ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୧ ତାରିଖ ଦିନ ୧୦ଟା ସମୟରେ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ପରିସରରେ ସଶକ୍ତ ନାରୀ- ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ନମୋ ଡ୍ରୋନ୍ ଦିଦିମାନଙ୍କ କୃଷି ଡ୍ରୋନ୍ ଉଡ଼ାଣ ପ୍ରଦର୍ଶନ ଦେଖିବେ । ଦେଶର ୧୧ଟି ବିଭିନ୍ନ ସ୍ଥାନରେ ଏହି ନମୋ ଡ୍ରୋନ୍ ଦିଦିମାନେ ସମାନ୍ତରାଳ ଭାବେ କୃଷି ଡ୍ରୋନ୍ ଉଡାଣ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନମୋ ଡ୍ରୋନ୍ ଦିଦିମାନଙ୍କୁ ୧,୦୦୦ ଡ୍ରୋନ୍ ପ୍ରଦାନ କରିବେ ।
ନମୋ ଡ୍ରୋନ୍ ଦିଦି ଏବଂ ଲକ୍ଷପତି ତିତି ଉପକ୍ରମ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାର ଏକ ପ୍ରମୁଖ ଉପକ୍ରମ ଏବଂ ତାହା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସେମାନଙ୍କଠାରେ ଆର୍ଥିକ ସ୍ୱାୟତ୍ତତା ଆଣିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି । ବିଶେଷ କରି ଗ୍ରାମାଞ୍ଚଳ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ସାକାର କରାଯାଉଛି । ଏହି ପରିକଳ୍ପନାକୁ ଅଧିକ ବ୍ୟାପକ କରିବା ନିମନ୍ତେ ଲକ୍ଷପତି ଦିଦି, ଯେଉଁମାନେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ରାଷ୍ଟ୍ରୀର ଗ୍ରାମାଞ୍ଚଳ ଜୀବନଜୀବିକା ମିଶନ୍ ସହଯୋଗରେ ସଫଳତା ହାସଲ କରିଛନ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସେମାନଙ୍କର ଉତ୍ଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ ।
ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ ୮,୦୦୦ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ଅର୍ଥକୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନଙ୍କୁ ବଣ୍ଟନ କରିବେ । ଏହି ଋଣ ସେମାନଙ୍କୁ ରିହାତି ସୁଧ ହାରରେ ଯୋଗାଇ ଦିଆଯାଉଛି । ଏଥିପାଇଁ ବ୍ୟାଙ୍କ୍ ମାନଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ବ୍ୟାଙ୍କ୍ ଲିଙ୍କେଜ୍ ଶିବିରମାନ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି