Quote୩୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ
Quoteପ୍ରକଳ୍ପଗୁଡିକ ଏହି ଅଞ୍ଚଳର ଜଳ ଯୋଗାଣରେ ଉନ୍ନତି ଆଣିବା ଏବଂ ଜୀବନଯାପନର ସହଜତା ଉପରେ ଧ୍ୟାନ ଦେଇଥିଲେ
Quoteନାଭସାରୀର ଏ ଏମ୍‍ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଉଦଘାନ କରିବେ ପ୍ରଧାନମନ୍ତ୍ରୀ
Quoteଅହମ୍ମଦାବାଦର ବୋପାଲରେ ଆଇଏନ୍‍-ଏସ୍‍ପିଏସିଇ ର ମୁଖ୍ୟାଳୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୦ ତାରିଖ ଦିନ ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ୍‌' ର ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ପ୍ରାୟ ୧୨.୧୫ ରେ ସେ ନଭସାରୀରେ ଏ ଏମ୍‍ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଅ ।ଲିଟି ହସ୍ପିଟାଲର ଉଦଘାଟନ କରିବେ । ତା'ପରେ, ଅପରାହ୍ନ ପ୍ରାୟ ୩.୪୫ ରେ, ସେ ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନ୍‍-ଏସପିଏସିଇ) ର ମୁଖ୍ୟାଳୟକୁ ଉଦଘାଟନ କରିବେ ।

ନାଭସାରୀରେ ପ୍ରଧାନମନ୍ତ୍ରୀ

'ଗୁଜୁରାଟ ଗୌରବ ଅଭିଯାନ୍‌' ନାମକ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ନାଭସାରୀର ଏକ ଆଦିବାସୀ ଅଞ୍ଚଳ ଖୁଦଭେଲରେ ପ୍ରାୟ ୩୦୫୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିରେ ୭ ଟି ପ୍ରକଳ୍ପର ଉଦଘାଟନ, ୧୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୪ ଟି ପ୍ରକଳ୍ପର ଭୂମି ପୂଜନ ରହିଛି । ଏହି ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳରେ ଯୋଗାଯୋଗକୁ ବଢାଇବା ସହ ଜୀବନଯାପନର ସହଜତା ବୃଦ୍ଧି ଏବଂ ଜଳ ଯୋଗାଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

ତାପି, ନାଭସାରୀ ଏବଂ ସୁରଟ ଜିଲ୍ଲାର ବାସିନ୍ଦାଙ୍କ ପାଇଁ ୯୬୧ କୋଟି ଟଙ୍କା ମୂଲ୍ୟର ୧୩ ଟି ଜଳ ଯୋଗାଣ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭୁମି ପୂଜନ କରିବେ । ସେ ପ୍ରାୟ ୫୪୨ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ନାଭସାରୀ ଜିଲ୍ଲାର ଏକ ମେଡିକାଲ କଲେଜର ଭୁମି ପୂଜନ କରିବେ, ଯାହା ଏହି ଅଞ୍ଚଳର ଲୋକଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ ।

ପ୍ରାୟ ୫୮୬ କୋଟି ଟଙ୍କା ବ୍ୟୟରେ ର୍ନିମିତ ମଧୁବନ ଡ୍ୟାମ୍ ଆଧାରିତ ଆଷ୍ଟୋଲ୍ ଆଞ୍ଚଳିକ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହା ଜଳ ଯୋଗାଣ ଇଞ୍ଜିନିୟରିଂ କୌଶଳର ଏକ ଚମତ୍କାର ନିଦର୍ଶନ । ଏଥିସହ ୧୬୩ କୋଟି ଟଙ୍କା ମୂଲ୍ୟର ‘ନଳ ସେ ଜଳ' ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ । ଏହି ପ୍ରକଳ୍ପଗୁଡିକ ସୁରଟ, ନାଭସାରୀ, ଭାଲସାଦ ଏବଂ ତାପି ଜିଲ୍ଲାର ବାସିନ୍ଦାଙ୍କୁ ନିରାପଦ ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇବ ।

ତାପି ଜିଲ୍ଲାର ବାସିନ୍ଦାଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ୮୫ କୋଟିରୁ ଅଧିକ ବ୍ୟୟରେ ର୍ନିମିତ ବୀରପୁର ଭାୟାର ସବଷ୍ଟେସନର ଉଦଘାଟନ କରିବେ । ବର୍ଜ୍ୟଜଳର ବିଶୋଧନ ପାଇଁ ଭାଲସାଡ ଜିଲ୍ଲାର ଭାପି ସହର ପାଇଁ ୧୪ ଏମ୍‍ଏଲଡି କ୍ଷମତା ବିଶିଷ୍ଟ ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟ ଭାଲସାଦ ଜିଲ୍ଲାରେ ଉଦଘାଟନ କରାଯିବ । ପ୍ରଧାନମନ୍ତ୍ରୀ ୨୧ କୋଟିରୁ ଅଧିକ ମୂଲ୍ୟରେ ନାଭସାରୀରେ ର୍ନିମିତ ସରକାରୀ ବାସଗୃହକୁ ଉଦଘାଟନ କରିବେ । ସେ ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ପିପଳିଦେବୀ – ଜୁନେର -ଚିଚବିହିର - ପିପଲଦାହାଡ୍ ନିର୍ମାଣାଧିନ ସଡକ ଏବଂ ଡାଙ୍ଗରେ ର୍ନିମିତ ବିଦ୍ୟାଳୟ ଗୃହକୁ ମଧ୍ୟ ଉଦଘାଟନ କରିବେ ।

ସୁରଟ, ନାଭସାରୀ, ଭାଲସାଦ ଏବଂ ତାପି ଜିଲ୍ଲାର ବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ୫୪୯ କୋଟି ମୂଲ୍ୟର ୮ ଟି ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ନାଭସାରୀ ଜିଲ୍ଲାର ୩୩ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ଖେରଗାମ ଏବଂ ପିପଲଖେଡକୁ ସଂଯୋଗ କରୁଥିବା ଏକ ପ୍ରଶସ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ପ୍ରାୟ ୨୭ କୋଟି ଟଙ୍କା ବ୍ୟୟରେ ସୁପା ଦେଇ ନାଭସାରୀ ଏବଂ ବାରଡୋଲି ମଧ୍ୟରେ ଆଉ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ର୍ନିମାଣ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ଜିଲା ପଞ୍ଚାୟତ ଭବନ ର୍ନିମାଣ ଏବଂ ଡାଙ୍ଗରେ ଯଥାକ୍ରମେ ୨୮ କୋଟି ଏବଂ ୧୦ କୋଟି ଟଙ୍କା ବ୍ୟୟରେ ସ୍ଥାୟୀ ରୋଲର କ୍ରାସ୍ ବାଡ ଯୋଗାଇବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏ ଏମ ନାୟକ ହେଲ୍‍ଥକେୟାର କମ୍ପେ୍ଲକ୍ସରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନାଭସାରୀରେ ଏ ଏମ ନାଏକ ହେଲଥ କେୟାର କମ୍ପେ୍ଲକ୍ସ ଏବଂ ନିରାଲୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଉଦଘାଟନ କରିବେ । ସେ ହେଲଥ କେୟାର କମ୍ପେ୍ଲକ୍ସରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ, ଯେଉଁଠାରେ ସେ ଭର୍ଚୁଆଲରେ ଖାରେଲ ଶିକ୍ଷା ସୌଧର ଉଦଘାଟନ କରିବେ । ତାଙ୍କ ସମ୍ବୋଧନ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଆଇଏନ୍‍-ଏସ୍‍ପିଏସିଇ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଆଇଏନ୍‍-ଏସ୍‍ପିଏସିଇ) ର ମୁଖ୍ୟାଳୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମଟି ଆଇଏନ୍‍-ଏସ୍‍ପିଏସିଇ ଏବଂ ମହାକାଶ ପ୍ରୟୋଗ ଏବଂ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କ୍ଷେତ୍ର କମ୍ପାନୀଗୁଡିକ ମଧ୍ୟରେ ଏମଓୟୁ ର ସାକ୍ଷୀ ହେବ । ମହାକାଶ କ୍ଷେତ୍ରରେ ବେସରକାରୀ ସଂସ୍ଥାଗୁଡ଼ିକର ପଦୋନ୍ନତି ଏବଂ ସାମର୍ଥ୍ୟ ମହାକାଶ କ୍ଷେତ୍ରକୁ ଏକ ପ୍ରମୁଖ ଫିଲିପ୍ ପ୍ରଦାନ କରିବ ଏବଂ ଭାରତର ପ୍ରତିଭାବାନ ଯୁବକମାନଙ୍କ ପାଇଁ ଏକ ନୂତନ ସୁଯୋଗର ବାଟ ଖୋଲିବ ।

ଜୁନ୍ ୨୦୨୦ ରେ ଆଇଏନ୍‍-ଏସ୍‍ପିଏସିଇ ପ୍ରତିଷ୍ଠା ଘୋଷଣା କରାଯାଇଥିଲା । ମହାକାଶ ପ୍ରୋତ୍ସାହନ କ୍ଷେତ୍ରରେ ଏହା ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକର ପଦୋନ୍ନତି, ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ପାଇଁ ମହାକାଶ ବିଭାଗର ଏକ ସ୍ୱୟଂଶାସିତ ଏବଂ ସିଙ୍ଗଲ ୱିଣ୍ଡୋ ନୋଡାଲ୍ ଏଜେନ୍ସି । ଏହା ମଧ୍ୟ ବେସରକାରୀ ସଂସ୍ଥା ଦ୍ୱାରା ଇସ୍ରୋର ସୁବିଧା ବ୍ୟବହାରକୁ ସହଜ କରିଥାଏ ।

  • Jitender Kumar BJP Haryana Gurgaon MP February 06, 2025

    Where is my 123401
  • Jitender Kumar BJP Haryana Gurgaon MP February 06, 2025

    Why he theft my 123401
  • Jitender Kumar BJP Haryana Gurgaon MP February 06, 2025

    Curruption should be stopped
  • krishangopal sharma Bjp January 01, 2025

    नमो नमो 🙏 जय भाजपा 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
  • krishangopal sharma Bjp January 01, 2025

    नमो नमो 🙏 जय भाजपा 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
  • krishangopal sharma Bjp January 01, 2025

    नमो नमो 🙏 जय भाजपा 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
  • Divyesh Kabrawala March 09, 2024

    garvi gujrat
  • Babla sengupta December 23, 2023

    Babla sengupta
  • Shivkumragupta Gupta August 23, 2022

    नमो नमो नमो नमो नमो नमो नमो
  • G.shankar Srivastav August 10, 2022

    नमस्ते
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Average Electricity Supply Rises: 22.6 Hours In Rural Areas, 23.4 Hours in Urban Areas

Media Coverage

India’s Average Electricity Supply Rises: 22.6 Hours In Rural Areas, 23.4 Hours in Urban Areas
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 22, 2025
February 22, 2025

Citizens Appreciate PM Modi's Efforts to Support Global South Development