ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କୟାନାଇଡ଼ୁଙ୍କ ୭୫ ତମ ଜନ୍ମ ଦିନ ଅବସରରେ ତାଙ୍କ ଜୀବନଯାତ୍ରା ଉପରେ ରଚିତ ତିନୋଟି ପୁସ୍ତକକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୩୦ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଉନ୍ମୋଚନ କରିବେ । ହାଇଦ୍ରାବାଦର ଗଚିବୋଲି ସ୍ଥିତ ଅନଭୟା କନଭେନସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବାକୁ ଥିବା ପୁସ୍ତକ ଗୁଡ଼ିକ ମଧ୍ୟରେ ରହିଛି:
୧. ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କୟାନାଇଡ଼ୁଙ୍କ ଜୀବନୀ ‘ଭେଙ୍କୟାନାଇଡ଼ୁ - ଲାଇଫ ଇନ ସର୍ଭିସ’ । ଦ ହିନ୍ଦୁ ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ଆବାସିକ ସମ୍ପାଦକ ଶ୍ରୀ ନାଗେଶ କୁମାର ଏହାକୁ ରଚନା କରିଛନ୍ତି ।
୨. ସେଲିବ୍ରେଟିଂ ଭାରତ-ଭାରତର ତ୍ରୟୋଦଶ ଉପରାଷ୍ଟ୍ରପତି ଏମ.ଭେଙ୍କୟାନାଇଡ଼ୁଙ୍କ ମିସନ ଓ ମେସେଜ୍” । ଭାରତର ଉପରାଷ୍ଟ୍ରପତିଙ୍କ ପୂର୍ବତନ ସଚିବ ଡ. ଆଇ.ଭି.ସୁବାରାଓଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫଟୋ ସଙ୍କଳନ ।
୩. ତେଲଗୁ ଶୀର୍ଷକ ‘ମହାନେତା- ଲାଇଫ ଆଣ୍ଡ ଜର୍ଣ୍ଣି ଅଫ ଶ୍ରୀ ଏମ. ଭେଙ୍କୟାନାଇଡ଼ୁ’ର ଏକ ଫଟୋଚିତ୍ର ସମ୍ବଳିତ ଜୀବନୀ ପୁସ୍ତକ । ଏହା ଶ୍ରୀ ସଞ୍ଜୟ କିଶୋରଙ୍କ ଦ୍ୱାରା ରଚିତ ।