Quoteପ୍ରଧାନମନ୍ତ୍ରୀ ୨୫ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକାର୍ପଣ
Quoteବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ କେମ୍ପେଗୌଡା ବିମାନ ବନ୍ଦର ଟର୍ମିନାଲ-୨ରେ କରିବେ ଉଦ୍‌ଘାଟନ ଓ ଚେନ୍ନାଇ-ମହୀଶୁର ବନ୍ଦେ ଭାରତ ଏକ୍ସପ୍ରେସରେ ପତାକା ଦେଖାଇ କରିବେ ଯାତ୍ରାର ଶୁଭାରମ୍ଭ
Quoteବେଙ୍ଗାଲୁରୁଠାରେ ୧୦୮ମିଟର ଉଚ୍ଚତା ବିଶିଷ୍ଟ ନାଦପ୍ରଭୁ କେମ୍ପେଗୌଡା ବ୍ରୋଞ୍ଚ ପ୍ରତିମୂର୍ତ୍ତି ହେବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
Quoteବିଶାଖାପାଟଣା ଠାରେ ଓଏନଜିସିର ୟୁଫିଲ୍ଡ ଅନସୋରଡିପ୍ ୱାଟର ବ୍ଲକ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କରିବେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ, ସେ ମଧ୍ୟ ଗେଲର ଶ୍ରୀକାକୁଲମ ଅନଗୁଲ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର କରିବେ ଶିଳାନ୍ୟାସ
Quoteପ୍ରଧାନମନ୍ତ୍ରୀ ବିଶାଖାପାଟଣାଠାରେ ଛଅଲେନ ବିଶିଷ୍ଟ ଏ.ପି. ସେକ୍ସନ ଗ୍ରୀନ୍ ଫିଲ୍ଡ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ଶିଳାନ୍ୟାସ କରିବେ । ବିଶାଖାପାଟଣା ରେଳ ଷ୍ଟେସନ ପୁନଃର୍ବିନ୍ୟାସ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ ।
Quoteପ୍ରଧାନମନ୍ତ୍ରୀ ଡିଣ୍ଡିଗୁଲଠାରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ତମ ସମାବର୍ତ୍ତନ ସମାରୋହରେ ଉଦ୍‌ବୋଧନ ଦେବେ ।
Quoteପ୍ରଧାନମନ୍ତ୍ରୀ ବେଙ୍ଗାଲୁର ବିଧାନସଭା ସୌଧ ନିକଟରେ ସନ୍ଥ କବି ଶ୍ରୀ କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ।

ପ୍ରଧାନମନ୍ତ୍ରୀ ବିଶାଖାପାଟଣାଠାରେ ଛଅଲେନ ବିଶିଷ୍ଟ ଏ.ପି. ସେକ୍ସନ ଗ୍ରୀନ୍ ଫିଲ୍ଡ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର ଶିଳାନ୍ୟାସ କରିବେ । ବିଶାଖାପାଟଣା ରେଳ ଷ୍ଟେସନ ପୁନଃର୍ବିନ୍ୟାସ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ୨୦୧୬ରେ ପ୍ରଧାନମନ୍ତ୍ରୀ ରାମଗୁଣ୍ଡମଠାରେ ଶିଳାନ୍ୟାସ କରିଥିବା ସାର କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ଡିଣ୍ଡିଗୁଲଠାରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ତମ ସମାବର୍ତ୍ତନ ସମାରୋହରେ ଉଦ୍‌ବୋଧନ ଦେବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୧ ଓ ୧୨ , ୨୦୨୨ରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ପୂର୍ବାହ୍ନ ୯ଟା ୪୫ ମିନିଟ୍‌ରେ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ବେଙ୍ଗାଲୁର ବିଧାନସଭା ସୌଧ ନିକଟରେ ସନ୍ଥ କବି ଶ୍ରୀ କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସକାଳ ପ୍ରାୟ ୧୦ଟା ୨୦ମିନିଟ୍‌ରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରର କେଏସଆର ରେଳଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଓ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିବେ ।

ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟାବେଳେ ପ୍ରଧାନମନ୍ତ୍ରୀ କେମ୍ପେଗୌଡା ଆର୍ନ୍ତଜାତିକ ବିମାନ ବନ୍ଦରର ଦୁଇନମ୍ବର ଟର୍ମିନାଲର ଉଦ୍‌ଘାଟନ କରିବେ । ପ୍ରାୟ ମଧ୍ୟାହ୍ନ ୧୨ଟା ବେଳେ ପ୍ରଧାନମନ୍ତ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ମିଟର ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଚ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ  ଓ ୧୨ଟା ୩୦ମିନିଟ୍‌ରେ ବେଙ୍ଗାଲୁରୁଠାରେ ଏକ ସାଧାରଣ ଉତ୍ସବରେ ଯୋଗଦେବେ । ଅପରାହ୍ନ ପ୍ରାୟ ୩ଟା ୩୦ମିନିଟ୍‌ରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଡିଣ୍ଡିଗୁଲଠାରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ତମ ସମାବର୍ତ୍ତନ  ସମାରୋହରେ ଯୋଗଦେବେ ।

ନଭେମ୍ବର ୧୨ତାରିଖ ଦିନ ପୂର୍ବାହ୍ନ ପ୍ରାୟ ସାଢେ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଅପରାହ୍ନ ପ୍ରାୟ ସାଢେ ତିନିଟାବେଳେ ପ୍ରଧାନମନ୍ତ୍ରୀ ତେଲଙ୍ଗାନାର ରାମଗୁଣ୍ଡମ ସ୍ଥିତ ଆରଏଫସିଏଲ କାରଖାନା ପରିଦର୍ଶନ କରିବେ । ପରେ ପରେ ଅପରାହ୍ନ ପ୍ରାୟ ୪ଟା ୧୫ମିନିଟ୍‌ରେ ରାମଗୁଣ୍ଡମଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାର ନିର୍ମିତ ବେଙ୍ଗାଲୁର  ସ୍ଥିତ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲକୁ ଉଦ୍‌ଘାଟନ କରିବେ । ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣ ବୃଦ୍ଧି ପାଇବ । ବର୍ତ୍ତମାନ ବାର୍ଷିକ ଅଢେଇ କୋଟି  ଯାତ୍ରୀ ଯାତାୟତର କ୍ଷମତା ବିମାନବନ୍ଦରର ଥିବାବେଳେ ଏହା ପ୍ରାୟ ୫ରୁ ୬କୋଟିକୁ ବୃଦ୍ଧି ପାଇବ ।

ଦୁଇନମ୍ବର ଟର୍ମନାଲ ଉଦ୍ୟାନନଗରୀ ବେଙ୍ଗାଲୁର ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବା ଭଳି ପରିପାଟୀରେ ଗଠିତ ହୋଇଛି ଓ ଯାତ୍ରୀମାନେ ଉଦ୍ୟାନରେ ଭ୍ରମଣ କରିବାର ଅଭିଜ୍ଞତା ପାଇବେ । ଯାତ୍ରାମାନେ ଦଶହଜାର ବର୍ଗ ମିଟର ଦୀର୍ଘ ସବୁଜ ପାଚେରୀ, ଝୁଲା ବଗିଚା ଓ ବାହ୍ୟ ଉଦ୍ୟାନ ନେଇ ଯାତ୍ରା କରିବେ । ଏହି ବିମାନ ବନ୍ଦର ଏହାର ପରିସର ମଧ୍ୟରେ ଶତପ୍ରତିଶତ ନିରନ୍ତର ଅକ୍ଷୟ ଶକ୍ତି ଉପଯୋଗ ବ୍ୟବସ୍ଥା କରିଛି । ଦୁଇନମ୍ବର ଟର୍ମିନାଲ ମଧ୍ୟ ସ୍ଥାୟୀ ଓ ନିରନ୍ତର ପରିପାଟିରେ ବିକଶିତ ହୋଇଛି । କାର୍ଯ୍ୟାରମ୍ଭ ଆଗରୁ ଏହି ଦୁଇନମ୍ବର ଟର୍ମିନାଲ ବିଶ୍ୱର ବୃହତ୍ତମ ଟର୍ମିନାଲଭାବେ ୟୁଏସ୍ ଜିବିସି (ଗ୍ରୀନବିଲଡିଂ କାଉନସିଲ) ପକ୍ଷରୁ ପ୍ଲାଟିନମ୍ ରେଟିଂ ପ୍ରମାଣପତ୍ର ପାଇଛି । ଦୁଇନମ୍ବର ଟର୍ମିନାଲରେ ଥିବା ସମସ୍ତ କଳାତ୍ମକ କୃତିରେ ନବରସ ବାର୍ତ୍ତା ରହିଛି । ଏହି କଳାକୃତି ଗୁଡିକରେ କର୍ଣ୍ଣାଟକର ଐତିହ୍ୟ ଓ ସଂସ୍କୃତି ସମେତ ଭାରତୀୟ ସୀମା ମଧ୍ୟରେ ଲୋକାଚାର ବିଷୟବସ୍ତୁ ରହିଛି । ମୋଟ ଉପରେ କହିବାକୁ ଗଲେ ଦୁଇନମ୍ବର ଟର୍ମିନାଲର ପରିପାଟୀ ଓ ସ୍ଥାପତ୍ୟ ଚାରିଟି ନୀତି ଦ୍ୱାରା ପ୍ରଭାବିତ ହୋଇଛି । ସେଗୁଡିକ ହେଲା ଟର୍ମିନାଲ ଏକ ଉଦ୍ୟାନ ମଧ୍ୟରେ ଅଛି । ସ୍ଥାୟୀ ଓ ନିରନ୍ତରତା, ପ୍ରଯୁକ୍ତି, କଳା ଓ ସଂସ୍କୃତି । ଟର୍ମିନାଲ-୨ଦୁଇର ଏହି ସମସ୍ତ ବିଭବ ଏହାକୁ ଆଧୁନିକ ଅଥଚ ପ୍ରକୃତି ସହ ମିଶାମିଶି ଓ ପରିଦର୍ଶକମାନଙ୍କୁ ଏକ ସ୍ମରଣୀୟ ଦର୍ଶନୀୟ ସ୍ଥାନର ଅଭିଜ୍ଞତା ପ୍ରଦାନ କରୁଛି ।

 ପ୍ରଧାନମନ୍ତ୍ରୀ ଚେନ୍ନାଇ-ମହିଶୁର ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକ ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇବେ । ଏହି ଯାତ୍ରା କ୍ରାନ୍ତିବୀର ସାଙ୍ଗେଲୀ ରାୟନ୍ନା(କେଏସଆର) ରେଳଷ୍ଟେସନଠାରେ ଆରମ୍ଭ ହେବ । ଏହା ଦେଶର ପଂଚମ ଓ ଦକ୍ଷିଣ ଭାରତର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ହେବ । ଏହା ଚେନ୍ନାଇର ଶିଳ୍ପ ବହୁଳ ଅଞ୍ଚଳ, ବେଙ୍ଗାଲୁରୁର ଷ୍ଟାର୍ଟଅପ ଓ ପ୍ରଯୁକ୍ତି ପେଣ୍ଠ ଓ ପ୍ରସିଦ୍ଧ ପର୍ଯ୍ୟଟନ ନଗରୀ ମହିଶୁର ମଧ୍ୟରେ ସଂଯୋଗ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ବେଙ୍ଗାଲୁରୁର କେଏସଆର ରେଳଷ୍ଟେସନଠାରୁ ଭାରତ ଗୌରବ କାଶୀ ଯାତ୍ରା ଟେନ୍ରର ଚଳାଚଳର ଶୁଭାରମ୍ଭ କରାଇବେ । ଭାରତ ଗୌରବ ଯୋଜନା ଅଧୀନରେ କର୍ଣ୍ଣାଟକ ହେଉଛି ପ୍ରଥମ ରାଜ୍ୟ ଯେଉଁଥିରେ କର୍ଣ୍ଣାଟକ ସରକାର ଏବଂ ରେଳ ମନ୍ତ୍ରଣାଳୟ ମିଳିତ ପ୍ରଚେଷ୍ଟାରେ କର୍ଣ୍ଣାଟକରୁ ତୀର୍ଥଯାତ୍ରୀଙ୍କୁ କାଶୀ ପଠାଇବା ନେଇ ପଦକ୍ଷେପ ନେଇଛନ୍ତି । ତୀର୍ଥଯାତ୍ରୀ ମାନେ କାଶୀ, ଅଯୋଧ୍ୟା ଓ ପ୍ରୟାଗରାଜ ଭ୍ରମଣ କାଳରେ ଆରାମ ଦାୟକ ରହଣୀ ଓ ମାର୍ଗଦର୍ଶନ ସୁବିଧା ପାଇପାରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ମିଟର ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ । ବେଙ୍ଗାଲୁରୁ ନଗରୀ ପ୍ରତିଷ୍ଠାତା ତଥା ଏହାର ଅଭିବୃଦ୍ଧିର ଜନକ ନାଦପ୍ରଭୁ କେମ୍ପେଗୌଡାଙ୍କ ଅବଦାନର ସ୍ମରଣାର୍ଥେ ଏହି ପ୍ରତିମୂର୍ତ୍ତି ନିର୍ମିତ ହୋଇଛି । ଏକତା ପ୍ରତିମୂର୍ତ୍ତିର ସ୍ଥପତି ରାମ ଭି ସୂତାରଙ୍କ କଳ୍ପନା ପ୍ରସ୍ତୁତ ଏହି ପ୍ରତିମୂର୍ତ୍ତି ନିର୍ମାଣରେ ୯୮ଟନ ବ୍ରୋଞ୍ଚ ଓ ୧୨୦ଟନ ଇସ୍ପାତ ବ୍ୟବହୃତ ହୋଇଛି ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୧୦, ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ଗ୍ରୀନ ଫିଲ୍ଡ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡରର ଛଅ ଲେନ ଯୁକ୍ତ ଆନ୍ଧ୍ରପ୍ରଦେଶ ସେକ୍ସନର ଶିଳାନ୍ୟାସ କରିବେ । ଏହା ୩୭,୫୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥରେ ନିର୍ମିତ ହେବ । ଏହି ଆର୍ଥିକ କରିଡର  ଛତିଶଗଡ ଶିଳ୍ପାଂଚଳ ଓ ଓଡିଶାରୁ ବିଶାଖାପାଟଣା ବନ୍ଦର ଓ ଚେନ୍ନାଇ କୋଲକାତା ଜାତୀୟ ରାଜପଥରେ ଯାତାୟତ ଦ୍ରୁତ କରିବ ।

ଏହା ମଧ୍ୟ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଆଦିବାସୀ ଓ ଅନଗ୍ରସର ଅଞ୍ଚଳ ସହ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ବିଶାଖାପାଟଣାରେ କନଭେଣ୍ଟ  ଜଙ୍କସନରୁ ଶୀଲାନଗର ଜଙ୍କସନ ପୋର୍ଟ ରୋଡର ଶିଳାନ୍ୟାସ କରିବେ । ଏହା ମଧ୍ୟ ସ୍ଥାନୀୟ ଓ ବନ୍ଦର ଗାମୀ ମାଲ ପରିବହନ ବ୍ୟବସ୍ଥାକୁ ଅଲଗା କରି ବିଶାଖାପାଟଣାରେ ପରିବହନ ଜନିତ ଭିଡକୁ କମାଇବ । ଶ୍ରୀକାକୁଲମ-ଗଜପତି କରିଡର ଅଂଶବିଶେଷ ତଥା ଦୁଇଶହ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ନରାସନ ପେଟାରୁ ପାଥପାଟନମ୍ ସେକ୍ସନର ଏନଏଚ ୩୨୬ଏ କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ଯୋଗୁଁ ସେ ଅଞ୍ଚଳର ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ ।

 ପ୍ରଧାନମନ୍ତ୍ରୀ ମଧ୍ୟ ଆନ୍ଧ୍ରପ୍ରଦେଶର ଓଏନଜିସିର ୟୁ ଫିଲ୍ଡ ଆଫସୋର ଡିପ୍ ୱାଟର ବ୍ଲକ ପ୍ରୋଜେକ୍ଟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ବାବଦକୁ ୨୯୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ସବୁଠାରୁ ଗଭୀରତମ ଗ୍ୟାସ ଉତ୍ତୋଳନକାରୀ ପ୍ରକଳ୍ପ ହୋଇଥିବା ବେଳେ ଏଥିରୁ ଦିନକୁ ତିନି ନିୟୁତ ମେଟ୍ରିକ ଷ୍ଟାଣ୍ଡାର୍ଡ ଘନମିଟର ଗ୍ୟାସ ଉତ୍ପାଦିତ ହେବ । ସେ ମଧ୍ୟ ଗେଲର ଶ୍ରୀକାକୁଲମ-ଅଙ୍ଗୁର ପ୍ରାକୃତିକ ଗ୍ୟାସ ପାଇପ ଲାଇନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ପ୍ରାୟ ୬. ୬୫ ନିୟୁତ ମେଟ୍ରିକ  ଷ୍ଟାଣ୍ଡାର୍ଡ ଘନ ମିଟର ଗ୍ୟାସ ଦୈନିକ ଉତ୍ପାଦିତ ହେବ । ୭୪୫ କିଲୋମିଟର ଦୀର୍ଘ ଏହି ପାଇପଲାଇନ ନିର୍ମାଣ ବାବଦକୁ ପ୍ରାୟ୨୬୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ପ୍ରାକୃତିକ ଗ୍ୟାସ ଗ୍ରୀଡ (ଏନ ଜି ଏଚ)ର ଅଂଶ ବିଶେଷ ହୋଇଥିବାରୁ ଏହା ଘରୋଇ ଗ୍ୟାସ ବ୍ୟତୀତ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥା ଓ ଯାନବାହାନକୁ ଆନ୍ଧ୍ରପ୍ରଦେଶ ଓ ଓଡିଶାର ଅନେକ ଜିଲ୍ଳାକୁ ଗ୍ୟାସ ଯୋଗାଇବ । ଏହି ପାଇପ ଲାଇନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ବିଜୟନଗର ଜିଲ୍ଲାର ନିଗର ଗ୍ୟାସ ବଂଟନ ଉତ୍ସକୁ ଗ୍ୟାସ ଯୋଗାଇବ । ପ୍ରାୟ ୪୫୦କୋଟି ଟଙ୍କାରେ ପୁନଃବିକଶିତ ହେବାକୁ ଥିବା ବିଶାଖାପାଟଣା ରେଳଷ୍ଟେସନ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପୁନଃ ବିକଶିତ ରେଳଷ୍ଟେସନ ଦୈନିକ ୭୫ହଜାର ଯାତ୍ରୀଙ୍କ ଗମନାଗମନ ସାମର୍ଥ୍ୟ ସହ ସେମାନଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇଦେବ ।

 ପ୍ରଧାନମନ୍ତ୍ରୀ ମଧ୍ୟ ବିଶାଖାପାଟଣା ମାଛଧରା ବନ୍ଦରର ଆଧୁନିକୀକରଣ ପାଇଁ ୧୫୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଆଦୁନିକୀକରଣ ପରେ ବନ୍ଦରର ସାମର୍ଥ୍ୟ ଦୈନିକ ୧୫୦ଟନରୁ ୩୦୦ଟନକୁ ବୃଦ୍ଧି ପାଇବ ।

ରାମଗୁଣ୍ଡମରେ ପ୍ରଧାନମନ୍ତ୍ରୀ

 ପ୍ରଧାନମନ୍ତ୍ରୀ ରାମଗୁଣ୍ଡମ ଠାରେ ୯୫୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ରାମଗୁଣ୍ଡମ ସାର କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ୭ ଅଗଷ୍ଟ,୨୦୧୬ରେ ରାମଗୁଣ୍ଡମ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।  ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ ନିମନ୍ତେ ରାମଗୁଣ୍ଡମ ପ୍ରକଳ୍ପର ପୁନରୁଦ୍ଧାର ପ୍ରଧାନମନ୍ତ୍ରୀଙ୍କ କଳ୍ପନା ପ୍ରସୂତ ଥିଲା । ରାମଗୁଣ୍ଡମ କାରଖାନା ବାର୍ଷିକ ୧୨. ୭ ଲକ୍ଷ ମେଟ୍ରିକ ଟନ୍ ନିମ୍ ପ୍ରେଲେପ ଯୁକ୍ତ ୟୁରିଆ ଉତ୍ପାଦନ କରିବ ।

ଜାତୀୟ ସାର ଲିମିଟେଡର ଏନଏଫଏଲ, ଇଆଇଏଲ ଓ ଏଫସିଆଇଆଲ ମିଳିତ ଉଦ୍ୟୋଗଭାବେ ରାମଗୁଣ୍ଡିମ ସାର ଓ ରସାୟନ ଲିମିଟେଡ(ଆରଏଫସିଏଲ) ଅଧୀନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ।  ୬୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରଏଫସିଏଲକୁ ନୂତନ ଆମୋନିଆ-ୟୁରିଆ କାରଖାନା ସ୍ଥାପନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଆରସିଏଫଏଲ କାରଖାନାକୁ ଗ୍ୟାସ ଜଗଦୀଶପୁର-ଫୁଲପୁର-ହଳଦିଆ ପାଇପଲାଇନ ଜରିଆରେ ଯୋଗାହେବ ।

ଏହି କାରଖାନା ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ମହାରାଷ୍ଟ୍ରର ଚାଷୀମାନଙ୍କୁ ସମୟାନୁସାରେ ୟୁରିଆ ସାର ଯୋଗାଣ ସୁନିଶ୍ଚିତ କରିବ । ଏହି କାରଖାନା ସାର ଯୋଗାଇବା ସହ ସେ ଅଞ୍ଚଳର ଆର୍ଥିକ ବିକାଶର ମଧ୍ୟ ସହାୟକ ହେବ । ଆରସିଏଫଏଲ ‘ଭାରତ ୟୁରିଆ’ ଅର୍ଥ ବ୍ୟବସ୍ଥା ପ୍ରତି ଅନୁକୂଳ ହୋଇ ଏହା ଆମାଦାନୀ ହ୍ରାସ କରିବା ସହ ସ୍ଥାନୀୟ ଚାଷୀଙ୍କୁ ସମୟୋପଯୋଗୀ ସାର ଯୋଗାଇବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଭଦ୍ରାଚଳମରୋଡ-ସତୁପାଲ୍ଲୀ ରେଳପଥ ମଧ୍ୟ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହା ଏକ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି  । ସେ ମଧ୍ୟ ୨୨୦୦ କୋଟି ଟଙ୍କାରେ ବିଭିନ୍ନ ସଡକ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେଗୁଡିକ ମଧ୍ୟରେ ମେଡକ-ସିଦ୍ଧିପେଟେ-ଏଲକାର୍ଥୁଥୀ, ଏନଏଚ ୭୬୫ ଡିଜି ସେକ୍ସନ, ବୋଧନ-ବସର-ଭୈସା ସେକ୍ସନ, ଏନଏଚ୍‌୧୬୧ବିବି, ଏନଏଚ୩୫୩ସି  ସିରୋଞ୍ଚରୁ ମହାଦେବପୁର ସେକ୍ସନ ଅନ୍ତର୍ଭୁକ୍ତ ।

ତାମିଲନାଡୁର ଗାନ୍ଧୀଧାମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗାନ୍ଧୀଧାମ ଗ୍ରାମୀଣ ପ୍ରତିଷ୍ଠାର ୩୬ତମ ସମାବର୍ତ୍ତନ ସମାରୋହରେ ମଧ୍ୟ ଉଦ୍‌ବୋଧନ ଦେବେ ।   ୨୦୧୮-୧୯ ବ୍ୟାଚର ୨୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏହ ସମାବର୍ତ୍ତନ ସମାରୋହରେ ସେମାନଙ୍କୁ ଉପାଧି ଗ୍ରହଣ କରିବେ।  

  • krishangopal sharma Bjp January 17, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp January 17, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp January 17, 2025

    नमो नमो 🙏 जय भाजपा 🙏🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌷
  • Babla sengupta December 23, 2023

    Babla sengupta
  • Dr.Mrs.MAYA .J.PILLAI JANARDHANAN PILLAI October 07, 2023

    मेरी को लेप०४६०२२३०९२९ से मेरो सारी दिवसस लिया है
  • Dr.Mrs.MAYA .J.PILLAI JANARDHANAN PILLAI October 07, 2023

    मेरी फेइस बुक ससांड किया
  • Dr.Mrs.MAYA .J.PILLAI JANARDHANAN PILLAI October 06, 2023

    मेरी ट्विट्टर है
  • Dr.Mrs.MAYA .J.PILLAI JANARDHANAN PILLAI October 06, 2023

    नमस्तेजी मेरी फेईस बुक पाँच दिन कलिये सस्पेंड किया गया
  • Dr.Mrs.MAYA .J.PILLAI JANARDHANAN PILLAI October 05, 2023

    नमस्तजी मैं डा माया जे पिल्ला प्रोफसर पिकेएम कोलेज ओफ एड्यूके षन कण्णूर केरला८२८९९८२३८७
  • Sanjay Choudhary December 13, 2022

    मोदी जी हैं तभी मुमकिन है
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India eyes potential to become a hub for submarine cables, global backbone

Media Coverage

India eyes potential to become a hub for submarine cables, global backbone
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian cricket team on winning ICC Champions Trophy
March 09, 2025

The Prime Minister, Shri Narendra Modi today congratulated Indian cricket team for victory in the ICC Champions Trophy.

Prime Minister posted on X :

"An exceptional game and an exceptional result!

Proud of our cricket team for bringing home the ICC Champions Trophy. They’ve played wonderfully through the tournament. Congratulations to our team for the splendid all around display."