Quoteରାଣୀ କମଳା ପତି ରେଳଷ୍ଟେସନରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ପାଂଚଟି ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାର କରିବେ ଶୁଭାରମ୍ଭ
Quoteବନ୍ଦେ ଭାରତ ଏକ୍ସପ୍ରେସ ଭୋପାଳ (ରାଣୀ କମଳାପତି)ଇନ୍ଦୋର, ଭୋପାଳ (ରାଣୀ କମଳାପତି ) ଜବଲପୁର, ରାଞ୍ଚି-ପାଟନା, ଧରୱାଡ-ବେଙ୍ଗାଲୁରୁ ଏବଂ ଗୋଆ -ମାଡଗାଁଓ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବ
Quoteଗୋଆ, ବିହାର ଓ ଝାଡଖଣ୍ଡ ସହ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଟ୍ରେନ ସଂଯୋଗ ହେବ
Quoteଟ୍ରେନ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଦେବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁନ ୨୭, ୨୦୨୩  ଦିନ ମଧ୍ୟପ୍ରଦେଶ ଗସ୍ତ କରିବେ ।

ପୂର୍ବାହ୍ନ ସାଢେ ୧୦ଟାରେ ବେଳେ ପ୍ରଧାନମନ୍ତ୍ରୀ ରାଣୀ କମଳାପତି ରେଳଷ୍ଟେସନରେ ପହଞ୍ଚି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ଏହି ପାଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର, ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚି ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ।

ଭୋପାଳ(ରାଣୀ କମଳାପତି) -ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟପ୍ରଦେଶର ଦୁଇ ନଗରୀ ମଧ୍ୟରେ ସହଜ ଓ ଦୃତ ଯାତ୍ରାର  ସୁବିଧା କରିବା ସହ ସେ ଅଞ୍ଚଳରେ ସାଂସ୍କୃତିକ, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀ ସହ ସଂଯୋଗୀକରଣ ବୃଦ୍ଧି କରିବ ।

ଭୋପାଳ-(ରାଣୀ କମଳାପତି) ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ମହାକୋଶଳ ଅଞ୍ଚଳ (ଜବଲପୁର)ରୁ କେନ୍ଦ୍ରାଞ୍ଚଳ ଭୋପାଳକୁ ସଂଯୋଗ କରିବ । ସଂଯୋଗକରଣର ଉନ୍ନତି ସହ ସେ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀଗୁଡିକ ମଧ୍ୟ ସୁବିଧା ପାଇବେ ।

ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଝାଡଖଣ୍ଡ ଓ ବିହାର ନିମନ୍ତେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ  । ପାଟନା- ରାଞ୍ଚି ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ସହ ଏହି ଟ୍ରେନ ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖୁବ୍ ସୁବିଧାଜନକ ହେବ ।

ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକର ଗୁରୁତ୍ୱପୂର୍ଣ୍ଣ ସହର ଧରୱାଡ, ହୁବିଲୀ ସହ ରାଜଧାନୀ ବେଙ୍ଗାଲୁରୁକୁ ସଂଯୋଗ କରିବ  । ଏହା ପର୍ଯ୍ୟଟକ, ଛାତ୍ରଛାତ୍ରୀ, ଶିଳ୍ପପତିମାନଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ ।

ଗୋଆ(ମାଡଗାଓଁ)-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଗୋଆ ନିମନ୍ତେ ହେବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ଓ ଗୋଆ ମାଡଗାଓଁ  ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ଗୋଆର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

 

  • Dipanjoy shil December 27, 2023

    bharat Mata ki Jay🇮🇳
  • Santhoshpriyan E October 01, 2023

    Jai hind
  • Dr Sudhanshu Dutt Sharma July 20, 2023

    मुझे गर्व है कि मैंने मोदी युग में जन्म लिया। आपकी कड़ी मेहनत और देश के लिए समर्पण एक मिसाल है ।आप का को युगों युगों तक याद किया जायेगा। जय श्री राम🚩🚩🚩🚩
  • Sundar lal jatav July 11, 2023

    माननीय परम श्रद्धेय प्रधानमंत्री जी का स्वागत वंदन अभिनंदन है 🙏🌹
  • seema mishra July 07, 2023

    जय जय श्री राम
  • MLA KUMAR AILANI July 04, 2023

    जय श्री राम
  • Ranoj Pegu July 01, 2023

    Namo Namo
  • Manisha Pathak June 30, 2023

    माननीय प्रधानमंत्री जी का स्वागत वंदन अभिनंदन है 💐💐
  • વીભાભાઈ ડવ June 29, 2023

    NAMO NAMO
  • VenkataRamakrishna June 28, 2023

    జై శ్రీ రామ్
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's first microbiological nanosat, developed by students, to find ways to keep astronauts healthy

Media Coverage

India's first microbiological nanosat, developed by students, to find ways to keep astronauts healthy
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 20, 2025
February 20, 2025

Citizens Appreciate PM Modi's Effort to Foster Innovation and Economic Opportunity Nationwide