Quoteବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ଭାରତ ଶକ୍ତି ସପ୍ତାହ-୨୦୨୩ର କରିବେ ଉଦଘାଟନ
Quoteଇଥାନଲ ମିଶ୍ରଣ ରୋଡମ୍ୟାପର ଟିକିଏ ଆଗକୁ ଯାଇ ପ୍ରଧାନମନ୍ତ୍ରୀ ଇ-୨୦ ଇନ୍ଧନର କରିବେ ଶୁଭାରମ୍ଭ
Quoteସବୁଜ ଇନ୍ଧନ ନେଇ ସଚେତନତା ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ ଗ୍ରୀନ ମୋବିଲିଟି ରାଲି
Quoteଭାରତୀୟ ତୈଳ ସଂସ୍ଥାର ପଦକ୍ଷେପ ‘ଅନବଟଲଡ’ ସ୍ୱରୂପ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ୟୁନିଫର୍ମ
Quoteପ୍ରତ୍ୟେକ ୟୁନିଫର୍ମ ୨୮ଟି ବଟଲର ପୁନଃପ୍ରକ୍ରିୟାକରଣରେ ସହାୟକ ହେବ
Quoteପ୍ରଧାନମନ୍ତ୍ରୀ ଭାରତୀୟ ତୈଳ ସଂସ୍ଥାର ଘର ଭିତର ସୌର ରୋଷେଇ ପଦ୍ଧତିର ଦ୍ୱୈତ-କୁକଟପ୍ ମଡେଲ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ
Quoteଘର ଭିତର ସୌରଶକ୍ତି ପାକ ପ୍ରସ୍ତୁତିରେ ବୈପ୍ଳବିକ ପରିବର୍ତ୍ତନ ସହ ଉଭୟ ସୌର ଓ ସହାୟକ ଅଂଶ ଶକ୍ତ ଉତ୍ସ ଉପଯୋଗ ଏକାବେଳେ ହୋଇପାରିବ ।

ଫେବ୍ରୁଆରୀ ୬, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତ କରିବେ । ପ୍ରାୟ ପୂର୍ବାହ୍ନ ସାଢ଼େ ଏଗାରଟା ବେଳେ, ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଭାରତ ଶକ୍ତ ସପ୍ତାହ-୨୦୨୩ ଉଦଘାଟନ କରିବେ । ତା’ପରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟା ବେଳେ ସେ ଟୁମକୁରୁ ଠାରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ।

ଭାରତ ଶକ୍ତି ସପ୍ତାହ ୨୦୨୩

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଠାରେ ଭାରତ ଶକ୍ତି ସପ୍ତାହ (ଆଇଇଡବ୍ଲୁ) ୨୦୨୩ର ଉଦଘାଟନ କରିବେ । ଫେବ୍ରୁଆରୀ ୬ରୁ ୮ ତାରିଖ ମଧ୍ୟରେ ଆୟୋଜିତ ଆଇଇଡବ୍ଲୁ ଭାରତରେ ଶକ୍ତି ଭଣ୍ଡାରର ଅବସ୍ଥାନ୍ତର ଉପରେ ଅବଗତ କରାଇବା ଲକ୍ଷ୍ୟ ରହିଛି । ଶକ୍ତିର ଦାୟିତ୍ୱପୂର୍ଣ୍ଣ ଅବସ୍ଥାନ୍ତର ଉପରେ ପାରମ୍ପରିକ ଓ ଅଣପାରମ୍ପରିକ ଶକ୍ତି ଶିଳ୍ପ, ସରକାର ଓ ବୁଦ୍ଧିଜୀବୀଗଣ ବିଚାରବିମର୍ଷ କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ବିଭିନ୍ନ ଦେଶରେ ୩୦ ଜଣ ମନ୍ତ୍ରୀ ଏଥିରେ ଯୋଗଦେବେ । ଭାରତ ଶକ୍ତିର ଭବିଷ୍ୟତ ଓ ଆହ୍ୱାନ ଉପରେ ୩୦ ହଜାରରୁ ଅଧିକ ପ୍ରତିନିଧି, ଏକ ହଜାର ପ୍ରଦର୍ଶନକାରୀ ଓ ପାଞ୍ଚ ଶହ ବକ୍ତା ଏଥିରେ ମିଳିତ ହେବେ । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ତୈଳ ଓ ଗ୍ୟାସ ମୁଖ୍ୟ କାର୍ଯ୍ୟନିର୍ବାହୀ ମାନଙ୍କ ସହ ଏକ ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିବେ । ସବୁଜ ଶକ୍ତି ଉପରେ ମଧ୍ୟ ସେ ବହୁମୁଖୀ କାର୍ଯ୍ୟ ପଦ୍ଧତି ଶୁଭାରମ୍ଭ କରିବେ ।

ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ନିମନ୍ତେ ଇଥାନଲ ମିଶ୍ରଣ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମର ରୂପ ନେଇଛି । ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଯୋଗୁ ୨୦୧୩-୧୪ ପରଠାରୁ ଇଥାନଲ ଉତ୍ପାଦନ ସାମର୍ଥ୍ୟ ଛଅଗୁଣ ବୃଦ୍ଧି ପାଇଛି । ଗତ ଆଠବର୍ଷ ମଧ୍ୟରେ ଇଥାନଲ ମିଶ୍ରଣ ଓ ଜୈବ ଇନ୍ଧନ କାର୍ଯ୍ୟକ୍ରମ ଯୋଗୁ ଭାରତରେ ଶକ୍ତି ସୁରକ୍ଷା ଅଧିକ ମଜଭୁତ ହେବା ସହ ୩୧୮ ଲକ୍ଷ ମେଟ୍ରିକ ଟନ ଅଙ୍ଗାରକାମ୍ଳ ଉତ୍ସରଣ କମ ହୋଇଛି ଓ ପ୍ରାୟ ୫୪,୦୦୦ କୋଟି ବିଦେଶୀ ମୁଦ୍ରାର ମଧ୍ୟ ସଞ୍ଚୟ ହୋଇଛି । ଏହାଛଡ଼ା ୨୦୧୪ରୁ ୨୦୨୨ ମଧ୍ୟରେ ଇଥାନଲ ଯୋଗାଣ ବାବଦ ୮୧,୮୦୦ କୋଟି ଟଙ୍କା ପଇଠ ହୋଇଥିବା ବେଳେ ଚାଷୀମାନଙ୍କ ଖାତାକୁ ୪୯ ହଜାର କୋଟିରୁ ଅଧିକ ଟଙ୍କା ପଠାଯାଇ ପାରିଛି ।

ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଅଧିନରେ ପ୍ରଧାନମନ୍ତ୍ରୀ ଦେଶରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତୈଳ ବିପଣନ କମ୍ପାନୀ ଗୁଡ଼ଇକର ୮୪ଟି ପାଇକାରୀ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଇ-୨୦ ଇନ୍ଧନ ବ୍ୟବସ୍ଥା ଶୁଭାରମ୍ଭ କରିବେ । ଇ-୨୦ ହେଉଛି ପେଟ୍ରୋଲରେ ଶତକଡ଼ା ୨୦ ଭାଗର ମିଶ୍ରଣ । ସରକାର ୨୦୨୫ ସୁଦ୍ଧା ସମର୍ଣ୍ଣ ଶତକଡ଼ା ୨୦ ଗୁଣ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତୈଳ ବିପଣନ କମ୍ପାନୀଗୁଡ଼ିକ ଏଥିପାଇଁ ୨ଜି-୩ଜି ଇଥାନଲ ପ୍ଲାଣ୍ଟମାନ ସ୍ଥାପନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ଗ୍ରୀନ ମୋବିଲିଟି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ରାଲିରେ ସବୁଜ ଇନ୍ଧନ ଦ୍ୱାରା ବାହାନ ଚଳାଚଳ ପ୍ରଦର୍ଶନ କରାଯିବା ସହ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।

ଭାରତୀୟ ତୈଳ କମ୍ପାନୀର ‘ଅନବଟଲ’ ପଦକ୍ଷେପର ୟୁନିଫର୍ମ ଆରମ୍ଭ କରିବେ । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକର ମୂଳୋତ୍ପାଟନ ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଭାରତୀୟ ତୈଳ ନିଗମ ପାଇକାରୀ ଗ୍ରାହକଙ୍କୁ ସିଲିଣ୍ଡର ଯୋଗାଇବା ବ୍ୟକ୍ତି ତଥା ଏଲପିଜି ଯୋଗାଣକାରୀଙ୍କ ନିମନ୍ତେ ପରିଚ୍ଛଦ ପ୍ରବର୍ତ୍ତନ କରିଛି । ପୁନଃ ପ୍ରକ୍ରିୟାକୃତ ପଲିଷ୍ଟର (ଆରପିଇଟି) ଓ ତୁଳାରୁ ଏହା ପ୍ରସ୍ତୁତ ହୋଇଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ତୈଳ ନିଗମର ଘର ଭିତରେ ସୌର ପାକ ପ୍ରସ୍ତୁତି ପପଦ୍ଧତିର ଦ୍ୱୈତ କୁକଟପ୍ ମଡେଲକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ ଓ ଏହାର ବାଣିଜି୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ପୂର୍ବରୁ ଭାରତୀୟ ତୈଳ ସଂସ୍ଥା ଏକକ କୁକଟପ୍ ସହ ଇନଡୋର ସୋଲାର କୁକିଂ ସିଷ୍ଟମର ନବୋନ୍ମେଷ ସହ ଏହାର ପ୍ୟାଟେଣ୍ଟ ମଧ୍ୟ କରିଥିଲା । ଲୋକଙ୍କ ଠାରୁ ମିଳୁଥିବା ମତାମତ ଅନୁସାରେ ଟୁଇନ କୁକୁଟପ୍ ଇନଡୋର ସୋଲାର କୁକିଂ ସିଷ୍ଟମ ଅଧିକ ବ୍ୟବହାର ଉପଯୋଗୀ ଓ ସହଜ । ଏହି ପଦ୍ଧତି ଉଭୟ ସୌର ଓ ବିକଳ୍ପ ଶକ୍ତି ଉତ୍ସ ବଳରେ ଚାଲିପାରିବ ।

ଟୁମକୁରୁରେ ପ୍ରଧାନମନ୍ତ୍ରୀ

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଆଉ ଏକ ପାଦ ଅଗ୍ରସରପୂର୍ବକ ପ୍ରଧାନମନ୍ତ୍ରୀ ଟୁମକୁରୁରେ ହାଲ ହେଲିକପ୍ଟର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ୨୦୧୬ରେ ମଧ୍ୟ ଏହାର ଶିଳାନ୍ୟାସ କରିଥିଲେ । ଏହା ଏକ ଉତ୍ସର୍ଗୀକୃତ ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା ଯାହା ହେଲିକପ୍ଟର ନିର୍ମାଣର ସାମର୍ଥ୍ୟର ବାତାବରଣ ସୃଷ୍ଟି କରିବ ।

ଏସିଆର ସର୍ବବୃହତ ଏହି ହେଲିକପ୍ଟର ନିର୍ମାଣ ସୁବିଧାଥିବା କାରଖାନା ପ୍ରାଥମିକ ପର୍ଯ୍ୟାୟରେ ହାଲୁକା ଉପଯୋଗୀ ହେଲିକପ୍ଟର (ଏଲୟୁଏଚ) ତିଆରି କରିବ । ଏଲୟୁଏଚ ତିଆରି ତିନିଟନ ଶ୍ରେଣୀର ହେଲିକପ୍ଟର । ଏହାର ଏକକ ଇଞ୍ଜିନ ଥିବା ସହ ବହୁମୁଖୀ ଉପକାରିତା ରହିଛି ।

ଏହି କାରଖାନା ପରେ ସମ୍ପ୍ରସାରିତ ହୋଇ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ) ଓ ଇଣ୍ଡିଆନ ମଲ୍ଟି ରୋଲ ହେଲିକପ୍ଟର (ଏମଆରଏଚ) ନିର୍ମାଣ କରିବା ସହ, ଏଲସିଏଜ, ଏଲୟୁଏଚ, ସିଭିଲ ଏଏଲଏଚ ଓ ଆଇଏମଆରଏଚ ହେଲିକପ୍ଟରଗୁଡ଼ିକର ମରାମତି ଓ ଫିଟିଂ କାମ ଭବିଷ୍ୟତରେ କରିବାରେ କାର୍ଯ୍ୟକ୍ରମ ରହିଛି । ଭବିଷ୍ୟତରେ ବେସାମରିକ ଏଲୟୁଏଚ ରପ୍ତାନି ପାଇଁ ମଧ୍ୟ ଏହି କାରଖାନାର ସାମର୍ଥ୍ୟ ରହିଛି । ଏହାଫଳରେ ହେଲିକପ୍ଟର ପାଇଁ ସମସ୍ତ ଜ୍ଞାନକୌଶଳ ଆମ ଦେଶରେ ଉପଲବ୍ଧ ହେବ । ଏହାବ୍ୟତୀତ ହେଲିକପ୍ଟର ପରିପାଟୀ, ବିକାଶ ଓ ନିର୍ମାଣ କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳତା ମଧ୍ୟ ହାସଲ କରିବ ।

ଏହି କାରଖାନାର ୪.୦ ଶିଳ୍ପମାନର ନିର୍ମାଣ କ୍ଷମତା ରହିଛି । ଟୁମକୁରୁରୁ ହାଲ ଆଗାମୀ ୨୦ ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ ୩-୧୫ ଟନ ଶ୍ରେଣୀୟ ହେଲିକପ୍ଟର ନିର୍ମାଣ କରିବା ଯୋଜନା ରଖିଛି । ଏହାଫଳରେ ସେ ଅଞ୍ଚଳରୁ ପ୍ରାୟ ଛଅ ହଜାରେ ଜନସାଧାରଣଙ୍କୁ କର୍ମନିଯୁକ୍ତି ମିଳିପାରିବ ।

ପ୍ରଧାନମନ୍ତ୍ରୀ ଟୁମକୁରୁ ଶିଳ୍ପାଞ୍ଚଳର ଶିଳାନ୍ୟାସ କରିବେ । ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧିନରେ ଠୁମକୁରୁ ଅଞ୍ଚଳରେ ୮୪୮୪ ଏକକ ପରିମିତ ଅଞ୍ଚଳରେ ଶିଳ୍ପାଞ୍ଚଳ ବିକାଶ ଯୋଜନା ରଖିଛି । ଚେନ୍ନାଇ-ବେଙ୍ଗାଲୁରୁ ଶିଳ୍ପ କରିଡରର ଅଂଶ ବିଶେଷ ଭାବେ ଏହାର ବିକାଶ କରାଯାଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଟୁମକୁରୁର ଟିପତୁର ଓ ଚିକ୍କାନାୟାକାହାଲି ଠାରେ ଦୁଇଟି ଜଳ ଜୀବନ ମିଶନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଟିପତୁର ବହୁମୁଖୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୪୩ଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଚିକାନାୟାହାଲୀ ତାଲୁକରେ ୧୪୭ଟି ଜନବସତି ନିମନ୍ତେ ବହୁମୁଖୀ ଜଳଯୋଗାଣ ଯୋଜନା ବାବଦ ପ୍ରାୟ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସେ ଅଞ୍ଚଳର ଅଧିବାସୀମାନଙ୍କୁ ଏହି ପ୍ରକଳ୍ପ ନିର୍ମଳ ପାନୀୟ ଜଳ ଯୋଗାଇବାରେ ସହାୟକ ହେବ ।

 

  • Madhuri Mishra January 05, 2024

    जय हो
  • ckkrishnaji February 15, 2023

    🙏
  • Ambikesh Pandey February 07, 2023

    👍
  • Umakant Mishra February 07, 2023

    Jay Shri ram
  • y.v.manjunatha February 06, 2023

    Hi, Sir welcome to Karnataka - Bangalore # 192 ward without basic needs 15 year's+.
  • jayateerth vi February 06, 2023

    Good morning Sir with vandemataram
  • geetheswar February 06, 2023

    namaste ji
  • jayateerth vi February 06, 2023

    Heartiest Wel come to our Kannadanadu sr
  • Chander Singh Negi Babbu February 06, 2023

    आदरणीय मोदी जी को प्रणाम सभी मित्रों को राम राम
  • Chander Singh Negi Babbu February 06, 2023

    आदरणीय मोदी जी को प्रणाम मेरे सभी मित्र गणों को तहेदिल से राम राम आपका दिन शुभ मंगलमय हो
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Raj Kapoor’s Iconic Lantern Donated To PM Museum In Tribute To Cinematic Icon

Media Coverage

Raj Kapoor’s Iconic Lantern Donated To PM Museum In Tribute To Cinematic Icon
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi to participate in the Post-Budget Webinar on "Agriculture and Rural Prosperity"
February 28, 2025
QuoteWebinar will foster collaboration to translate the vision of this year’s Budget into actionable outcomes

Prime Minister Shri Narendra Modi will participate in the Post-Budget Webinar on "Agriculture and Rural Prosperity" on 1st March, at around 12:30 PM via video conferencing. He will also address the gathering on the occasion.

The webinar aims to bring together key stakeholders for a focused discussion on strategizing the effective implementation of this year’s Budget announcements. With a strong emphasis on agricultural growth and rural prosperity, the session will foster collaboration to translate the Budget’s vision into actionable outcomes. The webinar will engage private sector experts, industry representatives, and subject matter specialists to align efforts and drive impactful implementation.