Quoteପ୍ରଧାନମନ୍ତ୍ରୀ ୬୧୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିମାନବନ୍ଦର ପ୍ରକଳ୍ପ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
Quoteପ୍ରଧାନମନ୍ତ୍ରୀ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟନ କରିବେ
Quoteପ୍ରଧାନମନ୍ତ୍ରୀ ବାରଣାସୀରେ ମଧ୍ୟ ଏକାଧିକ ବିକାଶମୂଳକ ପଦକ୍ଷେପ ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦ରେ ବାରଣାସୀ ଗସ୍ତ କରିବେ । ଦିନ ୨ ଟା ସମୟରେ ସେ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟନ କରିବେ । ଏହା ପରେ, ପ୍ରାୟ ୪:୧୫ ସମୟରେ, ସେ ବାରଣାସୀରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉଦ୍‌ଘାଟନ କରିବେ । ଏହି ଚିକିତ୍ସାଳୟରେ ବିଭିନ୍ନ ଚକ୍ଷୁ ରୋଗ ପାଇଁ ବ୍ୟାପକ ପରାମର୍ଶ ଏବଂ ଚିକିତ୍ସା ଯୋଗାଇ ଦିଆଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଯୋଗାଯୋଗ ସୁବିଧା ବୃଦ୍ଧି କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରାୟ ୨୮୭୦ କୋଟି ଟଙ୍କାର ବ୍ୟୟ ଅଟକଳରେ ବାରଣାସୀରୀ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର ରନୱେ ସମ୍ପ୍ରସାରଣ, ଏକ ନୂତନ ଟର୍ମିନାଲ ଭବନ ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଶିଳାନ୍ୟାସ କରିବେ । ଏହାଛଡା ସେ ମଧ୍ୟ ପ୍ରାୟ ୫୭୦ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ଆଗ୍ରା ବିମାନବନ୍ଦରରେ୍‌, ୯୧୦ କୋଟି ଟଙ୍କାର ବ୍ୟୟରେ ଦରଭଙ୍ଗା ବିମାନବନ୍ଦରରେ ଏବଂ ୧୫୫୦ କୋଟି ଟଙ୍କ ବ୍ୟୟରେ ବାଗଡୋଗରା ବିମାନବନ୍ଦରରେ ନିର୍ମିତ ହେବାକୁ ଥିବା ନୂତନ ସିଭିଲ୍ ଏନକ୍ଲେଭ୍‌ର ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହୋଇଥିବା ରେୱା ବିମାନବନ୍ଦର, ମା ମହାମାୟା ବିମାନବନ୍ଦର, ଅମ୍ବିକାପୁର ଏବଂ ସରସାୱା ବିମାନବନ୍ଦରର ନୂତନ ଟିର୍ମିନାଲ୍ ଭବନର ଉଦ୍‌ଘାଟନ କରିବେ । ଯାହାଦ୍ୱାରା ଏହି ବିମାନବନ୍ଦରଗୁଡିକର ମିଳିତ ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇ ବାର୍ଷିକ ୨.୩ କୋଟିରୁ ଅଧିକ ହୋଇଯିବ । ଏହି ଅଞ୍ଚଳର ଐତିହ୍ୟ ସଂରଚନାର ସାଧାରଣ ଉପାଦନ ଦ୍ୱାରା ଏହି ବିମାନବନ୍ଦରଗୁଡିକର ଡିଜାଇନ ପ୍ରଭାବିତ ଏବଂ ଡିଜାଇନ୍‌ରେ ଏହାର ଅନୁକରଣ କରାଯାଇଛି ।

କ୍ରୀଡା ପାଇଁ ଉନ୍ନତମାନର ଭିତ୍ତିଭୂମି ଯୋଗାଇବାକୁ ତାଙ୍କର ଦୃଷ୍ଟିକୋଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୋଜନା ଏବଂ ସ୍ମାର୍ଟ ସିଟି ମିଶନ ଅଧୀନରେ ୨୧୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ବାରଣାସୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ପୁନର୍ବିକାଶର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର ଉଦ୍‌ଘାଟନ କରିବେ । ଏହି ଯୋଜନାର ଉଦ୍ଦେଶ୍ୟ ଏକ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ସୃଷ୍ଟି କରିବା, ଯେଉଁଥିରେ ଜାତୀୟ ଉତ୍କୃଷ୍ଟତା କେନ୍ଦ୍ର, ଖେଳାଳୀଙ୍କ ହଷ୍ଟେଲ୍‌, କ୍ରୀଡା ବିଜ୍ଞାନ କେନ୍ଦ୍ର, ବିଭିନ୍ନ କ୍ରୀଡାର ଅଭ୍ୟାସ ପାଇଁ କ୍ଷେତ୍ର, ଇନ୍‌ଡୋର୍ ଶୁଟିଂ ରେଞ୍ଜ ସହ ଅନ୍ୟାନ୍ୟ ସୁବିଧା ସାମିଲ ରହିଛି । ସେ ଲାଲପୁର ସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ସ୍ପୋର୍ଟ୍ସ ଷ୍ଟାଡିୟମରେ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଏବଂ ବାଳକ ହଷ୍ଟେଲ ଏବଂ ଏକ ସର୍ବସାଧାରଣ ପାଭିଲିୟନ୍‌ର ଉଦ୍‌ଘାଟନ ମଧ୍ୟ କରିବେ।

ପ୍ରଧାନମନ୍ତ୍ରୀ ସାରନାଥରେ ବୌଦ୍ଧ ଧର୍ମ ସମ୍ବନ୍ଧୀୟ କ୍ଷେତ୍ରଗୁଡିକର ପର୍ଯ୍ୟଟନ ବିକାଶ କାର୍ଯ୍ୟ ଉଦ୍‌ଘାଟନ କରିବେ । ଏହି ଉନ୍ନତିଗୁଡିକରେ ପଥଚାରୀ ଅନୁକୂଳ ରାସ୍ତା, ନୂତନ ସ୍ୱେରେଜ ଲାଇନ ଏବଂ ନବୀକରଣ ହୋଇଥିବା ଡ୍ରେନେଜ ବ୍ୟବସ୍ଥା, ଆଧୁନିକ ଡିଜାଇନର ଭେଣ୍ଡିଂ କାର୍ଟ ସହିତ ସ୍ଥାନୀୟ ହସ୍ତତନ୍ତ ବିକ୍ରେତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭେଣ୍ଡିଂ ଜୋନ୍ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ବାଣାସୁର ମନ୍ଦିର ଏବଂ ଗୁରୁଧାମ ମନ୍ଦିରରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ, ପାର୍କର ସୌନ୍ଦର୍ଯ୍ୟକରଣ ଏବଂ ପୁନର୍ବିକାଶ ଭଳି ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ଉଦ୍‌ଘାଟନ କରିବେ ।

 

  • KHODA March 03, 2025

    6396916275 ek khuda box ka number Panchayat ka jo mukhiya vah direct kuchh baat karne ke liye jaaun paise mangte Hain jinka kamai se kha lete Hain Ghar kaise banaen yah suvidha karva dijiye anurodh aapko badi meherbani Ho jaenge mummy Akela Ghar per rahte hain Bal bacche ka ward banke usi mein gujara karte Hain mukhiya ko bolata hun kuchh bhi anuvad kuchh bhi suvidha sunate nahin hai bolate Hain to paise ke liye baat karte hain ham direct se baat Karen koi bhi suvidha nahin hai hamara Panchayat mein district Raipur thana Upendra Ghar khas jameen mein rahte hain papa Bachpan se chhod rakhe hain mummy balpus kitna bada Kiya hai Apne Dil ki dukh
  • KHODA March 03, 2025

    yah mummy hai aur se hamara Panchayat ka jo hai mukhiya hai vah har koi Yojana mein paise mangte Hain to ham kahan se denge paise paise Garib aadami ki ek Ghar ka vyavastha karva dijiye mukhiya se bol bol kar thak gaye hain kya hamara kuchh nahin sunte Hain namaskar aapka suvidha kijiye hamare liye koi bhi band ho ja bhi jaaun vahi paise mangte Hain ham paise kahan se de denge mukhiya ko bol raha hun bolata hai itna paise lagenge kyunki aadami ham kahan jaenge Garib aadami hai roj ka kamane ke khane wala aadami hai asam ka ham Rahane wala hai
  • KHODA March 03, 2025

    aapko namaskar ji Garib aadami ki Ghar gussa karti hai
  • KHODA March 03, 2025

    🌹🌹🌹
  • KHODA March 03, 2025

    Hii 🌹💝
  • Gopal Saha December 23, 2024

    hi
  • Vivek Kumar Gupta December 21, 2024

    नमो ..🙏🙏🙏🙏🙏
  • Vivek Kumar Gupta December 21, 2024

    नमो .......................🙏🙏🙏🙏🙏
  • Jahangir Ahmad Malik December 20, 2024

    ❣️❣️❣️❣️❣️❣️
  • Siva Prakasam December 17, 2024

    💐🌺 jai sri ram🌺🌻🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Cabinet approves $2.7 billion outlay to locally make electronics components

Media Coverage

Cabinet approves $2.7 billion outlay to locally make electronics components
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 29, 2025
March 29, 2025

Citizens Appreciate Promises Kept: PM Modi’s Blueprint for Progress