Quoteଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
Quoteନବ ର୍ନିମିତ ହସ୍ପିଟାଲ ମାଧ୍ୟମରେ ନେସନନାଲ କ୍ୟାପିଟାଲ ରିଜିଅନରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ବୃଦ୍ଧି ପାଇବ
Quoteସାହିବଜାଦା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ରେ ରାଷ୍ଟ୍ର ଉଦ୍ଦେଶ୍ୟରେ "ହୋମି ଭାବା କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର” କୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
Quoteପଞ୍ଜାବ ଏବଂ ପଡୋଶୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କୁ ଏହି ହସ୍ପିଟାଲ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ଏବଂ ସେବା ଯୋଗାଇବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଅଗଷ୍ଟ ୨୦୨୨ ରେ ହରିୟାଣା ଏବଂ ପଞ୍ଜାବ ଗସ୍ତରେ ଯିବେ । ସେହିଦିନ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦଘାଟନ/ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ହରିୟାଣାର ଫରିଦାବାଦ ଠାରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋହାଲି ଯାତ୍ରା କରିବେ ଏବଂ ଅପରାହ୍ନ ପ୍ରାୟ ୨ଟା ୧୫ ରେ ମୁଲାନପୁର, ନୂଆ ଚଣ୍ଡିଗଡ଼, ସାହିବଜାଦା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ଠାରେ "ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର” କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ହରିୟାନାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବା ଫଳରେ ନେସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଉପଲବ୍ଧତା ବୃଦ୍ଧି ପାଇବ । ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ସୁପର ସ୍ପେସିଆଲିଟି ହସ୍ପିଟାଲ ୨୬୦୦ ଶଯ୍ୟା ବିଶିଷ୍ଟ ହେବ । ପାଖାପାଖି ୬୦୦୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନା ନିର୍ମାଣ ହେବ, ଫରିଦାବାଦ ଏବଂ ସମଗ୍ର ଏନସିଆର ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ।

ପଞ୍ଜାବରେ ପ୍ରଧାନମନ୍ତ୍ରୀ

ପଞ୍ଜାବ ଏବଂ ପଡୋଶୀ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ବାସୀଙ୍କୁ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ‘ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର’ କୁ ମୁଲାନପୁର, ନୂଆ ଚଣ୍ଡିଗଡ଼, ସାହିବଜଡା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୬୬୦ ଟଙ୍କାରୁ ଅଧିକ ମୂଲ୍ୟରେ ଏହି ହସ୍ପିଟାଲ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ଏକ ସହାୟକ ଅନୁଷ୍ଠାନ ଟାଟା ମେମୋରିଆଲ୍ ସେଣ୍ଟର ଦ୍ୱାରା ନିର୍ମାଣ କରାଯାଇଛି ।

ଏହି କର୍କଟ ହସ୍ପିଟାଲ୍ ହେଉଛି ୩୦୦ ଶଯ୍ୟା କ୍ଷମତା ବିଶିଷ୍ଟ ଏକ ତ୍ରିସ୍ତରୀୟ ଚିକିତ୍ସା ହସ୍ପିଟାଲ୍ ଏବଂ ସର୍ଜରୀ, ରେଡିଓଥେରାପି ଏବଂ ମେଡିକାଲ୍ ଅଙ୍କୋଲୋଜି - କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଭଳି ସମସ୍ତ ଉପଲବ୍ଧ ଚିକିତ୍ସା ପ୍ରଣାଳୀ ବ୍ୟବହାର କରି ସମସ୍ତ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ଆଧୁନିକ ସୁବିଧା ରହିବ ।

ଉକ୍ତ ଡାକ୍ତରଖାନା ଏହି ଅଞ୍ଚଳରେ କର୍କଟ ରୋଗର ଚିକିତ୍ସା ଏବଂ ଚିକିତ୍ସାର ଏକ "ହବ୍‍”  ଭଳି କାର୍ଯ୍ୟ କରିବ ଏବଂ ସାଙ୍ଗରୁରର ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏହାର "ସ୍ପୋକ୍‍”  ଭଳି କାର୍ଯ୍ୟ କରିବ ।

 

  • Jitender Kumar Haryana BJP State President July 07, 2024

    New Delhi High court case State vs Jitender Kumar
  • Jitender Kumar Haryana BJP State President July 07, 2024

    🇮🇳
  • Jitender Kumar Haryana BJP State President July 07, 2024

    Village Musepur 123401
  • Chowkidar Margang Tapo September 15, 2022

    Jai jai jai shree ram ♈
  • Manda krishna BJP Telangana Mahabubabad District mahabubabad September 12, 2022

    ✍️✍️✍️✍️✍️✍️✍️
  • Manda krishna BJP Telangana Mahabubabad District mahabubabad September 12, 2022

    ✍️✍️✍️✍️✍️✍️✍️
  • Manda krishna BJP Telangana Mahabubabad District mahabubabad September 12, 2022

    ✍️✍️✍️✍️✍️✍️✍️
  • Manda krishna BJP Telangana Mahabubabad District mahabubabad September 12, 2022

    ✍️✍️✍️✍️✍️✍️✍️
  • Manda krishna BJP Telangana Mahabubabad District mahabubabad September 12, 2022

    ✍️✍️✍️✍️✍️✍️✍️
  • Chowkidar Margang Tapo September 02, 2022

    naya bharat...
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Commercial LPG cylinders price reduced by Rs 41 from today

Media Coverage

Commercial LPG cylinders price reduced by Rs 41 from today
NM on the go

Nm on the go

Always be the first to hear from the PM. Get the App Now!
...
PM Modi's remarks during joint press meet with President of Chile
April 01, 2025

At the joint press meet with President Gabriel Boric of Chile, PM Modi highlighted growing India-Chile ties in trade, critical minerals, renewable energy and digital infrastructure. He welcomed talks on a Comprehensive Economic Partnership Agreement and Chile's role as a gateway to Antarctica. He also praised Chile's recognition of November 4 as National Yoga Day and growing interest in Ayurveda and traditional medicine.