Quoteମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ଆୟୋଜିତ ହେବ କାର୍ଯ୍ୟକ୍ରମ
Quoteମୁକ୍ତିଲାଭ କରିବ ୧୧ ଖଣ୍ଡର ପ୍ରଥମ ସିରିଜ୍

ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିସେମ୍ବର ୨୫, ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି'ର ୧୧ଖଣ୍ଡର ପ୍ରଥମ ସିରିଜ୍ ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଅମୃତ କାଳରେ ଦେଶ ସେବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ। 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ଏ ଦିଗରେ ଏକ ପ୍ରୟାସ।

ପାଖାପାଖି ୪,୦୦୦ ପୃଷ୍ଠା ବିଶିଷ୍ଟ ଏହି ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ) ପୁସ୍ତକଟି ଦେଶର କୋଣ ଅନୁକୋଣରୁ ସଂଗୃହୀତ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଲେଖା ଓ ଭାଷଣର ଏକ ସଂକଳନ । ଏହି ଖଣ୍ଡଗୁଡ଼ିକରେ ତାଙ୍କର ଅପ୍ରକାଶିତ ଚିଠି, ପ୍ରବନ୍ଧ ଏବଂ ଭାଷଣ, ସ୍ମାରକପତ୍ର ସମେତ ଅନ୍ତର୍ଭୁକ୍ତ; ୧୯୦୭ ମସିହାରେ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିନ୍ଦୀ ସାପ୍ତାହିକ 'ଅଭ୍ୟୁଦୟ'ର  ସମ୍ପାଦକୀୟ ବିଷୟବସ୍ତୁ; ସମୟ ସମୟରେ ତାଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ, ପାମ୍ଫଲେଟ୍ ଏବଂ ପୁସ୍ତିକା; ୧୯୦୩ରୁ ୧୯୧୦ ମଧ୍ୟରେ ଆଗ୍ରା ଏବଂ ଅବଧ  ପ୍ରଦେଶର ବିଧାନ ପରିଷଦରେ ଦିଆଯାଇଥିବା ସମସ୍ତ  ଭାଷଣ; ରୟାଲ କମିଶନଙ୍କ ନିକଟରେ ଦିଆଯାଇଥିବା ଭାଷଣ;   ୧୯୧୦ରୁ ୧୯୨୦ ମଧ୍ୟରେ ଇମ୍ପେରିଆଲ ବିଧାନ ପରିଷଦରେ ବିଲ୍ ଉପସ୍ଥାପନ ସମୟରେ ଦିଆଯାଇଥିବା ଭାଷଣ; ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ପୂର୍ବରୁ ଏବଂ ପରେ ଲେଖାଯାଇଥିବା ଚିଠି, ପ୍ରବନ୍ଧ ଏବଂ ଭାଷଣ; ଏବଂ ୧୯୨୩ରୁ ୧୯୨୫ ମଧ୍ୟରେ ତାଙ୍କ ଦ୍ୱାରା ଲିଖିତ ଏକ ଡାଏରୀ । 

ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଆଦର୍ଶ ଓ ମୂଲ୍ୟବୋଧର ପ୍ରଚାର ପ୍ରସାର ପାଇଁ ସମର୍ପିତ ଅନୁଷ୍ଠାନ ମହାମନା ମାଲବ୍ୟ ମିଶନ ଦ୍ୱାରା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଲିଖିତ ଓ ବକ୍ତବ୍ୟର ଗବେଷଣା ଓ ସଂକଳନ କାର୍ଯ୍ୟ କରାଯାଇଥିଲା।  ବିଶିଷ୍ଟ ସାମ୍ବାଦିକ ଶ୍ରୀ ରାମ ବାହାଦୁର ରାୟଙ୍କ ନେତୃତ୍ୱରେ ମିଶନର ଏକ ଉତ୍ସର୍ଗୀକୃତ ଦଳ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ମୂଳ ସାହିତ୍ୟରେ ଭାଷା ଓ ପାଠରେ ପରିବର୍ତ୍ତନ ନକରି କାର୍ଯ୍ୟ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରକାଶନ ବିଭାଗ ପକ୍ଷରୁ ଏହି ପୁସ୍ତକଗୁଡ଼ିକର ପ୍ରକାଶନ କରାଯାଇଛି।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ମଦନ ମୋହନ ମାଲବ୍ୟ ଆଧୁନିକ ଭାରତର ନିର୍ମାତାମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି । ସେ ଜଣେ ଉତ୍କୃଷ୍ଟ ପଣ୍ଡିତ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବରେ ସ୍ମରଣୀୟ ଯିଏ ଲୋକଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିବା ପାଇଁ ଅତ୍ୟନ୍ତ ପରିଶ୍ରମ କରିଥିଲେ ।

 

  • Reena chaurasia September 09, 2024

    bjp
  • Amit Kumar August 25, 2024

    आदरणीय प्रधानमंत्री जी भारत सरकार मेरा नाम अमित कुमार मैं विकलांग हूं मेष बिहार सुपौल से निवासी हूं मैं आपके ऑफिस में एप्लीकेशन दिए थे इसलिए लगभग एक महीना से जय हो गया है मेरे पास दिक्कत परेशानी है तब हम आपको एप्लीकेशन आपके ऑफिस में दिए थे लेकिन हम बिहार से इतना दूर से चलकर आया हूं और यहीं पर रहते हैं स्टेशन पर जी आप लोग मुझे मेरे बर्थडे पर ध्यान देते हुए मैं आप लोगों से चरण में कोटि-कोटि नमन करता हूं जय हिंद जय भारत 9262955847
  • Dhajendra Khari February 20, 2024

    ओहदे और बड़प्पन का अभिमान कभी भी नहीं करना चाहिये, क्योंकि मोर के पंखों का बोझ ही उसे उड़ने नहीं देता है।
  • Dhajendra Khari February 19, 2024

    विश्व के सबसे लोकप्रिय राजनेता, राष्ट्र उत्थान के लिए दिन-रात परिश्रम कर रहे भारत के यशस्वी प्रधानमंत्री श्री नरेन्द्र मोदी जी का हार्दिक स्वागत, वंदन एवं अभिनंदन।
  • Dhajendra Khari February 13, 2024

    यह भारत के विकास का अमृत काल है। आज भारत युवा शक्ति की पूंजी से भरा हुआ है।
  • Dhajendra Khari February 10, 2024

    Modi sarkar fir ek baar
  • Raju Saha February 06, 2024

    bjp jindabad
  • Indrajit Das February 03, 2024

    joy Modiji
  • Ranjit Sarkar January 31, 2024

    🙏🙏
  • Ranjit Sarkar January 31, 2024

    🙏🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India Doubles GDP In 10 Years, Outpacing Major Economies: IMF Data

Media Coverage

India Doubles GDP In 10 Years, Outpacing Major Economies: IMF Data
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 23, 2025
March 23, 2025

Appreciation for PM Modi’s Effort in Driving Progressive Reforms towards Viksit Bharat