁଡ଼ି ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିବେ
Quoteପ୍ରଧାନମନ୍ତ୍ରୀ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧.୧୫ରେ ହାଓଡ଼ା ରେଳଷ୍ଟେସନରେ ପହଞ୍ଚିବେ, ଯେଉଁଠାରେ ସେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ କୋଲକାତାରେ ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଭିତ୍ତିପ୍ରସ୍ତର ରଖିବେ ଏବଂ ବିଭିନ୍ନ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ ପହଞ୍ଚି ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ଅଧୀନରେ ପଶ୍ଚିମବଙ୍ଗ ନିମନ୍ତେ ଅନେକ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ସେ ଅପରାହ୍ନ ପ୍ରାୟ ୧୨.୨୫ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ ।

ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ

ଦେଶରେ ସହକାରୀ ସଂଘବାଦକୁ ସମୃଦ୍ଧ କରିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ କୋଲକାତାରେ ୨୦୨୨ ଡିସେମ୍ବର ୩୦ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ, ପରିଷଦର ସଦସ୍ୟ କେନ୍ଦ୍ର ମନ୍ତ୍ରୀଗଣ ତଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ରାଷ୍ଟ୍ରୀୟ ଗଙ୍ଗା ପରିଷଦକୁ ଗଙ୍ଗା ଏବଂ ତାହାର ସହାୟକ ନଦୀଗୁଡ଼ିକରେ ପ୍ରଦୂଷଣ ରୋକିବା ତଥା ସେଗୁଡ଼ିକର କାୟାକଳ୍ପ ଦାୟିତ୍ୱ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ୭ଟି ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପ (୨୦ ସ୍ୱେରେଜ ଟି୍ରଟମେଣ୍ଟ ପ୍ଲାଣ୍ଟ ଏବଂ ୬୧୨ କିଲୋମିଟରର ସ୍ୱେରେଜ ନେଟୱର୍କ)ର ଉଦଘାଟନ କରିବେ । ଏଗୁଡ଼ିକରେ ୯୯୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନବାଦ୍ୱୀପ, କଛାରପାଡ଼ା, ହଲିସର, ବଜ-ବଜ, ବ୍ୟାରାକପୁର, ଚନ୍ଦନ ନଗର, ବାଂସବେରିୟା, ଉତରାପାଡ଼ା କାଟରୁଙ୍ଗ, ବୈଦ୍ୟାବତୀ, ଭଦ୍ରେଶ୍ୱର, ନୈହାଟୀ, ଗାରୁଲିୟା, ତୀତାଗଡ଼ ଏବଂ ପାନିହାଟିର ନଗର ନିଗମଗୁଡ଼ିକୁ ଲାଭ ମିଳିବ । ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗରେ ୨୦୦ ଏମଏଲଡିର ସ୍ୱେରେଜ ଟି୍ରଟମେଣ୍ଟ କ୍ଷମତାକୁ ବଢ଼ାଇବ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନରେ ବିକଶିତ ହେବାକୁ ଥିବା ୫ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପ (୮ ସ୍ୱେରେଜ ଟି୍ରଟମେଣ୍ଟ ପ୍ଲାଣ୍ଟ ଏବଂ ୮୦ କିଲୋମିଟର ସ୍ୱେରେଜ ନେଟୱର୍କ)ର ଭିତ୍ତିପ୍ରସ୍ତର ରଖିବେ । ଏଗୁଡ଼ିକରେ ୧୫୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପଶ୍ଚିମବଙ୍ଗରେ ୧୯୦ ଏମଏଲଡିର ନୂଆ ସ୍ୱେରେଜ ଟି୍ରଟମେଣ୍ଟ କ୍ଷମତା ସାମିଲ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉତ୍ତର ବ୍ୟାରାକପୁର, ହୁଗଳି-ଚିନସୁରା, କୋଲକାତା କେଏମସି କ୍ଷେତ୍ର - ଗାର୍ଡେନ ରିଚ ଏବଂ ଆଦି ଗଙ୍ଗା (ଟୋଲି ନାଲା) ଏବଂ ମହେଶତାଲା ଟାଉନକୁ ଲାଭ ମିଳିବ ।

ପ୍ରଧାନମନ୍ତ୍ରୀ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ, ଯାହାକୁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଜୋକା, ଡାଏମଣ୍ଡ ହାର୍ବର ରୋଡ, କୋଲକାତାରେ ବିକଶିତ କରାଯାଇଛି । ଏହି ସଂସ୍ଥାନ ଦେଶରେ ଜଳ, ସଫେଇ ଏବଂ ସ୍ୱଚ୍ଛତା (ୱାଶ) ଉପରେ ପ୍ରମୁଖ ନିକାଶ ରୂପେ କାର୍ଯ୍ୟ କରିବ । ଏହି କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ନିକାଶଗୁଡ଼ିକ ନିମନ୍ତେ ସୂଚନା ଓ ଜ୍ଞାନର କେନ୍ଦ୍ରସ୍ଥଳ ସାଜିବ ।

ପ୍ରଧାନମନ୍ତ୍ରୀ ହାଓଡ଼ା ରେଳଷ୍ଟେସନରେ

ପ୍ରଧାନମନ୍ତ୍ରୀ ହାଓଡ଼ା ରେଳଷ୍ଟେସନରେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ିବା ପାଇଁ ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ ଟ୍ରେନରେ ଉକ୍ରୃଷ୍ଟ ଯାତ୍ରୀ ସୁବିଧାଗୁଡ଼ିକ ସାମିଲ ରହିଛି । ଟ୍ରେନ ଉଭୟ ଦିଗରେ ଚଳାଚଳ କରିବା ସମୟରେ ମାଲଦା ଟାଉନ, ବାରସୋଇ ଏବଂ କିଶନଗଞ୍ଜ ଷ୍ଟେସନଠାରେ ରହଣି କରିବ ।

ପ୍ରଧାନମନ୍ତ୍ରୀ ଜୋକା-ଏସପ୍ଲାନେଡ ମେଟ୍ରୋ ପ୍ରକଳ୍ପ (ପର୍ପଲ ଲାଇନ)ର ଜୋକା-ତାରାତଲା ଲାଇନର ଉଦଘାଟନ କରିବେ । ଏହି ଲାଇନରେ ୬ଟି ଷ୍ଟେସନ ରହିଛି ଯଥା ଜୋକା, ଠାକୁରପୁକୁର, ସଖର ବଜାର, ବେହଲା ଚୌରସ୍ତା, ବେହଲା ବଜାର ଏବଂ ତାରାତଲା । ଏହାର ନିର୍ମାଣରେ ପାଖାପାଖି ୨୪୭୫ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି । କୋଲକାତା ସହରର ଦକ୍ଷିଣ ଅଞ୍ଚଳ ଯଥା ସରସୁନା, ଡାକଘର, ମୁଚିପାଡ଼ା ଏବଂ ଦକ୍ଷିଣ ୨୪ ପ୍ରଗଣାର ଯାତ୍ରୀମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକ ଉଦଘାଟନ ହେବା ଦ୍ୱାରା ବହୁତ ଫାଇଦା ମିଳିବ ।

ନିଜ କାର୍ଯ୍ୟକ୍ରମ ବେଳେ, ପ୍ରଧାନମନ୍ତ୍ରୀ ୪ଟି ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିରେ ୪୦୫ କୋଟି ଟଙ୍କା ବ୍ୟୟରେ ବିକଶିତ ବୋଇଁଚି-ଶକ୍ତିଗଡ଼ ତୃତୀୟଲାଇନ; ୫୬୫ କୋଟି ଟଙ୍କା ବ୍ୟୟରେ ବିକଶିତ ଡାନକୁନି-ଚନ୍ଦନପୁର ଚତୁର୍ଥ ଲାଇନ ପ୍ରକଳ୍ପ; ୨୫୪ କୋଟି ଟଙ୍କା ବ୍ୟୟରେ ବିକଶିତ ନିମତିତା-ନୁ୍ୟ ଫରକ୍କା ଡବଲ ଲାଇନ; ୧୦୮୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଅମବାରି ଫରକ୍କା-ନୁ୍ୟ ମାୟାନଗରୀ-ଗୁମାନିହାଟ ଦୋହରିକରଣ ପ୍ରକଳ୍ପ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ୩୩୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ହେବାକୁ ଥିବା ନୁ୍ୟ ଜଳପାଇଗୁଡ଼ି ରେଳଷ୍ଟେସନର ପୁନର୍ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।

  • Jitender Kumar Haryana BJP State President August 18, 2024

    How is Malda Town my birth place
  • Karan Singh VNS January 01, 2023

    हीरे जैसे महान व्यक्तित्व को जन्म देने वाली माँ हीराबेन के आकस्मिक निधन का समाचार पाकर दु:ख हुआ! माँ हीराबेन को परमपिता परमेश्वर अपने श्रीचरणों में स्थान दे.. 🙏🙏🙏
  • Rakesh Soni January 01, 2023

    कोलकाता में प्रधानमंत्री श्री नरेंद्र मोदी जी की 7800 करोड की परियोजनाओं का शिलान्यास किया मोदी है तो मुमकिन है बिना भेदभाव की
  • Jayakumar G January 01, 2023

    Jai Bharat🇮🇳🙏💐 Shreshtha Bharat🇮🇳🙏💐
  • Kuldeep Yadav December 31, 2022

    આદરણીય પ્રધામંત્રીશ્રી નરેન્દ્ર મોદીજી ને મારા નમસ્કાર મારુ નામ કુલદીપ અરવિંદભાઈ યાદવ છે. મારી ઉંમર ૨૪ વર્ષ ની છે. એક યુવા તરીકે તમને થોડી નાની બાબત વિશે જણાવવા માંગુ છું. ઓબીસી કેટેગરી માંથી આવતા કડીયા કુંભાર જ્ઞાતિના આગેવાન અરવિંદભાઈ બી. યાદવ વિશે. અમારી જ્ઞાતિ પ્યોર બીજેપી છે. છતાં અમારી જ્ઞાતિ ના કાર્યકર્તાને પાર્ટીમાં સ્થાન નથી મળતું. એવા એક કાર્યકર્તા વિશે જણાવું. ગુજરાત રાજ્ય ના અમરેલી જિલ્લામાં આવેલ સાવરકુંડલા શહેર ના દેવળાના ગેઈટે રહેતા અરવિંદભાઈ યાદવ(એ.બી.યાદવ). જન સંઘ વખત ના કાર્યકર્તા છેલ્લાં ૪૦ વર્ષ થી સંગઠનની જવાબદારી સંભાળતા હતા. ગઈ ૩ ટર્મ થી શહેર ભાજપના મહામંત્રી તરીકે જવાબદારી કરેલી. ૪૦ વર્ષ માં ૧ પણ રૂપિયાનો ભ્રષ્ટાચાર નથી કરેલો અને જે કરતા હોય એનો વિરોધ પણ કરેલો. આવા પાયાના કાર્યકર્તાને અહીંના ભ્રષ્ટાચારી નેતાઓ એ ઘરે બેસાડી દીધા છે. કોઈ પણ પાર્ટીના કાર્યકમ હોય કે મિટિંગ એમાં જાણ પણ કરવામાં નથી આવતી. એવા ભ્રષ્ટાચારી નેતા ને શું ખબર હોય કે નરેન્દ્રભાઇ મોદી દિલ્હી સુધી આમ નમ નથી પોચિયા એની પાછળ આવા બિન ભ્રષ્ટાચારી કાર્યકર્તાઓ નો હાથ છે. આવા પાયાના કાર્યકર્તા જો પાર્ટી માંથી નીકળતા જાશે તો ભવિષ્યમાં કોંગ્રેસ જેવો હાલ ભાજપ નો થાશે જ. કારણ કે જો નીચે થી સાચા પાયા ના કાર્યકર્તા નીકળતા જાશે તો ભવિષ્યમાં ભાજપને મત મળવા બોવ મુશ્કેલ છે. આવા ભ્રષ્ટાચારી નેતાને લીધે પાર્ટીને ભવિષ્યમાં બોવ મોટું નુકશાન વેઠવું પડશે. એટલે પ્રધામંત્રીશ્રી નરેન્દ્ર મોદીજી ને મારી નમ્ર અપીલ છે કે આવા પાયા ના અને બિન ભ્રષ્ટાચારી કાર્યકર્તા ને આગળ મૂકો બાકી ભવિષ્યમાં ભાજપ પાર્ટી નો નાશ થઈ જાશે. એક યુવા તરીકે તમને મારી નમ્ર અપીલ છે. આવા કાર્યકર્તાને દિલ્હી સુધી પોચડો. આવા કાર્યકર્તા કોઈ દિવસ ભ્રષ્ટાચાર નઈ કરે અને લોકો ના કામો કરશે. સાથે અતિયારે અમરેલી જિલ્લામાં બેફામ ભ્રષ્ટાચાર થઈ રહીયો છે. રોડ રસ્તા ના કામો સાવ નબળા થઈ રહિયા છે. પ્રજાના પરસેવાના પૈસા પાણીમાં જાય છે. એટલા માટે આવા બિન ભ્રષ્ટાચારી કાર્યકર્તા ને આગળ લાવો. અમરેલી જિલ્લામાં નમો એપ માં સોવ થી વધારે પોઇન્ટ અરવિંદભાઈ બી. યાદવ(એ. બી.યાદવ) ના છે. ૭૩ હજાર પોઇન્ટ સાથે અમરેલી જિલ્લામાં પ્રથમ છે. એટલા એક્ટિવ હોવા છતાં પાર્ટીના નેતાઓ એ અતિયારે ઝીરો કરી દીધા છે. આવા કાર્યકર્તા ને દિલ્હી સુધી લાવો અને પાર્ટીમાં થતો ભ્રષ્ટાચારને અટકાવો. જો ખાલી ભ્રષ્ટાચાર માટે ૩૦ વર્ષ નું બિન ભ્રષ્ટાચારી રાજકારણ મૂકી દેતા હોય તો જો મોકો મળે તો દેશ માટે શું નો કરી શકે એ વિચારી ને મારી નમ્ર અપીલ છે કે રાજ્ય સભા માં આવા નેતા ને મોકો આપવા વિનંતી છે એક યુવા તરીકે. બાકી થોડા જ વર્ષો માં ભાજપ પાર્ટી નું વર્ચસ્વ ભાજપ ના જ ભ્રષ્ટ નેતા ને લીધે ઓછું થતું જાશે. - અરવિંદ બી. યાદવ (એ.બી યાદવ) પૂર્વ શહેર ભાજપ મહામંત્રી જય હિન્દ જય ભારત જય જય ગરવી ગુજરાત આપનો યુવા મિત્ર લી. કુલદીપ અરવિંદભાઈ યાદવ
  • Jayakumar G December 30, 2022

    “The Government launched the PM Gati Shakti Plan to fill the gaps in the coordination of agencies”, Shri Modi remarked, “Be it different state governments, construction agencies or industry experts, everyone is coming together on the Gati Shakti Platform.” 
  • Shri Vivek Bhadrakia December 30, 2022

    वर्ल्ड को एक हीरा देने बाली मां हीराबेन बा के देवलोक गमन पर भक्तिपूर्ण श्रद्धांजलि अर्पित करता हूं । तपस्वी माताजी को कोटि कोटि नमन करता हूं । प्रभु जगन्नाथ उसकी आत्मा को शांत करें इतना प्रार्थना हे । धन्य धन्य हीराबेन की हीरा बेटा मोदी जी ,आपको प्रभु शक्ति दें सहन की लिए। ॐ शांति
  • Alpana Sinha December 30, 2022

    🕉️ शांति 🙏🏼🙏🏼
  • kheemanand pandey December 30, 2022

    अडिग कर्तव्य पथ नमन् मातृदेवो भव: प्रधान सेवक का पुरुषार्थी आचरण व कर्तव्य मार्ग की दृढ़ता देशवासियों को गौरवान्वित करतीं है🙏✔
  • Kalyani Roy December 30, 2022

    🙏🙏🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's first microbiological nanosat, developed by students, to find ways to keep astronauts healthy

Media Coverage

India's first microbiological nanosat, developed by students, to find ways to keep astronauts healthy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi greets the people of Arunachal Pradesh on their Statehood Day
February 20, 2025

The Prime Minister, Shri Narendra Modi has extended his greetings to the people of Arunachal Pradesh on their Statehood Day. Shri Modi also said that Arunachal Pradesh is known for its rich traditions and deep connection to nature. Shri Modi also wished that Arunachal Pradesh may continue to flourish, and may its journey of progress and harmony continue to soar in the years to come.

The Prime Minister posted on X;

“Greetings to the people of Arunachal Pradesh on their Statehood Day! This state is known for its rich traditions and deep connection to nature. The hardworking and dynamic people of Arunachal Pradesh continue to contribute immensely to India’s growth, while their vibrant tribal heritage and breathtaking biodiversity make the state truly special. May Arunachal Pradesh continue to flourish, and may its journey of progress and harmony continue to soar in the years to come.”